ଫୁଲ ମାର୍କେଟରୁ ମିଳିଲା ଆଇଇଡି, ତା’ ପରେ..

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ସୀମାନ୍ତ ଗାଜିପୁର ଫୁଲ ମାର୍କେଟରୁ ମିଳିଛି ଆଇଇଡି। ଗୋଟିଏ ବ୍ୟାଗ ମଧ୍ୟରେ ଏହି ଆଇଇଡି ରହିଥିବା ଖବର ମିଳିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ତେବେ ଏନଏସ୍‌ଜି କମାଣ୍ଡୋ ଓ ପୁଲିସ୍‌ ମିଳିତ ଭାବେ ଏହାକୁ ସତର୍କତାର ସହ ନଷ୍ଟ କରି ଦେଇଛନ୍ତି। ତଥାପି ଗାଜିପୁର ଫୁଲ ମାର୍କେଟରେ ସର୍ଚ୍ଚ ଅପରେସନ ଜାରି ରହିଛି। ଆଜି ସକାଳ ପ୍ରାୟ ୧୦.୧୯ରେ ଫୁଲ ମାର୍କେଟରେ ଆଇଇଡି ରହିଥିବା ଖବର ମିଳିଥିଲା। ଏହାପରେ ଦିଲ୍ଲୀ […]

IED

Hemant Lenka
  • Published: Friday, 14 January 2022
  • , Updated: 14 January 2022, 03:01 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ସୀମାନ୍ତ ଗାଜିପୁର ଫୁଲ ମାର୍କେଟରୁ ମିଳିଛି ଆଇଇଡି। ଗୋଟିଏ ବ୍ୟାଗ ମଧ୍ୟରେ ଏହି ଆଇଇଡି ରହିଥିବା ଖବର ମିଳିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ତେବେ ଏନଏସ୍‌ଜି କମାଣ୍ଡୋ ଓ ପୁଲିସ୍‌ ମିଳିତ ଭାବେ ଏହାକୁ ସତର୍କତାର ସହ ନଷ୍ଟ କରି ଦେଇଛନ୍ତି। ତଥାପି ଗାଜିପୁର ଫୁଲ ମାର୍କେଟରେ ସର୍ଚ୍ଚ ଅପରେସନ ଜାରି ରହିଛି।

ଆଜି ସକାଳ ପ୍ରାୟ ୧୦.୧୯ରେ ଫୁଲ ମାର୍କେଟରେ ଆଇଇଡି ରହିଥିବା ଖବର ମିଳିଥିଲା। ଏହାପରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଅଧିକାରୀ, ଏନଏସଜି କମାଣ୍ଡୋ, ଏନଏସଜିର ବୋମା ନିଷ୍କ୍ରିୟ ଟିମ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପ୍ରଥମେ ପୂରା ଅଞ୍ଚଳକୁ କର୍ଡନ କରାଯାଇଥିଲା। ଏହାପରେ ଏନଏସଜିର ବୋମା ନିଷ୍କ୍ରିୟ ଟିମ ଏହାକୁ ଜବତ କରି ସୁରକ୍ଷିତ ଭାବେ ଅନ୍ୟ ଏକ ସ୍ଥାନକୁ ନେଇଥିଲା। ସେଠାରେ ବେଶ ସତର୍କତା ଓ ସୁରକ୍ଷାର ସହ ଏହାକୁ ନିଷ୍ଟ କରି ଦିଆଯାଇଥିଲା।

ଆଇଇଡି ଏତେ ଭୟଙ୍କର ଥିଲା ଯେ ଏହାକୁ ନଷ୍ଟ କରିବା ବେଳେ ବିରାଟ ଶବ୍ଦ ହୋଇଥିଲା। ସେହିପରି ବାୟୁମଣ୍ଡଳରେ କଳା ଧୂଆଁ ଦେଖିବାକୁ ମିଳିଥିଲା। ବିସ୍ଫୋରକ ଆଇନ ଅନୁସାରେ ଦିଲ୍ଲୀ ପୁଲିସ୍‌ ସ୍ପେଶାଲ ସେଲ୍‌ ଗୋଟିଏ ମାମଲା ରୁଜୁ କରିଛି। ଏବେ ଏହାର ଅଧିକ ତଦନ୍ତ କରାଯାଉଛି।


ଫୁଲ ମାର୍କେଟକୁ କିଏ ଓ କାହିଁକି ଏପରି ଆଇଇଡି ଆଣିଥିଲା? ଏହା ପଛରେ କିଛି ଆତଙ୍କବାଦୀ ଗତିବିଧି ରହିଛି କି ନାହିଁ, ତା’ର ଛାନଭିନ କରାଯାଉଛି। ସେହିପରି ମାର୍କେଟରେ ଅନ୍ୟ ସ୍ଥାନରେ ଆଇଇଡି ରହିଛି କି ନାହିଁ, ସେକଥାକୁ ମଧ୍ୟ ସୁରକ୍ଷାକର୍ମୀମାନେ ନିଶ୍ଚିତ କରିବାକୁ ଚେଷ୍ଟା କରୁଛନ୍ତି। ପୂରା ଗାଜିପୁର ସୀମାନ୍ତ ଓ ଫୁଲ ମାର୍କେଟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Related story