‘ଖାନ୍ ଚାଚା’ ରେଷ୍ଟୁରାଣ୍ଟରୁ ୯୬ ଅକ୍ସିଜେନ କନସେନଟ୍ରେଟର ଜବତ

ନୂଆଦିଲ୍ଲୀ: କରୋନା ମହାମାରୀ ବେଳେ କଳାବଜାରୀ ବଢ଼ିଛି। ଅକ୍ସିଜେନର ଗୋଟିଏ ପଟେ ଅଭାବ ରହିଥିବା ବେଳେ ଏହାର ଫାଇଦା ନେଇ ମାଲାମାଲ ହେବାକୁ ଲକ୍ଷ୍ୟ ରଖିଛନ୍ତି କିଛି ଅସାଧୁ ବ୍ୟକ୍ତି। ଏଭଳି ବେଆଇନ୍ କାରବାରର ସୂଚନା ପାଇ ଦିଲ୍ଲୀ ପୁଲିସ ବିଭିନ୍ନ ସ୍ଥାନରେ ରେଡ୍ କରି କଳାବଜାରୀକୁ ପ୍ରୋତ୍ସାହନ ଯୋଗାଉଥିବା ବ୍ୟକ୍ତିଙ୍କୁ ଗିରଫ କରୁଛି। ନିକଟରେ ଦିଲ୍ଲୀ ହାଇକୋର୍ଟ ମଧ୍ୟ କଳାବଜାରୀ ରୋକିବାକୁ ନିର୍ଦ୍ଦେଶ ଦେଇଥିଲେ। ଶୁକ୍ରବାର ଦିନ ଦିଲ୍ଲୀ ପୁଲିସ ଦୁଇଟି ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ […]

KHAN-CHACHA

KHAN-CHACHA

Subhransu Sekhar
  • Published: Saturday, 08 May 2021
  • Updated: 08 May 2021, 12:46 PM IST

Sports

Latest News

ନୂଆଦିଲ୍ଲୀ: କରୋନା ମହାମାରୀ ବେଳେ କଳାବଜାରୀ ବଢ଼ିଛି। ଅକ୍ସିଜେନର ଗୋଟିଏ ପଟେ ଅଭାବ ରହିଥିବା ବେଳେ ଏହାର ଫାଇଦା ନେଇ ମାଲାମାଲ ହେବାକୁ ଲକ୍ଷ୍ୟ ରଖିଛନ୍ତି କିଛି ଅସାଧୁ ବ୍ୟକ୍ତି। ଏଭଳି ବେଆଇନ୍ କାରବାରର ସୂଚନା ପାଇ ଦିଲ୍ଲୀ ପୁଲିସ ବିଭିନ୍ନ ସ୍ଥାନରେ ରେଡ୍ କରି କଳାବଜାରୀକୁ ପ୍ରୋତ୍ସାହନ ଯୋଗାଉଥିବା ବ୍ୟକ୍ତିଙ୍କୁ ଗିରଫ କରୁଛି। ନିକଟରେ ଦିଲ୍ଲୀ ହାଇକୋର୍ଟ ମଧ୍ୟ କଳାବଜାରୀ ରୋକିବାକୁ ନିର୍ଦ୍ଦେଶ ଦେଇଥିଲେ।

ଶୁକ୍ରବାର ଦିନ ଦିଲ୍ଲୀ ପୁଲିସ ଦୁଇଟି ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ କରି ୧୦୦ ରୁ ଅଧିକ ଅକ୍ସିଜେନ କନସେନଟ୍ରେଟର ଜବତ କରିଛି। ପୁଲିସ ଅଧିକାରୀ ଜଣଙ୍କ କହିଛନ୍ତି 'ଖାନ ଚାଚା' ରେଷ୍ଟୁରାଣ୍ଟରୁ ୯୬ ଟି ଅକ୍ସିଜେନ କନସେନଟ୍ରେଟର ଏବଂ 'ଟାଉନ ହଲ୍' ରେଷ୍ଟୁରାଣ୍ଟରୁ ବାକି ୪ ଜବତ କରାଯାଇଛି। ସେ କହିଛନ୍ତି ଯେ ଉଭୟ ରେଷ୍ଟୁରାଣ୍ଟ ଖାନ୍ ମାର୍କେଟ ଅଞ୍ଚଳର। ଏହି ଏହି ମାମଲାକୁ ଦିଲ୍ଲୀ ପୁଲିସ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛି।

https://twitter.com/ANI/status/1390884524590915585?s=20

ଏହି ମାମଲାରେ ଦକ୍ଷିଣ ଦିଲ୍ଲୀର ଲୋଧି କଲୋନୀରୁ ଚାରି ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ଗୌରବ, ସତୀଶ ସେଠୀ, ବିକ୍ରାନ୍ତ ଏବଂ ହିତେଶ। ଏହି ଅକ୍ସିଜେନ କନସେନଟ୍ରେଟର ୧୬ ହଜାର ଟଙ୍କାରେ କିଣାଯାଇଥିଲା ଏବଂ ୫୦ ହଜାର ଟଙ୍କାରେ ବିକ୍ରି ହେଉଥିଲା।

ପୁଲିସ ଅଧିକାରୀ ଜଣଙ୍କ କହିଛନ୍ତି, ଚାରି ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ମୋଟ୍ ୪୧୯ ଅକ୍ସିଜେନ କନସେନଟ୍ରେଟର ଜବତ କରାଯାଇଛି। ପଚରାଉଚରା କରିବା ବେଳେ ଅଭିଯୁକ୍ତ ହିତେଶ ଅକ୍ସିଜେନର କଳାବଜାରୀ କରି ମାଲାମାଲ ହେବା ଉଦ୍ଦେଶ୍ୟରେ ଏହି ସମସ୍ତ ଅକ୍ସିଜେନ କନସେନଟ୍ରେଟରକୁ ‘ଖାନ୍ ଚାଚା’ ରେଷ୍ଟୁରାଣ୍ଟରେ ଜମା କରାଯାଇଥିଲା ବୋଲି କହିଛି। ପୁଲିସ କହିଛି ଯେ ଏହି ଉଭୟ ରେଷ୍ଟୁରାଣ୍ଟର ମାଲିକଙ୍କ ନାମ ନବନୀତ୍ କାଲ୍ରା। ଏହି ଘଟଣାରେ ତାଙ୍କର ଭୂମିକା ଏବେ ସନ୍ଦେହ ଘେରରେ ରହିଛି। ସେହିପରି କାଲ୍ରାରେ ଆଉ ଏକ ରେଷ୍ଟୁରାଣ୍ଟ ଅଛି, ଯେଉଁଠି ବୁଧବାର ପୁଲିସ ରେଡ୍ କରି ଅକ୍ସିଜେନ କନସେନଟ୍ରେଟର ଜବତ କରିଥିଲା।

ବୁଧବାର ଲୋଧି କଲୋନୀର ସେଣ୍ଟ୍ରାଲ ମାର୍କେଟରେ ନେଗି ଜୁ ରେଷ୍ଟୁରାଣ୍ଟ ଖୋଲାଥିଲା। ପରେ ପୁଲିସ ଜାଣିବାକୁ ପାଇଥିଲା ଯେ ଜଣେ ବ୍ୟକ୍ତି ଏହି ରେଷ୍ଟୁରାଣ୍ଟରେ ବସିଛନ୍ତି। ଆଉ ଲାପଟପ୍ ଜରିଆରେ ଅକ୍ସିଜେନ କନସେନଟ୍ରେଟର ଅର୍ଡର ନେଉଛନ୍ତି। ଏହାପରେ ପୁଲିସ ରେଡ୍ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos