ଦିଲ୍ଲୀରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ: ଫୋକସରେ ଚାଷୀ, ନିର୍ବାଚନ

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଭିନ୍ନ ରାଜନୈତିକ ସଂକଳ୍ପ ପାରିତ ହୋଇଛି। ଏନେଇ  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ବୈଠକରେ  ୩୪୨ ଜଣ  ସଦସ୍ୟ ଯୋଗ ଦେଇଥିଲେ । ୨୦୨୦ ମାର୍ଚ୍ଚରେ ମହାମାରୀ ଆରମ୍ଭ ପରଠାରୁ ଏହା ହେଉଛି ପ୍ରଥମ ଜାତୀୟ କାର୍ଯ୍ୟକାରିଣୀ ବୈଠକ। ଆସନ୍ତାବର୍ଷ […]

bjp2

bjp2

Tapas Behera
  • Published: Sunday, 07 November 2021
  • Updated: 07 November 2021, 07:33 PM IST

Sports

Latest News

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଭିନ୍ନ ରାଜନୈତିକ ସଂକଳ୍ପ ପାରିତ ହୋଇଛି। ଏନେଇ  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ବୈଠକରେ  ୩୪୨ ଜଣ  ସଦସ୍ୟ ଯୋଗ ଦେଇଥିଲେ । ୨୦୨୦ ମାର୍ଚ୍ଚରେ ମହାମାରୀ ଆରମ୍ଭ ପରଠାରୁ ଏହା ହେଉଛି ପ୍ରଥମ ଜାତୀୟ କାର୍ଯ୍ୟକାରିଣୀ ବୈଠକ। ଆସନ୍ତାବର୍ଷ ୫ଟି ରାଜ୍ୟରେ ବିଧାନ ସଭା ନିର୍ବାଚନଥିବାରୁ ଏହି ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା।

ବୈଠକରେ ୧୮ଟି ପ୍ରସଙ୍ଗ ପରେ ଆଲୋଚନା ହୋଇଥିଲା। ବିଶେଷ କରି ପଶ୍ଚିମବଙ୍ଗ ନିର୍ବାଚନପରବର୍ତ୍ତୀ ହିଂସା ଉପରେ ଆଲୋଚନା କରାଯିବା ସହ ଘଟଣାକୁ ନିନ୍ଦା କରାଯାଇଥିଲା।  ପଶ୍ଚିମବଙ୍ଗରେ ରାଜନୈତିକ ହିଂସାକୁ ଦଳ ଦୃଢ଼ ନିନ୍ଦା କରାଯାଇଥିଲା।  ହିଂସାରେ ପ୍ରଭାବିତ ହୋଇଥିବା ସମସ୍ତ ଦଳୀୟ କର୍ମୀଙ୍କ ସହ ବିଜେପି ଛିଡ଼ା ହେବ ଏବଂ ଦରକାର ପଡ଼ିଲେ ସେମାନଙ୍କୁ ନ୍ୟାୟ ପାଇଁ ଆମେ କୋର୍ଟ ଯିବୁ ବୋଲି ନିର୍ମଳା ସୀତାରମଣ କହିଥିଲେ। ଏହି ପ୍ରସଙ୍ଗରେ ଜେପି ନଡ୍ଡା ମଧ୍ୟ ବକ୍ତବ୍ୟ ରଖିଥିଲେ।

ପରେ କୃଷି ପ୍ରସଙ୍ଗ ନେଇ ଆଲୋଚନା କରାଯାଇଥିଲା। କୃଷକମାନଙ୍କ ପାଇଁ ଏମଏସପି ୧,୫ ଗୁଣ ବୃଦ୍ଧି କରାଯିବା,  କିସାନ କ୍ରେଡିଟ୍ କାର୍ଡ ବଣ୍ଟନ, ଚାଷୀଙ୍କୁ ପମ୍ପ ଯୋଗାଇ ଦିଆଯାଇଥିବା ନେଇ ଆଲୋଚନା ହୋଇଥିଲା। ଏହା ପରେ ବିବାଦୀୟ କୃଷି ଆଇନ ସମ୍ପର୍କରେ ଆଲୋଚନା ହୋଇଥିଲା। ଯେଉଁମାନେ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି ସେମାନଙ୍କ ସହ ସହ ସରକାର ଖୋଲା ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ନିର୍ମଳା କହଇଚନ୍ତି।  ଆମେ ଆଲୋଚନା ପାଇଁ ରାଜି ଅଛୁ।

ଆଇନ୍‌ରେ କେଉଁ ବିଷୟକୁ ବିରୋଧ କରୁଛ ତାହା ଆମେ ଜାଣିବାକୁ ପାଇଁ ଚାହୁଁଛୁ ବୋଲି ନିର୍ମଳା କହିଛନ୍ତି । ଚାଷୀମାନେ ଯେଉଁ ଆପତ୍ତି ଉଠାଉଛନ୍ତି ତାହା ଅସମ୍ପୂର୍ଣ୍ଣ। ତଥାପି ଆମେ ଚାଷୀଙ୍କ କଥା ଶୁଣିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି।  ରବିବାର ହୋଇଥିବା ବୈଠକରେ ୨୦୨୨ରେ  ହେବାକୁ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ଆଲୋଚନା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos