ପ୍ରଶାନ୍ତ କିଶୋରଙ୍କ ଘର ଉପରେ ଚାଲିଲା ବୁଲଡୋଜର

ପାଟନା: ରାଜନୀତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ବିହାର ସ୍ଥିତ ଘର ଉପରେ ଆଜି ନୀତୀଶ କୁମାରଙ୍କ ସରକାର ବୁଲଡୋଜର ଚଳାଇଛନ୍ତି। ଏକାଦା ପ୍ରଶାନ୍ତ କିଶୋର ଜେଡିୟୁ ଦଳର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ଏବେ ସେ ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସି ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ବିହାରରେ ଥିବା ତାଙ୍କ ଘର ଉପରେ ବୁଲଡୋଜର ଚାଲିଛି। ଅହିରୁଲି ନିକଟ ଜାତୀୟ ରାଜପଥ ୮୪ କଡ଼ରେ ପ୍ରଶାନ୍ତ କିଶୋରଙ୍କ ଗୋଟିଏ ଘର ରହିଛି। ଏହି ଘର […]

PK

Hemant Lenka
  • Published: Friday, 12 February 2021
  • , Updated: 12 February 2021, 10:49 PM IST

ପାଟନା: ରାଜନୀତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ବିହାର ସ୍ଥିତ ଘର ଉପରେ ଆଜି ନୀତୀଶ କୁମାରଙ୍କ ସରକାର ବୁଲଡୋଜର ଚଳାଇଛନ୍ତି। ଏକାଦା ପ୍ରଶାନ୍ତ କିଶୋର ଜେଡିୟୁ ଦଳର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ଏବେ ସେ ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସି ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ବିହାରରେ ଥିବା ତାଙ୍କ ଘର ଉପରେ ବୁଲଡୋଜର ଚାଲିଛି।

ଅହିରୁଲି ନିକଟ ଜାତୀୟ ରାଜପଥ ୮୪ କଡ଼ରେ ପ୍ରଶାନ୍ତ କିଶୋରଙ୍କ ଗୋଟିଏ ଘର ରହିଛି। ଏହି ଘର ଉପରେ ଆଜି ପ୍ରଶାସନର ବୁଲଡୋଜର ଚାଲିଛି। ପ୍ରଶାସନ ବୁଲଡୋଜର ଚଳାଇବା କ୍ଷଣି ସେଠାରେ ଲୋକଙ୍କର ପ୍ରବଳ ଭିଡ଼ ଜମିଥିଲା। ବୁଲଡୋଜର ବ୍ୟବହାର କରି ତାଙ୍କ ଘରର ବାଉଣ୍ଡରୀ ଓ ଦ୍ୱାରକୁ ପ୍ରଶାସନ ମାତ୍ର ୧୦ ମିନିଟ୍‌ ମଧ୍ୟରେ ମାଟିରେ ମିଶାଇ ଦେଇଛି।

ବର୍ତ୍ତମାନ ଜାତୀୟ ରାଜପଥ-୮୪ର ସମ୍ପ୍ରସାରଣ ହେଉଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ରାସ୍ତା କଡ଼ରେ ଥିବା ଘର ଓ ଦୋକାନ ଗୁଡ଼ିକୁ ଉଚ୍ଛେଦ କରାଯାଉଛି। ଏହି କ୍ରମରେ ପ୍ରଶାନ୍ତ କିଶୋରଙ୍କ ପୈତୃକ ଘରର କାନ୍ଥ ଭଙ୍ଗା ଯାଇଛି। ଏହି ଘରଟି ତାଙ୍କ ପିତା ସ୍ୱର୍ଗତ ଡକ୍ଟର ଶ୍ରୀକାନ୍ତ ପାଣ୍ଡେଙ୍କ ଦ୍ୱାରା ନିର୍ମାଣ ହୋଇଥିଲା। କିନ୍ତୁ ଏଠାରେ ଏବେ ଆଉ ପ୍ରଶାନ୍ତ କିଶୋର ରହୁ ନାହାନ୍ତି।

Related story