ସିବିଆଇର କାର୍ଯ୍ୟକାରୀ ମୁଖ୍ୟ ହେଲେ ପ୍ରବୀଣ ସିହ୍ନା

ନୂଆଦିଲ୍ଲୀ: ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ପ୍ରବୀଣ ସିହ୍ନା ଏବେ ଏହି ଏଜେନ୍ସିର କାର୍ଯ୍ୟକାରୀ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସିବିଆଇ ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ରିଷି କୁମାର ଶୁକ୍ଳା ବୁଧବାର ଅବସର ନେବା ପରେ ଏହି ପଦବୀ ଖାଲି ପଡ଼ିଥିଲା। ତେଣୁ ଶ୍ରୀ ସିହ୍ନାକୁ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟକାରୀ ମୁଖ୍ୟ ଭାବେ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ୧୯୮୮ ବ୍ୟାଚ୍‌ର ଗୁଜରାଟ ଆଇପିଏସ କ୍ୟାଡର ପ୍ରବୀଣ ସିହ୍ନା ସିବିଆଇରେ ଏସ୍‌ପି, ଡେପୁଟି ଆଇଜି, […]

cf

cf

Hemant Lenka
  • Published: Thursday, 04 February 2021
  • Updated: 04 February 2021, 09:43 PM IST

Sports

Latest News

ନୂଆଦିଲ୍ଲୀ: ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ପ୍ରବୀଣ ସିହ୍ନା ଏବେ ଏହି ଏଜେନ୍ସିର କାର୍ଯ୍ୟକାରୀ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସିବିଆଇ ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ରିଷି କୁମାର ଶୁକ୍ଳା ବୁଧବାର ଅବସର ନେବା ପରେ ଏହି ପଦବୀ ଖାଲି ପଡ଼ିଥିଲା। ତେଣୁ ଶ୍ରୀ ସିହ୍ନାକୁ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟକାରୀ ମୁଖ୍ୟ ଭାବେ ଦାୟିତ୍ୱ ହସ୍ତାନ୍ତର କରାଯାଇଛି।

୧୯୮୮ ବ୍ୟାଚ୍‌ର ଗୁଜରାଟ ଆଇପିଏସ କ୍ୟାଡର ପ୍ରବୀଣ ସିହ୍ନା ସିବିଆଇରେ ଏସ୍‌ପି, ଡେପୁଟି ଆଇଜି, ଯୁଗ୍ମ ନିର୍ଦ୍ଦେଶକ ଓ ଅତିରିକ୍ତ ନିର୍ଦ୍ଦେଶକ ଭାବେ ୨୦୦୦ରୁ ୨୦୨୧ ମଧ୍ୟରେ ଦୁଇଟି ଦଫାରେ କାମ କରିଛନ୍ତି।

ରିଷି ଶୁକ୍ଳାଙ୍କ ପରେ ସବୁଠାରୁ ବରିଷ୍ଠ ଅଧିକାରୀ ହେଉଛନ୍ତି ପ୍ରବୀଣ ସିହ୍ନା। ଏଥିପାଇଁ ତାଙ୍କୁ ପରବର୍ତ୍ତୀ ସିବିଆଇ ମୁଖ୍ୟ ନିଯୁକ୍ତି ପାଇବା ଯାଏ ଏହି ପଦରେ କାମ କରିବାକୁ ସରକାର କହିଛନ୍ତି। CAT and AIPMT ପେପର ଲିକ୍‌ର ପର୍ଦ୍ଦାଫାସ କରି ଶ୍ରୀ ସିହ୍ନା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

ଏବେ ସିବିଆଇ ମୁଖ୍ୟ କିଏ ହେବ, ତା’ର ନିଷ୍ପତ୍ତି ପ୍ରଧାନମନ୍ତ୍ରୀ, ଲୋକସଭାର ବିରୋଧୀ ଦଳ ନେତା ଓ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ କମିଟି ନିଷ୍ପତ୍ତି ନେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos