Advertisment

ରାଷ୍ଟ୍ରପତି ନିର୍ବାଚନ : ଲାଲୁଙ୍କ ସମେତ ୧୧ ଜଣ କଲେ ନାମାଙ୍କନ ଦାଖଲ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ନେଇ ଦେଶରେ ରାଜନୈତିକ ମାହୋଲ ସରଗରମ ରହିଛି।  ଆସନ୍ତା  ଜୁଲାଇ ୧୮ ତାରିଖରେ ନିର୍ବାଚନ ହେବାକୁ ଥିବାରୁ ପ୍ରାର୍ଥୀ ଚୟନ ନେଇ କସରତ ଆରମ୍ଭ ହୋଇଛି। ଶାସକ ଏନ୍‌ଡିଏ ପକ୍ଷରୁ  ବିଚାରବିମର୍ଷ ଜାରି ରହିଥିବା ବେଳେ ବିରୋଧୀଙ୍କ ପକ୍ଷରୁ ନେତୃତ୍ୱ ନେଇଥିବା ମମତା ବାନାର୍ଜୀ ଗତକାଲି  ଦିଲ୍ଲୀରେ ମନ୍ଥନ ହୋଇଛି । ତେବେ ଉକ୍ତ ବୈଠକରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ନାମ ପ୍ରସ୍ତାବ ଆସିଥିଲେ ମଧ୍ୟ ସେ ରେସ୍‌ରେ ନଥିବା କହି […]

author-image
Tapas Behera
ଅଦ୍ୟତନ ହୋଇଛି
ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ

presidential-election

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ନେଇ ଦେଶରେ ରାଜନୈତିକ ମାହୋଲ ସରଗରମ ରହିଛି।  ଆସନ୍ତା  ଜୁଲାଇ ୧୮ ତାରିଖରେ ନିର୍ବାଚନ ହେବାକୁ ଥିବାରୁ ପ୍ରାର୍ଥୀ ଚୟନ ନେଇ କସରତ ଆରମ୍ଭ ହୋଇଛି। ଶାସକ ଏନ୍‌ଡିଏ ପକ୍ଷରୁ  ବିଚାରବିମର୍ଷ ଜାରି ରହିଥିବା ବେଳେ ବିରୋଧୀଙ୍କ ପକ୍ଷରୁ ନେତୃତ୍ୱ ନେଇଥିବା ମମତା ବାନାର୍ଜୀ ଗତକାଲି  ଦିଲ୍ଲୀରେ ମନ୍ଥନ ହୋଇଛି । ତେବେ ଉକ୍ତ ବୈଠକରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ନାମ ପ୍ରସ୍ତାବ ଆସିଥିଲେ ମଧ୍ୟ ସେ ରେସ୍‌ରେ ନଥିବା କହି ପ୍ରତ୍ୟାଖାନ କରିଛନ୍ତି। ଫଳରେ ପ୍ରାର୍ଥୀ ଚୟନ ନେଇ ସହମତି ହୋଇପାରିନି।

Advertisment

ଅପରକ୍ଷରେ ରାଷ୍ଟ୍ରପତି ନିର୍ବାଚନ ସଂକ୍ରାନ୍ତରେ ଗତକାଲି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବ୍ୟକ୍ତିଗତ ଭାବେ ୧୧ ଜଣ ନାମାଙ୍କନ ଦାଖଲ କରିଛନ୍ତି। ଏହି ନିର୍ବାଚନରେ ନିବାର୍ରଚିତ ବିଧାୟକ ଓ ଏମପି ମାନେ ଭୋଟ ଦେବେ। ପ୍ରତ୍ୟକେ ଏମପିର ଭୋଟଟର ମୂଲ୍ୟ  ୭୦୦ ପଏଣ୍ଟ ଥିବା ବେଳେ ପ୍ରତ୍ୟେକ ବିଧାୟକଙ୍କ ଭୋଟର ମୂଲ୍ୟ ରାଜ୍ୟ ଅନୁଯାୟୀ ସ୍ଥିର ହୋଇଥାଏ। ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ସାମ୍ବିଧାନିକ ନିୟମାବଳି ରହିଛି। ଜଣେ ପ୍ରାର୍ଥୀ ହେବା ପାଇଁ ସେ ଭାରତୀୟ ନାଗରିକ ହୋଇଥିବା ଆବଶ୍ୟକ। ତାଙ୍କର ବୟସ ୩୫ ବର୍ଷ ଏବଂ ସେ କୌଣସି କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଲାଭଜନକ ସଂସ୍ଥା କିମ୍ବା ପଦବଦୀରେ ଅବସ୍ଥାପିତ ନଥିବେ। ସେ ଜଣେ ବିକୃତ ମସ୍ତିସ୍କ କିମ୍ବା ଦେବାଳିଆ ହୋଇ ନଥିବେ। ସେ ବିଧାନସଭା ଲୋକସଭା, କିମ୍ବା ରାଜ୍ୟସଭାରେ ସଦସ୍ୟ ନଥିବେ ।  ଯଦି ଥିବେ ତାଙ୍କୁ ରାଷ୍ଟ୍ରପତି ଶପଥ ପୂର୍ବରୁ ଇସ୍ତଫା ଦେବାକୁ ପଡ଼ିବ।

ସେହିପରୀ ପ୍ରାର୍ଥୀ ହେବା ପାଇଁ ୫୦ ଜଣ ଏମପିଙ୍କ ପ୍ରସ୍ତାବକ ଜରୁରି ଏବଂ ଅନ୍ୟ ୫୦ ଜଣ ସମର୍ଥନ କରୁଥିବା ଆବଶ୍ୟକ। ଗତକାଲି ରାଷ୍ଟ୍ରପତି ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଜୁଲାଇ ୧୮ ତାରିଖରେ ପୂର୍ବାହ୍ନ ୧୦ ଘଣ୍ଟାରୁ ଅପରାହ୍ନ ୫ଟା ମଧ୍ୟରେ ଭୋଟ ଗ୍ରହଣ କରାଯିବ। ନାମାଙ୍କନ ଆସନ୍ତା ୨୯ ତାରିଖ ଯାଏଁ ଜାରି ରହିବ। ଏହାର ପରଦିନ ଅର୍ଥାତ ୩୦ ତାରିଖରେ ଦାଖଲ ହୋଇଥିବା ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ସେହିପରି ଜୁଲାଇ ୨ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ରହିଛି । ତେବେ ଜୁଲାଇ ୧୮ ତାରିଖରେ ହେବାକୁଥିବା ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ସାରା ଦେଶରେ ରାଜନୀତି ସରଗରମ ହୋଇଛି। ଲୋକସଭାର ୫୪୩ ଓ ରାଜ୍ୟସଭାର ୨୩୩ ସାଂସଦ ଏବଂ ବିଭିନ୍ନ ବିଧାନସଭାର ୪୮୦୯ ବିଧାୟକ ମତଦାନ କରିବେ। ସାଂସଦ ଓ ବିଭିନ୍ନ ରାଜ୍ୟର ବିଧାୟକଙ୍କ ସଂଖ୍ୟା ଆଧାରରେ ନିର୍ଦ୍ଧାରିତ ଭୋଟ ମୂଲ୍ୟକୁ ଆକଳନ କଲେ ରାଷ୍ଟ୍ରମତି ନିର୍ବାଚନ ନିମନ୍ତେ ମୋଟ ଭୋଟ ପରିମାଣ ୧୦୮୬୪୩୧ ରହିଛି। ୫,୪୩,୨୧୬ ଭୋଟ ପାଉଥିବା ବ୍ୟକ୍ତି ହିଁ ରାଷ୍ଟ୍ରପତି ନିମନ୍ତେ ନିର୍ବାଚିତ ହେବେ।

Advertisment

ନାମାଙ୍କନ ଦାଖଲ କରିଥିବା ୧୧ ଜଣ ପ୍ରାର୍ଥୀ

୧-ପଦ୍ମ ରଞ୍ଜନ(ତରମଇଲନାଡ଼ୁ)

୨-ଜୀବନ କୁମାର ମିତ୍ତଲ(ଦିଲ୍ଲୀ)

୩-ମହମ୍ମଦ ଏ ହମିଦ ପଟେଲ(ମହାରାଷ୍ଟ୍ର)

୪-ସାଇରୋ ବାନୋ ମହମ୍ମଦ ପଟେଲ(ମହାରାଷ୍ଟ୍ର)

୫-ଟି.ରମେଶ

୬-ଶ୍ୟାମ ନନ୍ଦନ ପ୍ରସାଦ(ବିହାର)

୭-ଦୟା ଶଙ୍କର ଅଗ୍ରୱାଲ

୮-ଓମ ପ୍ରକାଶ ଖରବନ୍ଧ(ଦିଲ୍ଲୀ)

୯-ଲାଲୁ ପ୍ରସାଦ ଯାଦବ(ବିହାର)(ଆରଜେଡି ସୁପ୍ରିମୋ ନୁହନ୍ତି)

୧୦-ଏ.ମଣିନାଥନ(ତାମିଲନାଡ଼ୁ)

୧୧-ମନ୍ଦାତି ତିରୁପାଠି ରେଡ୍ଡି(ଆନ୍ଧ୍ର ପ୍ରଦେଶ)