ଓମିକ୍ରନ୍ ଚିନ୍ତା : ଆଜି ପ୍ରଧାନମନ୍ତ୍ରୀ କରିବେ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଘାରିଲା ଓମିକ୍ରନ୍ ଚିନ୍ତା। ଦେଶରେ ଓମିକ୍ରନ୍ ମାମଲା ବଢ଼ୁଥିବାରୁ ଏହାକୁ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଓ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏହି ବୈଠକରେ ଉପସ୍ଥିତ ରହିବେ। ଦେଶରେ ବଢ଼ିଥିବା ଓମିକ୍ରନ୍ ସଂକ୍ରମଣକୁ ନେଇ ଏହି ବୈଠକରେ ହୋଇପାରେ ଆଲୋଚନା । ଏଥିସହ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ  ଟିକାକରଣ ପ୍ରସଙ୍ଗରେ ମଧ୍ୟ ବୈଠକରେ ଆଲୋଚନା ହୋଇପାରେ। ସରକାର ଏବେ ରାଜ୍ୟମାନଙ୍କୁ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ […]

covid19

covid19

Tapas Behera
  • Published: Thursday, 23 December 2021
  • Updated: 23 December 2021, 07:55 AM IST

ନୂଆଦିଲ୍ଲୀ: ଘାରିଲା ଓମିକ୍ରନ୍ ଚିନ୍ତା। ଦେଶରେ ଓମିକ୍ରନ୍ ମାମଲା ବଢ଼ୁଥିବାରୁ ଏହାକୁ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଓ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏହି ବୈଠକରେ ଉପସ୍ଥିତ ରହିବେ। ଦେଶରେ ବଢ଼ିଥିବା ଓମିକ୍ରନ୍ ସଂକ୍ରମଣକୁ ନେଇ ଏହି ବୈଠକରେ ହୋଇପାରେ ଆଲୋଚନା । ଏଥିସହ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ  ଟିକାକରଣ ପ୍ରସଙ୍ଗରେ ମଧ୍ୟ ବୈଠକରେ ଆଲୋଚନା ହୋଇପାରେ। ସରକାର ଏବେ ରାଜ୍ୟମାନଙ୍କୁ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓମିକ୍ରନ୍‌ ଡେଲ୍‌ଟା ଭ୍ୟାରିଆଣ୍ଟ ତୁଳନାରେ ୩ ଗୁଣ ଅଧିକ ସଂକ୍ରାମକ ହୋଇଥିବାରୁ ଦେଶବ୍ୟାପି  କ୍ଷିପ୍ର ସଂକ୍ରମଣ ହେଲେ ତୃତୀୟ ଲହର ଅବଶ୍ୟମ୍ଭାବୀ ବୋଲି କୁହାଯାଉଛି।

ଦିଲ୍ଲୀରେ ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଳନ ଉପରେ ଲାଗିଛି ରୋକ୍ । ଦେଶରେ ଓମିକ୍ରନ୍ ମାମଲା ବଢୁଥିବା ବେଳେ କଠୋର ହୋଇଛି ଦିଲ୍ଲୀ ପ୍ରଶାସନ  ଦିଲ୍ଲୀରେ ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଳନ ଭିଡ ଯେପରି ନହେବ ସେନେଇ ସଜାଗ ରହିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଂଟ୍ ଅଥରିଟି ।  ସୁପରସ୍ପ୍ରେଡର ଅଂଚଳ ଚିହ୍ନଟ କରିବା ସହ ତାଉପରେ କଡା ନଜର ରଖିବାକୁ କୁହାଯାଇଛି।  ସେପଟେ ହରିୟାଣା ସରକାର ବି କୋଭି଼ଡ କଟକଣା କଡାକଡି କରିଛନ୍ତି । ଜାନୁଆରୀ ୧ ତାରିଖରୁ କେବଳ ୨ ଡୋଜ୍ ଟିକା ନେଇଥିଲେ ସର୍ବସାଧାରଣ ସ୍ଥାନକୁ ଯିବାକୁ ଅନୁମତି ମିଳିବ।   ବସ୍ ଏବଂ ଟ୍ରେନ୍ ଯାତ୍ରା ପାଇଁ କରୋନା ଟିକାର ଦୁଇଟି ଡୋଜ୍ ନେଇଥିବା ବାଧ୍ୟତାମୂଳକ କରାଯାଇଛି। ଅଦ୍ୟାବଧି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩୮କୁ ବୃଦ୍ଧି ପାଇଛି।  କେରଳରେ ୯ ନୂଆ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଥିବା ବେଳେ ଜୟପୁରରେ ୪ ମାମଲା ଚିହ୍ନଟ ହୋଇଛି। କେରଳରେ ମୋଟ୍‌ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି। କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ବିଦେଶରୁ ଏର୍ଣ୍ଣାକୁଲମକୁ ଫେରିଥିବା ୬ ଜଣ ଓମିକ୍ରନ୍‌ ଆକ୍ରାନ୍ତ ହୋଇଛନ୍ତି।

ଥିରୁଅନନ୍ତପୁରମ୍‌କୁ ଫେରିଥିବା ଅନ୍ୟ ୩ ଜଣ ଅନ୍ତର୍ଜାତୀୟ ଯାତ୍ରୀ ମଧ୍ୟ ଓମିକ୍ରନ୍‌ ଆକ୍ରାନ୍ତ ହୋଇଛନ୍ତି। ଏର୍ଣ୍ଣାକୁଲମରେ ୨ ଜଣ ଓମିକ୍ରନ୍‌ ଆକ୍ରାନ୍ତ ବ୍ରିଟେନରୁ ଫେରିଥିବା ବେଳେ ଜଣେ ମହିଳା ଏବଂ ଜଣେ ବାଳକ ତାଂଜାନିଆରୁ ଆସିଛନ୍ତି। ଘାନା ଏବଂ ଆୟରଲାଣ୍ଡରୁ ଫେରିଥିବା ଅନ୍ୟ ୨ ଜଣ ଯାତ୍ରୀ ବି ଓମିକ୍ରନ୍‌ ଆକ୍ରାନ୍ତ ହୋଇଛନ୍ତି। ଅନ୍ୟପକ୍ଷେ ଦିଲ୍ଲୀରେ ମୋଟ୍‌ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫୭କୁ ବୃଦ୍ଧି ପାଇଥିବା ବେଳେ ମହାରାଷ୍ଟ୍ରରେ ୬୫, ତେଲେଙ୍ଗାନାରେ ୨୪, କେରଳରେ ୨୪, କର୍ଣ୍ଣାଟକରେ ୧୯, ରାଜସ୍ଥାନରେ ୧୮ ଏବଂ ଗୁଜରାଟରେ ୧୪ ମାମଲା ଚିହ୍ନଟ ହୋଇଛି। କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରରେ ୩ ଓମିକ୍ରନ୍‌ ମାମଲା ରହିଛି।

ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ୨ ଲେଖାଏଁ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଛି। ଏଥିସହ ଚଣ୍ଡିଗଡ଼, ଲଦାଖ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡ଼ୁରେ ଗୋଟିଏ ଲେଖାଏଁ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story