ସଙ୍ଗମରେ ବୁଡ଼ ପକାଇଲେ ପ୍ରିୟଙ୍କା ଗାନ୍ଧି, ଡଙ୍ଗା ବି ଚଳାଇଲେ

ପ୍ରୟାଗରାଜ: ମୌନି ଅମାବାସ୍ୟା ଅବସରରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଥିବା ସଙ୍ଗମରେ ପବିତ୍ର ବୁଡ଼ ପକାଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା। ବୁଡ଼ ପକାଇବା ପରେ ସେ ନିଜେ ଡଙ୍ଗା ଚଳାଇ ନଦୀରେ ବୁଲିଛନ୍ତି। ପ୍ରଥମେ ସେ ଡଙ୍ଗାରେ ତାଙ୍କ ସହଯୋଗୀମାନଙ୍କ ସହ ବସିଥିଲେ। ହେଲେ କିଛି ସମୟରେ ସେ ଏହାକୁ ଚଳାଇବା ଆରମ୍ଭ କରିଥିଲେ। ତାଙ୍କର ଏହି ନୌକା ଚଳାଇବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ପ୍ରିୟଙ୍କା ନିଜର ଦୁଇ ହାତରେ କାତ […]

priyanka

Hemant Lenka
  • Published: Thursday, 11 February 2021
  • , Updated: 11 February 2021, 06:23 PM IST

ପ୍ରୟାଗରାଜ: ମୌନି ଅମାବାସ୍ୟା ଅବସରରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଥିବା ସଙ୍ଗମରେ ପବିତ୍ର ବୁଡ଼ ପକାଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା। ବୁଡ଼ ପକାଇବା ପରେ ସେ ନିଜେ ଡଙ୍ଗା ଚଳାଇ ନଦୀରେ ବୁଲିଛନ୍ତି। ପ୍ରଥମେ ସେ ଡଙ୍ଗାରେ ତାଙ୍କ ସହଯୋଗୀମାନଙ୍କ ସହ ବସିଥିଲେ।

ହେଲେ କିଛି ସମୟରେ ସେ ଏହାକୁ ଚଳାଇବା ଆରମ୍ଭ କରିଥିଲେ। ତାଙ୍କର ଏହି ନୌକା ଚଳାଇବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ପ୍ରିୟଙ୍କା ନିଜର ଦୁଇ ହାତରେ କାତ ମାରୁଥିବା ଦେଖିବାକୁ ମିଳିଛି।

କଂଗ୍ରେସ ନେତା ରାଜୀବ ଶୁକ୍ଳା ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓକୁ ଶେୟାର କରିଛନ୍ତି। ଏଥିରେ ଲେଖିଛନ୍ତି, “ପବିତ୍ର ମୌନି ଅମାବାସ୍ୟାରେ ପ୍ରିୟଙ୍କା ଗାନ୍ଧି ଭଦ୍ରା ସଙ୍ଗମରେ ବୁଡ଼ ପକାଇବା ପରେ ନିଜେ ନୌକା ଚଳାଇଛନ୍ତି। ହର ହର ଗଙ୍ଗେ।”


ସୂଚନାଯୋଗ୍ୟ, ଆଜି ହେଉଛି ମାଘ ମେଳାର ତୃତୀୟ ସ୍ନାନ ପର୍ବ। ଏହି ଅବସରରେ ପ୍ରିୟଙ୍କା ପ୍ରୟାଗରାଜରେ ପହଞ୍ଚିଥିଲେ। ଏହି ଗସ୍ତ ସମୟରେ ସେ ନେହରୁ-ଗାନ୍ଧି ପରିବାରର ପୈତୃକ ସ୍ଥାନ ଆନନ୍ଦ ଭବନ ମଧ୍ୟ ଯାଇଥିଲେ। ଏଠାରେ ଥିବା ଅନାଥ ଆଶ୍ରମରେ ସେ କିଛି ସମୟ ବିତାଇଥିଲେ। ଏହାପରେ ସେ ମନକାମେଶ୍ୱର ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ।

ପ୍ରୟାଗରାଜ ଗସ୍ତ ବେଳେ ପ୍ରିୟଙ୍କା ସହ ତାଙ୍କର ଝିଅ ମୀରାୟା ଓ କଂଗ୍ରେସ ବିଧାୟକ ଆରଧାନା ମିଶ୍ର ମଧ୍ୟ ଉପସ୍ଥିତ ରହିଥିଲେ। ଗତକାଲି ପ୍ରିୟଙ୍କା ଶାହରନପୁରରେ ଆୟୋଜିତ ଚାଷୀ ମହାପଞ୍ଚାୟତରେ ଯୋଗଦେଇଥିଲେ।

Related story