ସପ୍ତାହେ ବିତିଲା, ଏଯାଏ ଘୋଷଣା ହୋଇପାରିଲାନି ବିରୋଧୀ ଦଳ ନେତା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା କିଏ ହେବେ? ଶୁଭେନ୍ଦୁ ଅଧିକାରୀ ନା ମୁକୁଲ ରୟ? ନିର୍ବାଚନ ଫଳାଫଳର ସପ୍ତାହକ ପରେ ବି ବିରୋଧୀ ଦଳ ନେତା ଘୋଷଣା କରିପାରିନି ବିଜେପି। ତେବେ ଏହି ଦୁଇ ନେତା ଟିଏମସିରୁ ଆସିଛନ୍ତି। ଉଭୟ ଟିଏମସିରେ ମଧ୍ୟ ଗୁରୁ ଦାୟିତ୍ୱରେ ଥିଲେ। ଏବେ କିନ୍ତୁ ବିଜେପିକୁ ଆସିବା ପରେ ଉଭୟଙ୍କ ମଧ୍ୟରେ ପଦବୀକୁ ନେଇ କନ୍ଦଳ ରହିଥିବା ସୂଚନା ରହିଛି। ଯାହାକୁ ନେଇ ପଦ୍ମ ଶିବୀର ଏବେ ଅଡୁଆରେ। […]

SUBHENDU-MUKUL

SUBHENDU-MUKUL

Subhransu Sekhar
  • Published: Sunday, 09 May 2021
  • Updated: 09 May 2021, 05:02 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା କିଏ ହେବେ? ଶୁଭେନ୍ଦୁ ଅଧିକାରୀ ନା ମୁକୁଲ ରୟ? ନିର୍ବାଚନ ଫଳାଫଳର ସପ୍ତାହକ ପରେ ବି ବିରୋଧୀ ଦଳ ନେତା ଘୋଷଣା କରିପାରିନି ବିଜେପି। ତେବେ ଏହି ଦୁଇ ନେତା ଟିଏମସିରୁ ଆସିଛନ୍ତି। ଉଭୟ ଟିଏମସିରେ ମଧ୍ୟ ଗୁରୁ ଦାୟିତ୍ୱରେ ଥିଲେ। ଏବେ କିନ୍ତୁ ବିଜେପିକୁ ଆସିବା ପରେ ଉଭୟଙ୍କ ମଧ୍ୟରେ ପଦବୀକୁ ନେଇ କନ୍ଦଳ ରହିଥିବା ସୂଚନା ରହିଛି। ଯାହାକୁ ନେଇ ପଦ୍ମ ଶିବୀର ଏବେ ଅଡୁଆରେ।

ତେବେ କନ୍ଦଳର ସମାଧାନ ପାଇଁ କେନ୍ଦ୍ର ବିଜେପି ଦୁଇ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛି। ପର୍ଯ୍ୟବେକ୍ଷକଙ୍କ ନିଷ୍ପତ୍ତି ଆଧାରରେ ବିରୋଧୀ ଦଳର ନେତା ବାଛିବ ଦଳ। ଶନିବାର ରାତିରେ ବିଜେପି ସଭାପତି ଜେପି ନଡ୍ଡାଙ୍କ ଘରେ ଏହି ପ୍ରସଙ୍ଗରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆଉ ନଡ୍ଡା ବିରୋଧୀ ଦଳର ନେତା ଚୟନ କରିବାର ଦାୟିତ୍ୱ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ସାଧାରଣ ସମ୍ପାଦକ ଭୁପେନ୍ଦ୍ର ଯାଦବଙ୍କୁ ଦେଇଛନ୍ତି।

ତେବେ ଶୁଭେନ୍ଦୁ ଅଧିକାରୀ ବିରୋଧୀ ଦଳର ନେତା ହେବେ ବୋଲି ସୂଚନା ରହିଛି। ସେ ଦୀର୍ଘ ଦିନ ଧରି ରାଜ୍ୟର ମନ୍ତ୍ରୀ ତଥା ସାଂସଦ ଥିଲେ। ବହୁ ବର୍ଷ ଧରି ବିଧାୟକ ରହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ପଦ୍ମ ଶିବୀର ଶୁଭେନ୍ଦୁ ଅଧିକାରୀଙ୍କୁ ବିରୋଧୀ ଦଳର ନେତା ଭାବରେ ପ୍ରୋଜେକ୍ଟ କରିପାରେ। ଏଥିସହ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସେ ନିର୍ବାଚନରେ ​​ହରାଇଛନ୍ତି। ତେଣୁ ଏହି ପରିପ୍ରେକ୍ଷୀରେ ତାଙ୍କ ନାମ ବିରୋଧୀ ଦଳର ନେତା ଭାବରେ ଆଗରେ ରହିଛି।

ହେଲେ ଏହି ପଦବୀ ପାଇଁ ତୁଳନାତ୍ମକ ଭାବେ ଦଳର ପୁରୁଣା ସଦସ୍ୟ ମୁକୁଲ ରୟଙ୍କ ନାମ ମଧ୍ୟ ରହିଛି। ସେ କୃଷ୍ଣନଗର ଉତ୍ତର ଆସନରୁ ଜିତିଛନ୍ତି। ସେ ମମତାଙ୍କ ନିକଟତମ ଥିଲେ। ଏମିତିକି ୟୁପିଏ ସରକାର ବେଳେ ମମତା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାପରେ ରେଳ ମନ୍ତ୍ରୀ ପଦବୀ ଛାଡ଼ି ଦେଇଥିଲେ। ଆଉ ମୁକୁଲ ରୟ ହୋଇଥିଲେ କେନ୍ଦ୍ରରେ ରେଳ ମନ୍ତ୍ରୀ। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୁକୁଲ ଟିଏମସି ଛାଡ଼ି ବିଜେପିରେ ସାମିଲ୍ ହୋଇଥିଲେ।

ତେବେ ବିଜେପି ଦଳର ନିୟମ ଅନୁଯାୟୀ ଦିଲ୍ଲୀରେ ସଂସଦୀୟ ବୋର୍ଡର ବୈଠକ ବସିବ। ସେଠାରେ ନାମ ଚୂଡ଼ାନ୍ତ ହେବ। ଯେଉଁମାନେ ପର୍ଯ୍ୟବେକ୍ଷକ ଭାବରେ ଆସିଛନ୍ତି ସେମାନଙ୍କ ରିପୋର୍ଟ ଆଧାରରେ ବିରୋଧୀ ଦଳ ନେତାର ନାମ ସ୍ଥିର କରାଯିବ। ଏବେ ପର୍ଯ୍ୟବେକ୍ଷକମାନେ ବିଧାୟକଙ୍କୁ ଭେଟିବେ ଏବଂ ସମସ୍ତଙ୍କ ମତ ନେବେ ତା’ପରେ ଏହାକୁ ସର୍ବସମ୍ମତି କ୍ରମେ ଗ୍ରହଣ କରାଯିବ। ସୋମବାର ସୁଦ୍ଧା ବିରୋଧୀ ଦଳର ନେତାଙ୍କ ନାମ ଘୋଷଣା କରାଯିବ ବୋଲି ଆଶା କରାଯାଉଛି। ତେବେ ବିଜେପି ସୂତ୍ରରୁ ପ୍ରକାଶ ଯେ ଶୁଭେନ୍ଦୁ ଅଧିକାରୀ ଏହି ପଦବୀ ପାଇଁ ଦାବିଦାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story