ବୈଷ୍ଣୋ ଦେବୀ ମନ୍ଦିର ଦଳାଚକଟା ଘଟଣା: ୭ଦିନରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଜମ୍ମୁ: ଶନିବାର ମାତା ବୈଷ୍ଣୋ ଦେବୀ ମନ୍ଦିରରେ  ଦଳାଚକଟା ଘଟଣାର ଯାଞ୍ଚ ପାଇଁ ୩ ଜଣିଆ ସଦସ୍ୟ ଗଠନ କରାଯାଇଛି।  ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ  ଦ୍ୱାରା ଏହି କମିଟି ଗଠନ କରାଯାଇଛି। ଏକ ସପ୍ତାହ ମଧ୍ୟରେ ଜମ୍ମୁ କଶ୍ମୀର ସରକାରଙ୍କୁ ରିପୋର୍ଟ ଦାଖଲ କରିବାକୁ ପ୍ୟାନେଲକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କମିଟିରେ ମୁଖ୍ୟ ଗୃହ ସଚିବଙ୍କ ନେତୃତ୍ୱରେ ଏହି କମିଟିରେ ଜମ୍ମୁ ଡିଭିଜନାଲ କମିଶନର ରାଘବ ଲେଙ୍ଗର ଏବଂ ଜମ୍ମୁର ଅତିରିକ୍ତ ମହାନିର୍ଦ୍ଦେଶକ  ମୁକେଶ ସିଂଙ୍କ […]

jkl

jkl

Tapas Behera
  • Published: Saturday, 01 January 2022
  • Updated: 01 January 2022, 10:40 PM IST

Sports

Latest News

ଜମ୍ମୁ: ଶନିବାର ମାତା ବୈଷ୍ଣୋ ଦେବୀ ମନ୍ଦିରରେ  ଦଳାଚକଟା ଘଟଣାର ଯାଞ୍ଚ ପାଇଁ ୩ ଜଣିଆ ସଦସ୍ୟ ଗଠନ କରାଯାଇଛି।  ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ  ଦ୍ୱାରା ଏହି କମିଟି ଗଠନ କରାଯାଇଛି। ଏକ ସପ୍ତାହ ମଧ୍ୟରେ ଜମ୍ମୁ କଶ୍ମୀର ସରକାରଙ୍କୁ ରିପୋର୍ଟ ଦାଖଲ କରିବାକୁ ପ୍ୟାନେଲକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କମିଟିରେ ମୁଖ୍ୟ ଗୃହ ସଚିବଙ୍କ ନେତୃତ୍ୱରେ ଏହି କମିଟିରେ ଜମ୍ମୁ ଡିଭିଜନାଲ କମିଶନର ରାଘବ ଲେଙ୍ଗର ଏବଂ ଜମ୍ମୁର ଅତିରିକ୍ତ ମହାନିର୍ଦ୍ଦେଶକ  ମୁକେଶ ସିଂଙ୍କ ଅଛନ୍ତି। ମନ୍ଦିର ପ୍ରଶାସନ କହିଛି ଯେ, ଦୁଇ ତୀର୍ଥଯାତ୍ରୀ ଗୋଷ୍ଠୀଘଙ୍କ ମଧ୍ୟରେ ସଂଘର୍ଷ ଘଟି ଏଭଳି ଦୁର୍ଘଟଣାର ରୂପ ନଆଲା।  ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବାରୁ  ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ପୁଲିସ କହିଛି।

ଜମ୍ମୁ-କଶ୍ମୀରର ରେଆସି ଜିଲ୍ଲା ଅନ୍ତର୍ଗତ କାତ୍ରାରେ ଥିବା ବୈଷ୍ଣୋ ଦେବୀ ଭବନରେ ଆଜି ଦଳା ଚକଟାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି। ନବବର୍ଷ ଉପଲକ୍ଷେ ଶହଶହ ଶ୍ରଦ୍ଧାଳୁ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଆସିଥିଲେ। ଏହି ସମୟରେ ଶ୍ରଦ୍ଧାଳୁମାନେ ପ୍ରବଳ ଭିଡ଼ କରି କାତ୍ରା ମାତା ବୈଷ୍ଣୋ ଦେବୀ ଭବନରେ ପ୍ରବେଶ କରିଥିଲେ। ଭବନ ଭିତରେ ପ୍ରବେଶ ପାଇଁ ଅନେକଙ୍କ ପାଖରେ ଅନୁମତି ରସିଦ ନଥିଲା। ତଥାପି ସେମାନେ ଠେଲାପେଲା କରି ଭବନରେ ପ୍ରବେଶ କରିଥିଲେ। ରାତି ପ୍ରାୟ ୨.୪୫ରେ ଏହି ଠେଲାପେଲାକୁ ନେଇ କିଛି ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ମାରପିଟ୍‌ ହେବାରୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ଇତି ମଧ୍ୟରେ କିଛି ଲୋକ ତଳେ ପଡ଼ିଯିବାରୁ ଦଳା ଚକଟା ଆରମ୍ଭ ହୋଇଯାଇଥିଲା। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ପୂର୍ବରୁ ୧୨ ଜଣ ପ୍ରାଣ ହରାଇ ସାରିଥିଲେ।

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା ଗୋପାଲ ଦତ୍ତ କହିଛନ୍ତି, ମୃତାହତମାନେ ଦିଲ୍ଲୀ, ହରିଆଣା, ପଞ୍ଜାବ ଓ ଜଣେ ଜମ୍ମୁ-କଶ୍ମୀରର। ଆହତମାନଙ୍କୁ ମାତା ବୈଷ୍ଣୋଦେବୀ ନାରାୟଣ ସୁପରସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏଥିସହ ହସ୍ପିଟାଲରେ ଆହତମାନଙ୍କୁ ସମସ୍ତ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ କହିଛନ୍ତି। ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କ ପାଇଁ ସେ ୨ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସେହିପରି ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ ମିଳିବ ବୋଲି କହିଛନ୍ତି। ଏହି ଟଙ୍କା ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ଫଣ୍ଡରୁ ପ୍ରଦାନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos