ସୋମବାର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ପୁଡୁଚେରୀ ସରକାର

ପୁଡୁଚେରୀ: ପୁଡୁଚେରୀରେ କ୍ଷମତାସୀନ କଂଗ୍ରେସ ସରକାର ସଙ୍କଟ ମଧ୍ୟରେ ପଡ଼ିଥିବା ବେଳେ ଆସନ୍ତା ସୋମବାର ବିଧାନସଭାରା ଫ୍ଲୋର ଟେଷ୍ଟ ହେବ। ଏହାର ଅର୍ଥ ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ। ଯଦି ସେ ସୋମବାର ଗୃହରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହାସଲ କରିପାରିବେ ନାହିଁ, ତା’ହେଲେ କଂଗ୍ରେସ ହାତରୁ ପୁଡ଼ୁଚେରୀ ଚାଲିଯିବ। ନୂଆ କରି ପୁଡୁଚେରୀ ଉପରାଜ୍ୟପାଳ ଦାୟିତ୍ୱ ନେଇଥିବା ଟି ସୌନ୍ଦରାରାଜନ ଆଜି କହିଛନ୍ତି ଯେ ସୋମବାର ବିଧାନସଭାରେ ଫ୍ଲୋର […]

puduchery

Hemant Lenka
  • Published: Thursday, 18 February 2021
  • , Updated: 18 February 2021, 06:54 PM IST

ପୁଡୁଚେରୀ: ପୁଡୁଚେରୀରେ କ୍ଷମତାସୀନ କଂଗ୍ରେସ ସରକାର ସଙ୍କଟ ମଧ୍ୟରେ ପଡ଼ିଥିବା ବେଳେ ଆସନ୍ତା ସୋମବାର ବିଧାନସଭାରା ଫ୍ଲୋର ଟେଷ୍ଟ ହେବ। ଏହାର ଅର୍ଥ ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ। ଯଦି ସେ ସୋମବାର ଗୃହରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହାସଲ କରିପାରିବେ ନାହିଁ, ତା’ହେଲେ କଂଗ୍ରେସ ହାତରୁ ପୁଡ଼ୁଚେରୀ ଚାଲିଯିବ।

ନୂଆ କରି ପୁଡୁଚେରୀ ଉପରାଜ୍ୟପାଳ ଦାୟିତ୍ୱ ନେଇଥିବା ଟି ସୌନ୍ଦରାରାଜନ ଆଜି କହିଛନ୍ତି ଯେ ସୋମବାର ବିଧାନସଭାରେ ଫ୍ଲୋର ଟେଷ୍ଟ ହେବ। କଂଗ୍ରେସ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ରଖିଛି କି ନାହିଁ, ତାହା ଜାଣିବା ପାଇଁ ଗୃହରେ ଭୋଟିଂ ହେବ।

କଂଗ୍ରେସ ୩୦ ଆସନ ବିଶିଷ୍ଟ ବିଧାନସଭାରେ ୧୫ଟିରେ ବାଜିମାତ କରିଥିଲା। ସେହିପରି ଡିଏମକେର ୩ ଜଣ ଓ ଜଣେ ସ୍ୱାଧୀନ ବିଧାୟକ ନାରାୟଣସାମୀ ସରକାରଙ୍କୁ ସମର୍ଥନ କରିଥିଲେ। ସରକାର ଗଠନ କରିବା ପାଇଁ ମ୍ୟାଜିକ ନମ୍ବର ୧୬ ଦରକାର ଥିବା ବେଳେ କଂଗ୍ରେସ ଏହାକୁ ହାସଲ କରିନେଇଥିଲା।

ତେବେ କିଛି ଦିନ ମଧ୍ୟରେ କଂଗ୍ରେସର ୪ ବିଧାୟକ ଇସ୍ତଫା ଦେବା ଓ ଜଣଙ୍କୁ ଦଳ ବିରୋଧୀ କାମ ପାଇଁ ବିଦା କରିବା ପରେ ଦଳୀୟ ବିଧାୟକଙ୍କ ସଂଖ୍ୟା ୧୦କୁ ଖସି ଆସିଛି। ଏବେ ବି ୩ ଡିଏମକେ ଓ ଜଣେ ସ୍ୱାଧୀନ ବିଧାୟକ ଦଳ ସହ ରହିଛନ୍ତି। ତେଣୁ କଂଗ୍ରେସ ପାଖରେ ୧୪ ଜଣ ବିଧାୟକଙ୍କ ସମର୍ଥନ ରହିଛି।

ଅନ୍ୟପକ୍ଷରେ ଗୃହର ଆସନ ସଂଖ୍ୟା ୨୮କୁ ଖସି ଆସିଥିବାରୁ ମ୍ୟାଜିକ ନମ୍ବର ୧୫ ରହିଛି। ପୁଡୁଚେରୀ ବିଧାନସଭାକୁ ୩୦ ଜଣ ସଦସ୍ୟ ନିର୍ବାଚିତ ହେଉଥିବା ବେଳେ ୩ ଜଣ ମନୋନୀତ ହୋଇଥାଆନ୍ତି। ବିରୋଧୀ ଗୋଷ୍ଠୀଙ୍କ କଥା ବିଚାରକୁ ନେଲେ ଅଲ ଇଣ୍ଡିଆ ଏନଆର କଂଗ୍ରେସର ୭ ବିଧାୟକ ଥିବା ବେଳେ ଏଆଇଏଡିଏମକେର ୪ ସଦସ୍ୟ ବିଧାନସଭାରେ ରହିଛନ୍ତି। ବିଜେପିର ୩ ଜଣ କାର୍ଯ୍ୟକର୍ତ୍ତା ପୁଡୁଚେରୀ ବିଧାନସଭାକୁ ମନୋନୀତି ହୋଇଛନ୍ତି। ଏହାର ଅର୍ଥ ଉଭୟ ସରକାର ଓ ବିରୋଧୀଙ୍କ ପାଖରେ ଏବେ ୧୪ ଜଣ ବିଧାୟକଙ୍କ ସମର୍ଥନ ରହିଛି।

୫ ବିଧାୟକ ବିଧାନସଭାକୁ ବାଦ ପଡ଼ିବାରୁ ଏବେ ମୋଟ ଆସନ ସଂଖ୍ୟା ୨୮ ହୋଇଯାଇଛି। ତେଣୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୫। କଂଗ୍ରେସ ଏହାଠାରୁ ଗୋଟିଏ ଆସନ ପଛରେ ରହିଛି। ଆସନ୍ତା ମାସରେ ପୁଡୁଚେରୀ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ କଂଗ୍ରେସରେ ଏଭଳି ସଙ୍କଟ ଦଳର ଚିନ୍ତା ବଢ଼ାଇ ଦେଇଛି।

Related story