ଘୁଞ୍ଚିଲା ପଞ୍ଜାବ ନିର୍ବାଚନ

ଚଣ୍ଡିଗଡ: ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ। ନିର୍ବାଚନ ତାରିଖ ଘୁଞ୍ଚାଇଲେ ନିର୍ବାଚନ କମିଶନର। ୧୪ ଫେବ୍ରୁଆରୀରେ ହେବାକୁ ଥିବା ପଞ୍ଜାବ ନିର୍ବାଚନ ଏବେ ଆସନ୍ତା ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ନିର୍ବାଚନ ଘୁଞ୍ଚାଇବା ପାଇଁ ଶନିବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ନିର୍ବାଚନ କମିଶନରଙ୍କୁ ଚିଠି ଲେଖି ଅପିଲ କରିଥିଲେ। ଏବେ ସବୁ ଦଳର ଅପିଲ ପରେ ଆସନ୍ତା ଫେବ୍ରୁଆରୀ ୨୦ ତାରିଖରେ ଭୋଟ ପଡିବ। ଫେବ୍ରୁଆରୀ ୧୦ରୁ ସନ୍ଥ ରବିଦାସଙ୍କ ଜୟନ୍ତୀ। ଏଥିପାଇଁ […]

punjab elecation

Madhupriya Mistry
  • Published: Monday, 17 January 2022
  • , Updated: 17 January 2022, 04:48 PM IST

ଚଣ୍ଡିଗଡ: ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ। ନିର୍ବାଚନ ତାରିଖ ଘୁଞ୍ଚାଇଲେ ନିର୍ବାଚନ କମିଶନର। ୧୪ ଫେବ୍ରୁଆରୀରେ ହେବାକୁ ଥିବା ପଞ୍ଜାବ ନିର୍ବାଚନ ଏବେ ଆସନ୍ତା ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ନିର୍ବାଚନ ଘୁଞ୍ଚାଇବା ପାଇଁ ଶନିବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ନିର୍ବାଚନ କମିଶନରଙ୍କୁ ଚିଠି ଲେଖି ଅପିଲ କରିଥିଲେ। ଏବେ ସବୁ ଦଳର ଅପିଲ ପରେ ଆସନ୍ତା ଫେବ୍ରୁଆରୀ ୨୦ ତାରିଖରେ ଭୋଟ ପଡିବ।

ଫେବ୍ରୁଆରୀ ୧୦ରୁ ସନ୍ଥ ରବିଦାସଙ୍କ ଜୟନ୍ତୀ। ଏଥିପାଇଁ ଲକ୍ଷ ଲକ୍ଷ ଭୋଟର ବନାରସ ଯିବେ। ସେଠାରେ ପ୍ରାୟ ୫ରୁ ୬ ଦିନ ରହିବେ। ଏଥଯୋଗୁଁ ଅନେକ ଭୋଟର ନିଜ ମତଦାନ ସାବ୍ୟସ୍ତ କରିବାରୁ ବଞ୍ଚିତ ରହିବ। ତେଣୁ ପ୍ରାୟ ସବୁ ରାଜନୈତିକ ଦଳ ନିର୍ବାଚନ ଘୁଞ୍ଚାଇବା ପାଇଁ ନିର୍ବାଚନ କମିଶନରଙ୍କ ନିକଟରେ ଦାବି କରିଥିଲେ। ନିର୍ବାଚନ ତାରିଖ ପ୍ରାୟ ଏକ ସପ୍ତାହ ଘୁଞ୍ଚାଇବା ପାଇଁ ଅପିଲ କରିଥିଲେ।

ଏହି ମାମଲାକୁ ନେଇ ଆଜି ନିର୍ବାଚନ କମିଶନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ। ଏହି ବୈଠକରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି, ବିଜେପି ଏବଂ ପଞ୍ଜାବ ଲୋକ କଂଗ୍ରେସ ଦେଇଥିବା ଚିଠିକୁ ନେଇ ଆଲୋଚନା ହୋଇଥିଲା। ସମସ୍ତେ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ଫେବ୍ରୁଆରୀ ୧୬ରେ ଗୁରୁ ରବିଦାସଙ୍କ ଜୟନ୍ତୀକୁ ଦୃଷ୍ଟିରେ ରଖି ମତଦାନ ତାରିଖ ଆଗକୁ ବଢ଼ାଇବା ପାଇଁ ଦାବି କରିଥିଲେ। ବହୁଜନ ସମାଜବାଦୀ ପାର୍ଟି ମଧ୍ୟ ସମାନ ଅପିଲ କରିଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବରୁ ଫେବ୍ରୁଆରୀ ୧୪ ତାରିଖରେ ପଞ୍ଜାବ ବିଧାନସଭା ନିର୍ବାଚନ ହେବ ବୋଲି ଘୋଷଣା ହୋଇଥିଲା। ଏହି ଦିନ ହିଁ ୧୧୭ଟି ବିଧାନସଭା ସିଟ୍‌ ପାଇଁ ଭୋଟ୍‌ ପଡିବ ବୋଲି କୁହାଯାଇଥିଲା। ୧୦ ମାର୍ଚ୍ଚରୁ ଭୋଟ ଗଣତି ହେବ। ପଞ୍ଜାବ ନିର୍ବାଚନ ପାଇଁ ଜାନୁଆରୀ ୨୧ରେ ବିଜ୍ଞପ୍ତି ପ୍ରକାଶ ପାଇବ। ୨୮ ଜାନୁଆରୀ ଭିତରେ ପ୍ରାର୍ଥୀ ନାମାଙ୍କନ କରିପାରିବେ, ୨୯ ଜାନୁଆରରେ ନାମାଙ୍କନ ପତ୍ର ଯାଂଚ ହେବ। ୩୧ ଜାନୁଆରୀରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ହେବ। କିନ୍ତୁ ଏବେ ନିର୍ବାଚନ ତାରିଖ ୨୦ ଫେବ୍ରୁଆରୀକୁ ଘୁଞ୍ଚାଯାଇଛି ବୋଲି ନିର୍ବାଚନ କମିଶନର ସୂଚନା ଦେଇଛନ୍ତି।

Related story