ଆପୋଲୋ ହସପିଟାଲରେ ଭର୍ତ୍ତି ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଦିଲ୍ଲୀର ଆପୋଲୋ ହସପିଟାଲରେ ସେ ଭର୍ତ୍ତି ହୋଇଛନ୍ତି। ଅସୁସ୍ଥତା କାରଣରୁ ସେ ଭର୍ତ୍ତି ହୋଇଥିବା ଜଣାପଡ଼ଛି। ଡାଇଗ୍ନୋସିସ ପରେ ଭଗୱନ୍ତଙ୍କ ପାକସ୍ତଳୀରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏବେ ସେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପଟେ ପଞ୍ଜାବର ଦିବଙ୍ଗତ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀଙ୍କୁ ଏନକାଉଣ୍ଟର ପରେ ପଞ୍ଜାବ ପୁଲିସକୁ ଶୁଭେଚ୍ଛା ଜଣାଇଛନ୍ତି ମାନ୍‌। ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମାନ୍‌ ପୁଲିସକୁ ପ୍ରଶଂସା କରିଛନ୍ତି […]

bhagwant mann

bhagwant mann

Tapas Behera
  • Published: Thursday, 21 July 2022
  • Updated: 21 July 2022, 11:46 AM IST

Sports

Latest News

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଦିଲ୍ଲୀର ଆପୋଲୋ ହସପିଟାଲରେ ସେ ଭର୍ତ୍ତି ହୋଇଛନ୍ତି। ଅସୁସ୍ଥତା କାରଣରୁ ସେ ଭର୍ତ୍ତି ହୋଇଥିବା ଜଣାପଡ଼ଛି। ଡାଇଗ୍ନୋସିସ ପରେ ଭଗୱନ୍ତଙ୍କ ପାକସ୍ତଳୀରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏବେ ସେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପଟେ ପଞ୍ଜାବର ଦିବଙ୍ଗତ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀଙ୍କୁ ଏନକାଉଣ୍ଟର ପରେ ପଞ୍ଜାବ ପୁଲିସକୁ ଶୁଭେଚ୍ଛା ଜଣାଇଛନ୍ତି ମାନ୍‌।

ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମାନ୍‌ ପୁଲିସକୁ ପ୍ରଶଂସା କରିଛନ୍ତି । ଗତକାଲି ପଞ୍ଜାବର ଅମୃତସରର ଅଟାରୀ ନିକଟରେ ଏନ୍‌କାଉଣ୍ଟରରେ ମୁସେୱାଲାଙ୍କ ହତ୍ୟାରେ ସାମିଲ ଥିବା ଜଣେ ଗ୍ୟାଙ୍ଗଷ୍ଟରଙ୍କ ମୃତ୍ୟୁ ଘଟିଛି।  ଆଉ ଜଣଙ୍କୁ ପୁଲିସ କାବୁ କରିଛି। ତେବେ ଗ୍ୟାଙ୍ଗଷ୍ଟରଙ୍କ ଗୁଳିମାଡରେ ୩ ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି। ଅମୃତସର ଜିଲ୍ଲାର ଅଟାରୀରେ ପାକିସ୍ତାନ ସୀମା ନିକଟରେ ଥିବା ଚିଚା ଭକନା ଗାଁରେ ଏହି ଏନକାଉଣ୍ଟର ଚାଲିଥିଲା।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏ ସମ୍ପର୍କରେ ଏକ ବୟାନ ଜାରି କରାଯାଇଛି।  ସେଥିରେ ରାଜ୍ୟର ଗ୍ୟାଙ୍ଗଷ୍ଟର, ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ ସରକାର କଢ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପୂର୍ବରୁ ସରକାରଙ୍କ ପକ୍ଷରୁ ଅପରାଧ ମୁକ୍ତ ରାଜ୍ୟ ପାଇଁ  ପ୍ରତିଶ୍ରୁତି ଦିଆଯାଇଥିଲା। ଯାହା ଆପ୍ ସରକାର ଆସବା ପରେ କାର୍ଯ୍ୟାକାରୀ କରାଯାଉଛି ବୋଲି କୁହାଯାଇଛି। ନିକଟରେ ଜୁଲାଇ ୨୧ ତାରିଖରେ  ମାନ୍‌ ଦ୍ୱିତୀୟ ବିବାହ କରିଛନ୍ତି। ଗତ ମାର୍ଚ୍ଚ ୧୬ ତାରିଖରେ ଭଗୱନ୍ତ ମାନ୍‌ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos