ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କୁ ମିଳିଲାନି ଟିକେଟ, ସ୍ୱାଧୀନରୁ ଲଢ଼ିବେ

ଚଣ୍ଡିଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରାଯାଇଛି। ପ୍ରକାଶ ପାଇଥିବା ପ୍ରାର୍ଥୀ ତାଲିକାରୁ ବାଦ ପଡ଼ିଥିବା ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି। ଏମିତିକି ଖୋଦ୍ ମୁଖ୍ୟମନ୍ତୀ ଚରଣଜିତ ସିଂ ଚନ୍ନିଙ୍କ ଭାଇଙ୍କୁ ଟିକେଟ ମିଳି ନାହିଁ।  ଚରଣଜିତ ସିଂ ଚନ୍ନିଙ୍କ ଭାଇ ମନୋହର ସିଂ ନିକଟରେ ସରକାରୀ ଡାକ୍ତର ଛାଡ଼ି ରାଜନୀତିକୁ ପ୍ରବେଶ କରିଥିଲେ। ମନୋହର ବସିପଠାନ ଆସନରୁ ଟିକେଟ ପାଇଁ ଆଶାୟୀ ଥିଲେ। ହେଲେ ଦଳଠାରୁ […]

punjan

Tapas Behera
  • Published: Sunday, 16 January 2022
  • , Updated: 16 January 2022, 04:06 PM IST

ଚଣ୍ଡିଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରାଯାଇଛି। ପ୍ରକାଶ ପାଇଥିବା ପ୍ରାର୍ଥୀ ତାଲିକାରୁ ବାଦ ପଡ଼ିଥିବା ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି। ଏମିତିକି ଖୋଦ୍ ମୁଖ୍ୟମନ୍ତୀ ଚରଣଜିତ ସିଂ ଚନ୍ନିଙ୍କ ଭାଇଙ୍କୁ ଟିକେଟ ମିଳି ନାହିଁ।  ଚରଣଜିତ ସିଂ ଚନ୍ନିଙ୍କ ଭାଇ ମନୋହର ସିଂ ନିକଟରେ ସରକାରୀ ଡାକ୍ତର ଛାଡ଼ି ରାଜନୀତିକୁ ପ୍ରବେଶ କରିଥିଲେ। ମନୋହର ବସିପଠାନ ଆସନରୁ ଟିକେଟ ପାଇଁ ଆଶାୟୀ ଥିଲେ।

ହେଲେ ଦଳଠାରୁ ନିରାଶ ହେବା ପରେ ମନୋହର ସ୍ୱାଧୀନରୁ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଅ ଏଠାରେ ଏବେ ଦଳ ପକ୍ଷରୁ ବିଧାୟକ ଥିବା ଗୁରୁପ୍ରୀତ ସିଂଙ୍କୁ ଟିକେଟ ମିଳିଛି। ତେବେ ମନୋହର ସ୍ୱାଧୀନରୁ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି । ସେପଟେ ମାନ୍‌ସା, ମୋଗା ଏବଂ ମଲଆଉଟ୍‌ ଆସନକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଛି।  ମଲଆଉଟ୍‌ରେ ବର୍ତ୍ତମାନ ବିଧାୟକ ଥିବା ଅଜାଇବ୍ ସିଂ ଏବଂ  ହରଜୋତ କମଲଟଙ୍କ ଟିକେଟ କଟାଯାଇଛି। ଅଜାଇବ୍ ସିଂ ପଞ୍ଜାବର ଉପ ବାଚସ୍ପତି ଥିଲେ। ତେବେ ବିବାଦୀୟ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କୁ  ମାନସ୍ ନିର୍ବାଚନମଣ୍ଡଳୀ  ଏବଂ ବଲିଉଡ୍ ଅଭିନେତାର ସୁନୋ ସୁଦଙ୍କ ଭଉଣୀ ମାଳବିକାଙ୍କୁ

ମୋଗା ଆସନ ପାଇଁ  ଦଳ ଟିକେଟ ଦେଇଛି। ସେହିପରି ମୁସେୱାଲା ବିଧାୟକ କଥିବା  ନଜର ସିଙ୍କ ଟିକେଟ କଟାଯାଇଛି। ୨୦୧୯ରେ ରୂପିନ୍ଦର କୌରଙ୍କୁ  ମାଲଆଉଟରୁ ଦଳ ଟିକେଟ ଦେଇଛି। ପ୍ରଥମ ପର୍ଯ୍ୟାୟରେ ପଞ୍ଜାବ କଂଗ୍ରେସ ୮୬ ଜଣଙ୍କ ନାମ ତାଲିକା ଘୋଷଣା କରିଛି। ଏହି ତାଲିକାରେ ମୁଖ୍ୟମନ୍ତୀ ଚରଣଜିତ୍ ସିଂ ଚନ୍ନିଙ୍କ ନାଁ ପ୍ରକାଶ ପାଇଛି। ଚରଣଜିତ୍ ସିଂ ଚନ୍ନି ଚମକୌର ଆସନରୁ ଲଢ଼ିବେ । ତେବେ ପଟିଆଲା ଅର୍ବାନ ଆସନ ପାଇଁ ଦଳ ଟିକେଟ ଘୋଷଣା କରି ନାହିଁ।  ତେବେ ଖୁବ୍ଶୀଘ୍ର  ବାକି ୩୧ ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ୧୧୭ ବିଶିଷ୍ଟ ପଞ୍ଜାବ ବିଧାନ ସଭା ଆସନ ପାଇଁ ଆସନ୍ତା ଫେବୃଆରୀ ୧୪ରେ ନିର୍ବାଚନ ହେବ। ଏଠାରେ ଗୋଟି ପର୍ଯ୍ୟାୟ ନିର୍ବାଚନ ହେଉଥିବା ବେଳେ ମାର୍ଚ୍ଚ ୧୦ରେ ଗଣତି ହେବ।

Related story