ନୂଆଦିଲ୍ଲୀ: ଆଜି ଏକ ଟେଲିଭିଜ୍ନ ବାର୍ତ୍ତାରେ ସାମ୍ନାକୁ ଆସିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। ବର୍ତ୍ତମାନର ୟୁକ୍ରେନ୍ ସରକାରଙ୍କୁ ଉପାଡ଼ି ଫିଙ୍ଗିଦେବା ପାଇଁ ୟୁକ୍ରେନ୍ ସେନାକୁ ସେ ଆହ୍ୱାନ କରିଛନ୍ତି। କିଭ୍ରେ ଥିବା ଶାସକଙ୍କୁ ହଟାଇ ନିଜେ କ୍ଷମତାକୁ ଅକ୍ତିଆର କରିବାକୁ ପୁଟିନ୍ ତାଙ୍କ ଭାଷଣରେ ଉସକାଇଛନ୍ତି। ଫଳରେ ଆମକୁ ଚୁକ୍ତି ପାଇଁ ସହଜ ହେବ ବୋଲି ପୁଟିନ୍ କହିଛନ୍ତି।
ଏମିତି କହି ପୁଟିନ୍ ଯୁଦ୍ଧରେ ସମସ୍ତ ପ୍ରକାର ରଣନୀତି ଅବଲମ୍ବନ କରିଛନ୍ତି। ୟୁକ୍ରେନ୍ ସରକାରଙ୍କୁ ଦମନ ପାଇଁ ଜଳ, ସ୍ଥଳ ଅକାଶ ବାହିନୀ ସହ କୂଟନୀତି ଖେଳ ଖେଳିଛି ରୁଷ। ଆଜି ରୁଷ ସିକ୍ୟୁରିଟି କାଉନସିଲରେ ଉଦ୍ବୋଧନ ଦେଇ ପୁଟିନ କହିଛନ୍ତି ଯେ, ମୁଁ ପୁଣି ଥରେ ୟୁକ୍ରେନର ସେନାକୁ ନିବେଦନ କରୁଛି ଅପାଣମାନେ ନ୍ୟୁ-ନାଜିକୁ ଆପଣଙ୍କ ପିଲା, ଛୁଆ ସ୍ତ୍ରୀଙ୍କୁ ହସ୍ତାନ୍ତର କରନ୍ତୁ ନାହିଁ। ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ। କ୍ଷମତା ନିଜ ହାତକୁ ନିଅନ୍ତୁ ବୋଲି ପୁଟିନ୍ କହିଛନ୍ତି।
ସେପଟେ ଯୁଦ୍ଧର ଦ୍ଵିତୀୟ ଦିନରେ ହିଁ ଋଷ ସେନା ୟୁକ୍ରେନର ରାଜଧାନୀ କିଭ୍ ନିକଟରେ ପହଞ୍ଚିଯାଇଛି। ନାଟୋ ମୁଖ୍ୟଠାରୁ ଆରମ୍ଭ କରି ଆମେରିକାର ରାଷ୍ଟ୍ରପତି ପର୍ଯ୍ୟନ୍ତ ସେନା କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଇଛନ୍ତି। ସେମାନେ କହିଛନ୍ତି ୟୁକ୍ରେନକୁ ନିଜ ଲଢେଇ ନିଜେ ଲଢିବାକୁ ପଡିବ। ଏହା ପରେ ୟୁକ୍ରେନର ରାଷ୍ଟ୍ରପତି ଅସହାୟ ହୋଇ ୟୁକ୍ରେନ ନିଜେ ଲଢ଼ୁଥିବା କହିଛନ୍ତି। ତେବେ ଯୁଦ୍ଧରେ ରୁଷର ପ୍ରାୟ ୧୦୦୦ ସୈନ୍ୟଙ୍କ ମୃତ୍ୟୁ ଘଟିଥିବା ୟୁକ୍ରେନ୍ ଦାବି କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।