ନୂଆଦିଲ୍ଲୀ: ବୟସ ବଢ଼ିଯାଇଛି। କିନ୍ତୁ ପିଲାଳିଆମି ଯାଇନି।ସେଇ ପ୍ରେମ, ସ୍ନେହ ମମତା ଓ ଭଲ ପାଇବା ଅତୁଟ ରହିଛି। ଭାରତ ଯୋଯୋଡ଼ୋ ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ତାଙ୍କ ମା’ ସୋନିଆ ଗାନ୍ଧିଙ୍କୁ ଏକ ବିଶେଷ ମୂହୁର୍ତ୍ତରେ ଦେଖିବାକୁ ମିଳିଥିଲା। ଦୁହିଙ୍କ ମଧ୍ୟରେ ଦେଖିବାକୁ ମଳିଥିଲା ଅନାବିଳ ସମ୍ପର୍କର ନିଦର୍ଶନ। ରାହୁଲଙ୍କୁ ଏଠାରେ ଅତି ହାଲୁକା ମନୋଭାବରେ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମ ସମୟରେ ସେ ତାଙ୍କ ମା ସୋନିଆ ଗାନ୍ଧୀଙ୍କ ସହ ହସୁଥିବା ଏବଂ ଥଟ୍ଟା ଆଦି ପିଲାଳିଆମି କରୁଥିବା ମଧ୍ୟ ଦେଖାଯାଇଥିଲା। ସୋନିଆଙ୍କ ସହ କଥାବାର୍ତ୍ତା ବେଳେ ରାହୁଲ ତାଙ୍କ ପ୍ରତି ଥିବା ନିଜର ଭଲ ପାଇବାକୁ ପ୍ରକାଶ କରିବ ପାଇଁ ସ୍ନେହରେ ତାଙ୍କ ମୁହଁକୁ ଧରିଥିଲେ। ତେବେ ସୋନିଆ ତାଙ୍କ ହାତକୁ ଛୋଟ ପିଲାଙ୍କ ହାତ ମା‘ କାଢ଼ିବା ଭଳି ବାହାର କରିଦେଇଥିଲେ। କଂଗ୍ରେସ ନେତା ଅମ୍ବିକା
ସୋନି ମଧ୍ୟ ରାହୁଲ ଏବଂ ସୋନିଆ ଗାନ୍ଧୀଙ୍କ ସହ କଥାବାର୍ତ୍ତା ହେଉଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି । ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁଯାୟୀ, କଂଗ୍ରେସର ୧୩୮ ତମ ପ୍ରତିଷ୍ଠା ଦିବସରେ ରାହୁଲ ଗାନ୍ଧୀ ବୁଧବାର ଦିଲ୍ଲୀରେ ଯୋଗଦେଇଛନ୍ତି। କିଛି ଦିନ ପୂର୍ବେ ରାହୁଲ କହିଥିଲେ ଯେ, ଦିଲ୍ଲୀରେ ପ୍ରବେଶ କରିବା ପରେ ଦିଲ୍ଲୀବାସୀଙ୍କୁ ରାହୁଲ୍ ଗାନ୍ଧୀ କହିଛନ୍ତି, କେତେକ ବ୍ୟକ୍ତି ଘୃଣା ପ୍ରସାର କରୁଛନ୍ତି ଅଥଚ ଦେଶର ସାଧାରଣ ଜନତା ଏବେ ଶ୍ରଦ୍ଧା କଥା କହୁଛନ୍ତି। ପ୍ରତ୍ୟେକ ରାଜ୍ୟରେ ଲକ୍ଷ ଲକ୍ଷ ଜନତା ଯାତ୍ରାରେ ଯୋଗ ଦେଇଛନ୍ତି। ଆପଣମାନଙ୍କ ଘୃଣା ବଜାରରେ ଆମେ ‘ଶ୍ରଦ୍ଧା’ ଦୋକାନ ଖୋଲିବୁ ବୋଲି ମୁଁ ଆର୍ଏସ୍ଏସ୍-ବିଜେପି ଲୋକଙ୍କୁ କହିଛି।
ଆମେ ଯୁଆଡ଼େ ଗଲୁ, ଆମକୁ ଶ୍ରଦ୍ଧା ମିଳିଲା। ଏହି ଯାତ୍ରା ଭୟ, ଘୃଣା, ବେକାରୀ ଏବଂ ମୁଦ୍ରାସ୍ଫୀତି ବିପକ୍ଷରେ। ଆର୍ଏସ୍ଏସ୍ ଭୟ ପ୍ରସାର କରିବା ପରେ ତାହାକୁ ଘୃଣାରେ ପରିଣତ କରୁଛି। ଆମେ ଘୃଣା ପ୍ରସାର କରୁ ନ ଥିବାରୁ ଭୟ କରନ୍ତୁ ନାହିଁ ବୋଲି ସେ କହିଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।