ଆତଙ୍କୀ ହମଲା: ରେଳବାଇ ପୁଲିସ୍‌ ମୃତ, ଆଉ ଜଣେ ଆହତ

ପୁଲୱାମା: ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲା କାକାପୋରାରେ ଆଜି ଆତଙ୍କବାଦୀମାନେ ପୁଣିଥରେ ହମଲା କରିଛନ୍ତି। ଏଥିରେ ଜଣେ ରେଳବାଇ ପୁଲିସ ଅଧିକାରୀ ପ୍ରାଣ ହରାଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି। ଏହି ଦୁଇ ଆରପିଏଫ ଅଧିକାରୀ କାକାପୋରା ଠାରେ ଛିଡ଼ା ହୋଇଥିବା ବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଏହାପରେ ଉଭୟଙ୍କୁ ରକ୍ତାକ୍ତ ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ଆଉ ଜଣେ ଅଧିକାରୀ […]

RPF

Hemant Lenka
  • Published: Monday, 18 April 2022
  • , Updated: 18 April 2022, 08:15 PM IST

ପୁଲୱାମା: ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲା କାକାପୋରାରେ ଆଜି ଆତଙ୍କବାଦୀମାନେ ପୁଣିଥରେ ହମଲା କରିଛନ୍ତି। ଏଥିରେ ଜଣେ ରେଳବାଇ ପୁଲିସ ଅଧିକାରୀ ପ୍ରାଣ ହରାଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି। ଏହି ଦୁଇ ଆରପିଏଫ ଅଧିକାରୀ କାକାପୋରା ଠାରେ ଛିଡ଼ା ହୋଇଥିବା ବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ।

ଏହାପରେ ଉଭୟଙ୍କୁ ରକ୍ତାକ୍ତ ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ଆଉ ଜଣେ ଅଧିକାରୀ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।

ଅନ୍ୟପକ୍ଷରେ ଆତଙ୍କୀ ହମଲା ପରେ ପୂରା ଅଞ୍ଚଳକୁ କର୍ଡନ କରାଯାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ହେଲେ ଏଯାଏ ଆତଙ୍କବାଦୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

ସୂଚନାଯୋଗ୍ୟ, କିଛି ଦିନ ତଳେ ଶୋପିଆନ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ହୋଇଥିବା ଏନକାଉଣ୍ଟର୍ରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ତେବେ ଆତଙ୍କୀମାନେ ଲୁଚି ରହିଥିବା ସ୍ଥାନକୁ ସୁରକ୍ଷାକର୍ମୀମାନେ ଯାଉଥିବା ବେଳେ ସେମାନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୩ ଜଣ ଯବାନଙ୍କ ଜୀବନ ଯାଇଥିଲା।

ତଥାପି ଅନ୍ୟ ଯବାନମାନେ ଘଟଣା ସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ କରିଥିଲେ। ଏହି ସମୟରେ ହିଁ ଏନକାଉଣ୍ଟର ସୃଷ୍ଟି ହୋଇଥିଲା। ଏଥିରେ ଲସ୍କର-ଇ-ତାଏବାର ୪ ଜଣ ଆତଙ୍କୀ ନିହତ ହୋଇଥିଲେ।

Related story