ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିକୁ ଫେରିବେ ରାଜ ବବର!

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଯେତିକି ପାଖରେ ଆସୁଛି, ଦଳ ଡିଆଁ ପର୍ବ ମଧ୍ୟ ସେତିକି ବଢ଼ୁଛି। ରାଜ୍ୟରେ କ୍ଷମତା ଦଖଲ ପାଇଁ ଚେଷ୍ଟା କରୁଥିବା କଂଗ୍ରେସକୁ ପୁଣିଥରେ ଗୋଟିଏ ବଡ଼ ଝଟକା ଲାଗିବାର ଆଶଙ୍କା ସୃଷ୍ଟି ହୋଇଛି। କାରଣ ଦଳର ବରିଷ୍ଠ ନେତା ରାଜ ବବର ଖୁବଶୀଘ୍ର କଂଗ୍ରେସକୁ ଅଲବିଦା କହିବେ। ସେ ନିର୍ବାଚନ ପୂର୍ବରୁ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟିରେ ମିଶି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ବରିଷ୍ଠ କଂଗ୍ରେସ ନେତା ଗୁଲାମ […]

Raj-Babar

Hemant Lenka
  • Published: Friday, 28 January 2022
  • , Updated: 28 January 2022, 02:59 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଯେତିକି ପାଖରେ ଆସୁଛି, ଦଳ ଡିଆଁ ପର୍ବ ମଧ୍ୟ ସେତିକି ବଢ଼ୁଛି। ରାଜ୍ୟରେ କ୍ଷମତା ଦଖଲ ପାଇଁ ଚେଷ୍ଟା କରୁଥିବା କଂଗ୍ରେସକୁ ପୁଣିଥରେ ଗୋଟିଏ ବଡ଼ ଝଟକା ଲାଗିବାର ଆଶଙ୍କା ସୃଷ୍ଟି ହୋଇଛି। କାରଣ ଦଳର ବରିଷ୍ଠ ନେତା ରାଜ ବବର ଖୁବଶୀଘ୍ର କଂଗ୍ରେସକୁ ଅଲବିଦା କହିବେ। ସେ ନିର୍ବାଚନ ପୂର୍ବରୁ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟିରେ ମିଶି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ ପଦ୍ମ ପୁରସ୍କାର ମିଳିବାରୁ ଏହା ଦଳୀୟ ନେତାଙ୍କୁ କ୍ଷୁବ୍ଧ କରିଛି। ଜୟରାମ ରମେଶଙ୍କ ଭଳି ବରିଷ୍ଠ ନେତାମାନେ ପଦ୍ମ ପୁରସ୍କାରକୁ ନେଇ ଆଜାଦଙ୍କୁ ପରୋକ୍ଷରେ ବାଣ ମଧ୍ୟ ମାରୁଛନ୍ତି। ହେଲେ ରାଜ ବବର ଦଳୀୟ ଲାଇନରୁ ବାହାରି ପଦ୍ମ ପୁରସ୍କାର ପାଇଁ ଆଜାଦଙ୍କୁ ଖୋଲାଖୋଲି ଭାବେ ପ୍ରଶଂସା କରିଛନ୍ତି। ବବରଙ୍କ ଏପରି ଟ୍ୱିଟ ସେ କଂଗ୍ରେସ ଛାଡ଼ିବା ନେଇ ଚାଲିଥିବା ଚର୍ଚ୍ଚାକୁ ଆହୁରି ତୀବ୍ର କରିଛି।

ବବର ଟ୍ୱିଟ କରି କହିଛନ୍ତି, “ଶୁଭେଚ୍ଛା ଗୁଲାମ ନବୀ ଆଜାଦ ସାହେବ। ଆପଣ ମୋର ବଡ଼ ଭାଇ ଭଳି। ଆପଣଙ୍କ ତ୍ରୁଟିହୀନ ରାଜନୀତିକ ଜୀବନ ଓ ଗାନ୍ଧିଆନ ଆଦର୍ଶ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିଛି। ୫ ଦଶନ୍ଧି ଧରି ଆପଣ ଦେଶପ୍ରତି ଯୋଗାଇ ଦେଇଥିବା ସେବାର ପ୍ରତୀକ ଭାବେ ଆପଣଙ୍କୁ ପଦ୍ମଭୂଷଣ ପୁରସ୍କାରେ ସମ୍ମାନୀତ କରାଯାଇଛି।”

ଗୁଲାମ ନବୀ ଆଜାଦ ନିକଟରେ କଂଗ୍ରେସର ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଥିଲେ। ତାଙ୍କ ସହ ଅନେକ ବରିଷ୍ଠ ନେତା ମଧ୍ୟ ସାଂଗଠନିକ ପରିବର୍ତ୍ତନ ସପକ୍ଷରେ ମତ ଦେଇଥିଲେ। ସେମାନେ କଂଗ୍ରେସରେ ରହି ମଧ୍ୟ ଏପରି ସ୍ୱର ଉଠାଇଥିବାରୁ ସେମାନଙ୍କୁ ଜି-୨୩ ବିଦ୍ରୋହୀ ନେତାମାନେ ଆଖ୍ୟା ଦିଆଯାଇଥିଲା।

ଏବେ ଭାରତ ସରକାର ଗୁଲାମ ନବୀଙ୍କୁ ପଦ୍ମ ଭୂଷଣ ଦେବାରୁ ଏହା କଂଗ୍ରେସର ଅନ୍ୟ ନେତାମାନଙ୍କୁ କ୍ଷୁବ୍ଧ କରିଛି। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ବବର ଗତକାଲି ମଧ୍ୟ ଟ୍ୱିଟ କରି ଆଜାଦଙ୍କୁ ସମର୍ଥନ କରିଥିଲେ।

ସେ ଏଥିରେ କହିଥିଲେ ଯେ “ବିରୋଧୀ ଦଳର ନେତାଙ୍କ କାମକୁ ସମ୍ମାନ କରି ଯେତେବେ କୌଣସି ଆୱାର୍ଡ ଦିଆଯାଏ, ସେତେବେଳେ ଏହି ସମ୍ମାନ ଅଧିକ ସ୍ମରଣୀୟ ହୋଇଯାଏ। ଯେକୌଣସି ସରକାର ନିଜର ଦଳର ନେତାମାନଙ୍କ ପାଇଁ ଏପରି କରିପାରିବ। ମୁଁ ଭାବୁଛି ପଦ୍ମଭୂଷଣକୁ ନେଇ ଜାରି ରହିଥିବା ବିବାଦ ଅର୍ଥହୀନ।”


ବବର ଏପରି ଟ୍ୱିଟ କରିଥିବାରୁ ସେ କଂଗ୍ରେସ ଛାଡ଼ିବା ନେଇ ଚର୍ଚ୍ଚା ହେଉଛି। ସମ୍ଭବତଃ ସେ ପୁଣି ସମାଜବାଦୀ ପାର୍ଟିକୁ କମବ୍ୟାକ କରିବେ। ଏଥିପାଇଁ ସେ ନିୟମିତ ଭାବେ ଅଖିଲେଶ ଯାଦବଙ୍କ ସହ ମଧ୍ୟ ଯୋଗାଯୋଗରେ ଥିବା କୁହାଯାଉଛି।

ଜଣେ ପ୍ରଖ୍ୟାତ ଅଭିନେତା ଭାବେ ପରିଚୟ ହାସଲ କରିଥିବା ରାଜ ବବର ଜନତା ଦଳରେ ଯୋଗଦେଇ ନିଜର ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ ସମାଜବାଦୀ ପାର୍ଟିରେ ମିଶିଥିଲେ। ବବର ୧୯୯୯ ଓ ୨୦୦୪ରେ ଆଗ୍ରା ଲୋକସଭା ଆସନରୁ ଜିତିଥିଲେ।

କିନ୍ତୁ ୨୦୦୬ରେ ତାଙ୍କୁ ସପାରୁ ନିଲମ୍ବନ ହେବାକୁ ପଡ଼ିଥିଲା। ଏହାର ଦୁଇ ବର୍ଷ ପରେ ସେ କଂଗ୍ରେସରେ ଯୋଗଦେଇଥିଲେ। ୨୦୦୯ରେ ବବର ଫିରୋଜାବାଦ ଉପ ନିର୍ବାଚନରେ ଜିତିଥିଲେ। ହେଲେ ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ତାଙ୍କୁ ହାରିବାକୁ ପଡ଼ିଥିଲା।

Related story