ଢୋଲ ଭିତରେ ମୂଷା, ଲାଞ୍ଚ ନେଇଧରାପଡ଼ିଲେ ଜିଏସଟି ଅଧିକାରୀ

ଜୟପୁର: ଢୋଲ ଭିତରେ ମୂଷା। କଥାରେ ଅଛି ବାଡ଼ ଯଦି ଫସଲ ଖାଇବ…। ଠିକ୍‌ ଏମିତି ହିଁ ଘଟଣା ଘଟିଛି ଜିଏସଟି ବିଭାଗରେ। ଦୁର୍ନୀତି ରୋକିବା ପାଇଁ ଗଠନ ହୋଇଥିବା ଜିଏସଟି ବିଭାଗର ଜଣେ କର୍ମଚାରୀ ଖୋଦ୍ ଘୋଟାଲା କରିଛନ୍ତି। ଲାଞ୍ଚ ନେବା ବେଳେ ଜଣେ ଜିଏସଟି ଅଧିକାର ଧରାପଡ଼ିଛନ୍ତି।  ରାଜସ୍ଥାନର ସମ୍ପୃକ୍ତ  ଜିଏସଟି ଅଫିସର ଜଣକ  ଭରତପୁର ଜିଲ୍ଲାରେ ୪ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ଏନେଇ ଆଣ୍ଟି କରପସନ୍‌ ବ୍ୟୋରୋ(ଏସିବି) ପକ୍ଷରୁ […]

GST

Tapas Behera
  • Published: Wednesday, 15 June 2022
  • , Updated: 15 June 2022, 09:30 AM IST

ଜୟପୁର: ଢୋଲ ଭିତରେ ମୂଷା। କଥାରେ ଅଛି ବାଡ଼ ଯଦି ଫସଲ ଖାଇବ...। ଠିକ୍‌ ଏମିତି ହିଁ ଘଟଣା ଘଟିଛି ଜିଏସଟି ବିଭାଗରେ। ଦୁର୍ନୀତି ରୋକିବା ପାଇଁ ଗଠନ ହୋଇଥିବା ଜିଏସଟି ବିଭାଗର ଜଣେ କର୍ମଚାରୀ ଖୋଦ୍ ଘୋଟାଲା କରିଛନ୍ତି। ଲାଞ୍ଚ ନେବା ବେଳେ ଜଣେ ଜିଏସଟି ଅଧିକାର ଧରାପଡ଼ିଛନ୍ତି।  ରାଜସ୍ଥାନର ସମ୍ପୃକ୍ତ  ଜିଏସଟି ଅଫିସର ଜଣକ  ଭରତପୁର ଜିଲ୍ଲାରେ ୪ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ଏନେଇ ଆଣ୍ଟି କରପସନ୍‌ ବ୍ୟୋରୋ(ଏସିବି) ପକ୍ଷରୁ ସରକାରୀ ଭାବେ ତଥ୍ୟ ଜାରି କରାଯାଇଛି।

ଗିରଫ ହୋଇଥିବା ଅଧିକାରୀ ଜଣକ ହେଉଛନ୍ତି ଜିଏସଟି ସୁପରିଟେଣ୍ଡେଣ୍ଟ ଧନରାଜ କୁମାୱତ। ଅଭିଯୋଗ ଅନୁଯାୟୀ, ଧନରାଜ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଧମକ ଦେଥିଲେ। ଏଥିପାଇଁ ବ୍ୟକ୍ତ ଜଣକ ଏସିବି ନିର୍ଦ୍ଦେଶକ  ଜେନେରାଲ ଭଗୱାନ ଲାଲ ସୋନିଙ୍କ ନିକଟରେ ଅଭିଯୋଗ କରିଥିଲେ। ସେହି ଅନୁଯାୟୀ ଏସିବି ଅଧିକାରୀ ପ୍ରସ୍ତୁ ହୋଇଥିଲେ।  ଜିସିଟି ଅଧିକାରୀ ଧନରାଜ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଲାଞ୍ଚ ନେବା ପରେ ନିଜ କାରରେ ଭରତପୁରରରୁ ଅଲୱାର ଆସିଥିଲେ।

ଏହି ସମୟରେ ବ୍ୟକ୍ତି ଜଣକ ଏସିବିକୁ ଫୋନ୍‌ କରି କହିଥିଲେ। ତେବେ ବାଟରେ ଜଗିରହିଥିବା ଏସିବି ଅଧିକାରୀ ଜିଏସିଟି ଅଧିକାରୀଙ୍କୁ ଅଟକାଇ ଯାଞ୍ଚ କରିବା ସହ ତାଙ୍କଠାରୁ ୪ ଲକ୍ଷ ଟଙ୍କା ଜବତ କରିଥିଲେ। ପରେ ତାଙ୍କୁ ଗିରଫ କରିଥିଲେ। ଏସମ୍ପର୍କରେ ଦୁର୍ନୀତି ନିରୋଧ ଆକ୍ଟ ଅନୁଯାୟୀ ମାମଲା ରୁଜୁ  ହୋଇଛି।

Related story