ରାଜସ୍ଥାନରେ ବିଶ୍ୱର ସବୁଠାରୁ ଉଚ୍ଚ ଶିବ ମୂର୍ତ୍ତି, କାଲି ଉଦ୍‌ଘାଟନ ହେବ

ଜୟପୁର: ବିଶ୍ୱର ସବୁଠାରୁ ଉଚ୍ଚ ଶିବ ମୂର୍ତ୍ତି। ହିନ୍ଦୁ ଧର୍ମର ଆସ୍ଥା ଓ ବିଶ୍ୱାସର ଭଗବାନ ମହାଦେବ ଶିବଙ୍କର ଏକ ବିଶାଳ ମୂର୍ତ୍ତି ରାଜସ୍ଥାନରେ ଶୋଭା ପାଇବ।  ରାଜସ୍ଥାନର ରାଜସମାନ ଜିଲ୍ଲାର ନାଥୱାରା ସହରରେ ସ୍ଥାପିତ ୩୬୯ ଫୁଟ ଉଚ୍ଚର ମହାଦେବ ଶିବଙ୍କ ପ୍ରତିମୂର୍ତ୍ତି ‘ବିଶ୍ୱ ସୂରୂପ ରୂପ’ ଶନିବାର ଉଦ୍‌ଘାଟିତ ହେବ। ବିଶ୍ୱର ସବୁଠାରୁ ଉଚ୍ଚ ମୂର୍ତ୍ତି ବୋଲି ଦାବି କରାଯାଉଥିବା ମହାଦେବଙ୍କର ଏହି ରୂପକୁ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଉଦ୍‌ଘାଟନ କରିବେ। […]

siva

  • Published: Friday, 28 October 2022
  • , Updated: 28 October 2022, 06:06 PM IST

ଜୟପୁର: ବିଶ୍ୱର ସବୁଠାରୁ ଉଚ୍ଚ ଶିବ ମୂର୍ତ୍ତି। ହିନ୍ଦୁ ଧର୍ମର ଆସ୍ଥା ଓ ବିଶ୍ୱାସର ଭଗବାନ ମହାଦେବ ଶିବଙ୍କର ଏକ ବିଶାଳ ମୂର୍ତ୍ତି ରାଜସ୍ଥାନରେ ଶୋଭା ପାଇବ।  ରାଜସ୍ଥାନର ରାଜସମାନ ଜିଲ୍ଲାର ନାଥୱାରା ସହରରେ ସ୍ଥାପିତ ୩୬୯ ଫୁଟ ଉଚ୍ଚର ମହାଦେବ ଶିବଙ୍କ ପ୍ରତିମୂର୍ତ୍ତି 'ବିଶ୍ୱ ସୂରୂପ ରୂପ' ଶନିବାର ଉଦ୍‌ଘାଟିତ ହେବ। ବିଶ୍ୱର ସବୁଠାରୁ ଉଚ୍ଚ ମୂର୍ତ୍ତି ବୋଲି ଦାବି କରାଯାଉଥିବା ମହାଦେବଙ୍କର ଏହି ରୂପକୁ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଉଦ୍‌ଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ଶାସ୍ତ୍ର ପ୍ରଚାରକ ମୋରାରି ବାପୁ, ବିଧାନସଭା ବାଚସ୍ପତି ସିପି ଯୋଶୀ ଏବଂ ଅନ୍ୟମାନେ ଉପସ୍ଥିତି ରହିବେ। ଉଦୟପୁର ଠାରୁ ୪୫ କିଲୋମିଟର ଦୂରରେ ଅବସ୍ଥିତ ଏହି ପ୍ରତିମୂର୍ତ୍ତିକୁ ଟାଟ ପଦମ ସଂସ୍ଥାନ ନିର୍ମାଣ କରିଛି।

ସଂସ୍ଥାନ ଟ୍ରଷ୍ଟି ତଥା ମିରାଜ ଗ୍ରୁପ ଅଧ୍ୟକ୍ଷ ମଦନ ପାଲିୱାଲ କହିଛନ୍ତି ଯେ ମୂର୍ତ୍ତିର ଉଦଘାଟନ ପରେ ଅକ୍ଟୋବର ୨୯ରୁ ନଭେମ୍ବର ୬ ପର୍ଯ୍ୟନ୍ତ ନଅ ଦିନ ପର୍ଯ୍ୟନ୍ତ ଅନେକ ଧାର୍ମିକ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଧର୍ମ ପ୍ରଚାରକ ମୋରାରି ବାପୁ ମଧ୍ୟ ନଅ ଦିନ ମଧ୍ୟରେ ରାମ କଥା ପାଠ କରିବେ। ଶ୍ରୀନାଥଜୀ ସହରରେ ସ୍ଥାପିତ ଭଗବାନ ଶିବଙ୍କ ଏହି ଚମତ୍କାର ପ୍ରତିମୂର୍ତ୍ତି ଆଧ୍ୟାତ୍ମିକ ପର୍ଯ୍ୟଟକକୁ ବେଶ ଆକୃଷ୍ଟ କରିବ ବୋଲି ଶ୍ରୀ ପାଲିୱାଲ କହିଛନ୍ତି। ପାହାଡ଼ ଉପରେ ନିର୍ମିତ ଏହି ଶିବମୂର୍ତ୍ତି  ୨୦ କିଲୋମିଟର ଦୂରରୁ ଦୃଶ୍ୟମାନ ହେବ ବୋଲି କୁହାଯାଇଛି।

ଏହି ପ୍ରତିମୂର୍ତ୍ତି ରାତିରେ ମଧ୍ୟ ସ୍ପଷ୍ଟ ଦେଖାଯାଯିବ।  କାରଣ ଏଠାରେ ସ୍ୱତନ୍ତ୍ର ଆଲୋକୀ କରଣ ବ୍ୟବସ୍ଥା କରାଯାଇଛି।  ଭକ୍ତମାନଙ୍କ ପାଇଁ ଲିଫ୍ଟ, ସିଡ଼ି ଏବଂ ଏକ ହଲ୍ ନିର୍ମାଣ କରାଯାଇଛି। ଭିତରକୁ ଯିବାକୁ ଚାରିଟି ଲିଫ୍ଟ ଏବଂ ତିନୋଟି ସିଡ଼ି ଅଛି। ଏହାର ନିର୍ମାଣରେ ତିନି ହଜାର ଟନ୍ ଇସ୍ପାତ, ଲୁହା, ୨.୫ ଲକ୍ଷ ଘନ ଟନ୍ କଂକ୍ରିଟ୍ ଏବଂ ବାଲି ବ୍ୟବହାର କରାଯାଇଛି। ଯାହା ସମ୍ପୂର୍ଣ୍ଣ ହେବାକୁ ୧୦ ବର୍ଷ ସମୟ ଲାଗିଛି। ଅଗଷ୍ଟ ୨୦୧୨ରେ ଅଶୋକ ଗେହଲେଟଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା।

ସେତେବେଳେ ସେ ମଧ୍ୟ ମୁଖ୍ୟମନ୍ତ୍ରୀ ଥିଲେ। ଏହାର ସ୍ଥାୟିତ୍ୱ ୨୫୦ ବର୍ଷ ପର୍ଯ୍ୟନ୍ତ ରହିବ ଏବଂ    ଲକ୍ଷ କରି ୨୫୦ କିଲୋମିଟର ପର୍ଯ୍ୟନ୍ତ ପବନର ବେଗକୁ ସହ୍ୟ କରିପାରିବ।

ଏହି ପ୍ରତିମୂର୍ତ୍ତିର ଉଇଣ୍ଡ ଟନେଲ ପରୀକ୍ଷା ଅଷ୍ଟ୍ରେଲିଆରେ କରାଯାଇଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏଠାରେ ବଙ୍ଗି ଜମ୍ପ, ଜିପ୍ ଲାଇନ ଏବଂ ଗୋ-କାର୍ଟ ଭଳି କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି କୁହାଯାଇଛି।

Related story