ଭାରତର କେତେ ଜମି କବଜା କରିଛନ୍ତି ଚାଇନା ଓ ପାକିସ୍ତାନ, ଜାଣନ୍ତୁ ପୂରା ତଥ୍ୟ

ନୂଆଦିଲ୍ଲୀ: ପଡ଼ୋଶୀ ଚାଇନା ଓ ପାକିସ୍ତାନ ସହ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାଜ୍ୟସଭାରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଛନ୍ତି। ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ର ସ୍ଥିତାବସ୍ଥା ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଗତବର୍ଷ ସେପ୍ଟେମ୍ବରରୁ ଉଭୟ ଦେଶ ସାମରିକ ଓ କୂଟନୀତିକ ସ୍ତରରେ ବିବାଦର ସମାଧାନ ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏଲଏସିରେ ବିବାଦ ପୂର୍ବରୁ ଥିବା ସ୍ଥିତାବସ୍ଥା କାଏମ […]

Rajnath

Hemant Lenka
  • Published: Thursday, 11 February 2021
  • , Updated: 11 February 2021, 01:27 PM IST

ନୂଆଦିଲ୍ଲୀ: ପଡ଼ୋଶୀ ଚାଇନା ଓ ପାକିସ୍ତାନ ସହ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାଜ୍ୟସଭାରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଛନ୍ତି। ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ର ସ୍ଥିତାବସ୍ଥା ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଗତବର୍ଷ ସେପ୍ଟେମ୍ବରରୁ ଉଭୟ ଦେଶ ସାମରିକ ଓ କୂଟନୀତିକ ସ୍ତରରେ ବିବାଦର ସମାଧାନ ପାଇଁ ପ୍ରୟାସ ଜାରି ରଖିଛନ୍ତି।

ଏଲଏସିରେ ବିବାଦ ପୂର୍ବରୁ ଥିବା ସ୍ଥିତାବସ୍ଥା କାଏମ ରଖିବା ପାଇଁ ଭାରତ ସର୍ବଦା କହି ଆସିଛି। ନିକଟରେ ଶେଷ ହୋଇଥିବା ୯ମ ରାଉଣ୍ଡ ବୈଠକର ବୁଝାମଣା ଅନୁଯାୟୀ, ପାଙ୍ଗୋଙ୍ଗ ହ୍ରଦ ନିକଟରୁ ଉଭୟ ଦେଶ ସେନା ପ୍ରତ୍ୟାହାର ବା ଅପସାରଣ କରିବା ଆରମ୍ଭ କରିଛନ୍ତି।

ସଂପୂର୍ଣ୍ଣ ସେନା ପ୍ରତ୍ୟାହାର ୪୮ ଘଣ୍ଟା ମଧ୍ୟରେ ଶେଷ କରିବାକୁ ନିଷ୍ପତ୍ତି ହୋଇଛି। ଭାରତୀୟ ସେନା ଫିଙ୍ଗର ୨ ଓ ୩ ମଧ୍ୟରେ ଥିବା ଧାନ ସିଂହ ଥାପ୍ପା ପୋଷ୍ଟକୁ ଫେରିବେ। ସେହିପରି ଚାଇନା ସେନା ଫିଙ୍ଗର ୮ର ପୂର୍ବ ଦିଗକୁ ଯିବେ। ଚାଇନା ପାଙ୍ଗୋଙ୍ଗ ହ୍ରଦର ନର୍ଥ ବ୍ଲକରେ ଯବାନ ମୁତୟନ କରିବ ଓ ଭାରତ ଫିଙ୍ଗର ୩ ନିକଟରେ ଥିବା ସ୍ଥାୟୀ ବେସ୍‌ରେ ସୈନ୍ୟ ରଖିବ।

୪୮ ଘଣ୍ଟାର ସମୟ ଶେଷ ହେବା ପରେ ଭାରତ ଓ ଚାଇନା ମଧ୍ୟରେ ପୁଣିଥରେ ବୈଠକ ବସିବ। ଏହି ସମୟରେ ଅଲଗା ବିବାଦଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯିବ। ଚାଇନା ସହ ଡିସଏନଗେଜମେଣ୍ଟ ବେଳେ ଭାରତ କିଛି ବି ହରାଇନାହିଁ। ତଥାପି ସେନା ମୁତୟନ ଓ ପ୍ୟାଟ୍ରୋଲିଂକୁ ନେଇ କିଛି ବିବାଦ ଲାଗି ରହିଛି। ଭବିଷ୍ୟତରେ ଆଲୋଚନା ଦ୍ୱାରା ବିବାଦର ସମାଧାନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ପାକିସ୍ତାନ ଓ ଚାଇନା କେତେ ଜମି କବଜା କରିଛନ୍ତି, ତା’ର ହିସାବ ମଧ୍ୟ ଶ୍ରୀ ସିଂହ ଦେଇଛନ୍ତି। ସେ କହିଛନ୍ତି, ୧୯୬୨ ମସିହାରେ ହୋଇଥିବା ଯୁଦ୍ଧ ବେଳେ ଚାଇନା ଅନାଧିକୃତ ଉପାୟରେ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର ପ୍ରାୟ ୩୮ ହଜାର ବର୍ଗ କିଲୋମିଟର ଜମି ଦଖଲ କରି ନେଇଛି।

ଏହା ବ୍ୟତୀତ ପାକିସ୍ତାନ ଅନାଧିକୃତ ଉପାୟରେ ପାକ୍‌ ଅଧିକୃତ କଶ୍ମୀରରେ ଥିବା ଭାରତର ୫୧୮୦ ବର୍ଗ କିଲୋମିଟର ଜମିକୁ ଚାଇନା ହାତରେ ଦେଇଦେଇଛି। ଏହାର ଅର୍ଥ ଚାଇନା ବେଆଇନ ଭାବେ ଭାରତର ୪୩ ହଜାର ବର୍ଗ କିଲୋମିଟରରୁ ଅଧିକ ଭାରତୀୟ ଜମିକୁ ନିଜ କବଜାରେ ରଖିଛି। ଚାଇନା ପୂର୍ବ କ୍ଷେତ୍ରରେ ଅରୁଣାଚଳ ପ୍ରଦେଶର ପ୍ରାୟ ୯୦ ହଜାର ବର୍ଗ କିଲୋମିଟର ଜମିକୁ ନିଜର ବୋଲି ଘୋଷଣା କରିଛି। ଭାରତ କେବେ ହେଲେ ଏହି ବେଆଇନ ଜବରଦଖଲକୁ ସ୍ୱୀକାର କରିନାହିଁ।

Related story