ରାମ ମନ୍ଦିର ଟ୍ରଷ୍ଟ ନାଁରେ ₹୧୨୦୦ କୋଟିର ଦୁର୍ନୀତି ଅଭିଯୋଗ, ଏଫଆଇଆର ଦାଖଲ

ଭୋପାଳ: ରାମ ମନ୍ଦିର ଟ୍ରଷ୍ଟ ନାଁରେ ଜମି ଦୁର୍ନୀତି ଅଭିଯୋଗ ଆଣି ଭୋପାଳରେ ଏଫଆଇଆର ଦାୟର କଲେ କଂଗ୍ରେସ ନେତା। ଟ୍ରଷ୍ଟ ଜମି କିଣାବିକା ଜରିଆରେ ୧୨୦୦ କୋଟି ଟଙ୍କାର ଦୁର୍ନୀତି କରିଛି ବୋଲି ମଧ୍ୟପ୍ରଦେଶର କଂଗ୍ରେସ ନେତା ପିସି ଶର୍ମା ଅଭିଯୋଗ କରିଛନ୍ତି। ତେଣେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେପି ନେତା କୌଳାଶ ବିଜୟଭର୍ଗିଆ। ଆମ୍ ଆଦମୀ ପାର୍ଟି ଏବଂ ସମାଜବାଦ ପାର୍ଟି ଜମି କିଣାରେ ଦୁର୍ନୀତି ହୋଇଛି ବୋଲି ପ୍ରଥମେ ଅଭିଯୋଗ କରିଥିଲେ। […]

Congress-leader-PC-Sharma

Subhransu Sekhar
  • Published: Thursday, 17 June 2021
  • , Updated: 17 June 2021, 07:04 PM IST

ଭୋପାଳ: ରାମ ମନ୍ଦିର ଟ୍ରଷ୍ଟ ନାଁରେ ଜମି ଦୁର୍ନୀତି ଅଭିଯୋଗ ଆଣି ଭୋପାଳରେ ଏଫଆଇଆର ଦାୟର କଲେ କଂଗ୍ରେସ ନେତା। ଟ୍ରଷ୍ଟ ଜମି କିଣାବିକା ଜରିଆରେ ୧୨୦୦ କୋଟି ଟଙ୍କାର ଦୁର୍ନୀତି କରିଛି ବୋଲି ମଧ୍ୟପ୍ରଦେଶର କଂଗ୍ରେସ ନେତା ପିସି ଶର୍ମା ଅଭିଯୋଗ କରିଛନ୍ତି। ତେଣେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେପି ନେତା କୌଳାଶ ବିଜୟଭର୍ଗିଆ। ଆମ୍ ଆଦମୀ ପାର୍ଟି ଏବଂ ସମାଜବାଦ ପାର୍ଟି ଜମି କିଣାରେ ଦୁର୍ନୀତି ହୋଇଛି ବୋଲି ପ୍ରଥମେ ଅଭିଯୋଗ କରିଥିଲେ। ଏହାପରେ ଟ୍ରଷ୍ଟ ସଫେଇ ଦେଇଛି, ହେଲେ ଏହାକୁ ନେଇ ରାଜନୀତି ଥମିବାରେ ନାଁ ନେଉ ନାହିଁ।

ପିସି ଶର୍ମା କହିଛନ୍ତି, ଆମେ ରାମ ମନ୍ଦିର ପାଇଁ ଦାନ ଦେଇଛୁ। ସଂଗ୍ରହ ହୋଇଥିବା ପାଣ୍ଠିରେ ସ୍ୱଚ୍ଛତା ଆଣିବା ପାଇଁ ଡିଜିଟାଲ୍ ଜରିଆରେ ଦାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି। ନିର୍ମୋହୀ ଆଖାଡାର ଜଣେ ସାଧୁ ୧୨୦୦ କୋଟି ଟଙ୍କାର ଠକେଇ ଅଭିଯୋଗ ଆଣିଛନ୍ତି। ହନୁମାନ ଗଢ଼ୀ ଏବଂ ରାମଲାଲା ମନ୍ଦିରର ପୂରୋହିତମାନେ ଏହାର ତଦନ୍ତ ଦାବି କରିଛନ୍ତି ବୋଲି କହିଛନ୍ତି।

ଅଭିଯୁକ୍ତ ଭାବରେ ଟ୍ରଷ୍ଟର ସଚିବ ତଥା ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ଅନ୍ୟାନ୍ୟ ସଦସ୍ୟଙ୍କ ବିରୋଧରେ ଆଇପିସିର ଧାରା ୪୦୮, ୪୨୦, ୧୨୦ ବି ଅନୁଯାୟୀ ମାମଲା ରୁଜୁ ହେବା ଦରକାର ବୋଲି ଏହି କଂଗ୍ରେସ ନେତା ଦାବି କରିଛନ୍ତି।

ତେବେ ବିଜେପି ସାଧାରଣ ସମ୍ପାଦକ କୌଳାଶ ବିଜୟଭର୍ଗିଆ ରାମ ମନ୍ଦିର ପ୍ରସଙ୍ଗରେ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟିକୁ ନେଇ ଛିଗୁଲେଇଛନ୍ତି। ଜମି କିଣାରେ ଅନିୟମିତତା ହୋଇନି। ବଜାର ଦରଠୁ କମ୍ ଦାମରେ ଜମି ବିକ୍ରି ହୋଇଛି। ଯିଏ ଜମି ବିକ୍ରି କରିଛନ୍ତି ସେମାନେ ଅଭିଯୋଗ କରି ନାହାନ୍ତି। ହେଲେ ଅଭିଯୋଗକାରୀ କିଏ ଏବେ ଦେଖିବାର ଆବଶ୍ୟକ ରହିଛି। ଅଭିଯୋଗକାରୀ କଂଗ୍ରେସ ବ୍ରାଣ୍ଡ। ଯିଏକି ସାଧୁ ସନ୍ଥଙ୍କ ନାଁରେ ଏଭଳି ଅଭିଯୋଗ ଉଠାଇଛନ୍ତି ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ କଂଗ୍ରେସ, ଆମ୍ ଆଦମୀ ପାର୍ଟି ଏବଂ ଅନ୍ୟାନ୍ୟ ଦଳ ଭଲ ଭାବରେ ଜାଣିଛନ୍ତି ରାମ ମନ୍ଦିର ନିର୍ମାଣ ହେଉଥିବାରୁ ବିଜେପି କେଉଁ ପ୍ରକାର ଲାଭ ପାଉଛି। ତେଣୁ ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି।

Related story