ରାମାୟଣ ଓ ମହାଭାରତ ପଢ଼ିବେ ଇଞ୍ଜିନିୟରିଂ ପିଲା

ଭୋପାଲ: ଏଣିକି ଇଞ୍ଜନିୟରିଂ ଭଳି ବୈଷୟିକ ପାଠକ୍ରମରେ ନାଁ ଲେଖାଉଥିବା ଛାତ୍ରଛାତ୍ରୀମାନେ ରାମାୟଣ ଓ ମହାଭାରତ ବିଷୟରେ ପଢ଼ିବେ। ମଧ୍ୟପ୍ରଦେଶ ସରକାର ଇଞ୍ଜିନିୟରିଂ ପାଠ୍ୟ ଖସଡ଼ାରେ ଏପରି ବିଷୟବସ୍ତକୁ ସାମିଲ କରିଛନ୍ତି। ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ଏକ ଘୋଷଣାନାମରେ ରାମାୟଣ, ମହାଭାରତ ଓ ରାମଚରିତ ମାନସକୁ ଇଞ୍ଜିନିୟରିଂ ପିଲାମାନେ ପଢ଼ିବେ ବୋଲି କୁହାଯାଇଛି। ଏହି ନିଷ୍ପତ୍ତି ସମ୍ପର୍କରେ ମଧ୍ୟପ୍ରଦେଶ ଶିକ୍ଷାମନ୍ତ୍ରୀ ମୋହଦ ଯାଦବ ସୂଚନା ଦେଇ କହିଛନ୍ତି, ଇଞ୍ଜିନିୟରିଂ ସିଲାବସ୍‌ରେ ଏପରି ବିଷୟବସ୍ତକୁ ସାମିଲ କରାଯିବାରେ […]

Mahabharta

Hemant Lenka
  • Published: Monday, 13 September 2021
  • , Updated: 13 September 2021, 08:54 PM IST

ଭୋପାଲ: ଏଣିକି ଇଞ୍ଜନିୟରିଂ ଭଳି ବୈଷୟିକ ପାଠକ୍ରମରେ ନାଁ ଲେଖାଉଥିବା ଛାତ୍ରଛାତ୍ରୀମାନେ ରାମାୟଣ ଓ ମହାଭାରତ ବିଷୟରେ ପଢ଼ିବେ। ମଧ୍ୟପ୍ରଦେଶ ସରକାର ଇଞ୍ଜିନିୟରିଂ ପାଠ୍ୟ ଖସଡ଼ାରେ ଏପରି ବିଷୟବସ୍ତକୁ ସାମିଲ କରିଛନ୍ତି। ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ଏକ ଘୋଷଣାନାମରେ ରାମାୟଣ, ମହାଭାରତ ଓ ରାମଚରିତ ମାନସକୁ ଇଞ୍ଜିନିୟରିଂ ପିଲାମାନେ ପଢ଼ିବେ ବୋଲି କୁହାଯାଇଛି।

ଏହି ନିଷ୍ପତ୍ତି ସମ୍ପର୍କରେ ମଧ୍ୟପ୍ରଦେଶ ଶିକ୍ଷାମନ୍ତ୍ରୀ ମୋହଦ ଯାଦବ ସୂଚନା ଦେଇ କହିଛନ୍ତି, ଇଞ୍ଜିନିୟରିଂ ସିଲାବସ୍‌ରେ ଏପରି ବିଷୟବସ୍ତକୁ ସାମିଲ କରାଯିବାରେ କୌଣସି ଅସୁବିଧା ନାହିଁ। ଯେଉଁମାନେ ଭଗବାନ ରାମଙ୍କ ଚରିତ୍ର ଓ ସେତେବେଳର କାର୍ଯ୍ୟ ବିଷୟରେ ଜାଣିବାକୁ ଚାହୁଁଛନ୍ତି, ସେମାନେ ଇଞ୍ଜିନିୟରିଂ କୋର୍ସରେ ସବୁ କିଛି ଜାଣିପାରିବେ।


ଆମ ଷ୍ଟଡି ବୋର୍ଡରେ ଥିବା ଶିକ୍ଷକମାନେ ନୂଆ ଶିକ୍ଷା ନୀତି ଆଧାରରେ ଏସବୁ ବିଷୟବସ୍ତକୁ ସିଲାବସରେ ସାମିଲ କରିଛନ୍ତି। ଯଦି ଆମେ ଆମର ଗୌରବମୟ ଇତିହାସକୁ ଆଗକୁ ନେଇପାରିବା, ତା’ହେଲେ କେହି ବି କୌଣସି ପ୍ରଶ୍ନ ଉଠାଇବା କଥା ନୁହେଁ ବୋଲି ସେ କହିଛନ୍ତି।

ମଧ୍ୟପ୍ରଦେଶ ସରକାର ନୂଆ ଶିକ୍ଷା ନୀତିକୁ ଉଭୟ ସ୍କୁଲ ଓ କଲେଜଗୁଡ଼ିକରେ କାର୍ଯ୍ୟକାରୀ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ନୂଆ ଶିକ୍ଷା ନୀତିରେ ଇଞ୍ଜିନିୟରିଂ ବିଷୟବସ୍ତୁକୁ ଆଞ୍ଚଳିକ ଭାଷାରେ ମଧ୍ୟ ପଢ଼ାଇବାକୁ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷରେ ମଧ୍ୟପ୍ରଦେଶରେ ୧୫ ସେପ୍ଟେମ୍ବରରୁ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ଖୋଲିବାକୁ ଯାଉଛି। ଏଥିପାଇଁ ଆଜି ଶିକ୍ଷାମନ୍ତ୍ରୀ ମୋହନ ଯାଦବ ବରିଷ୍ଠ ଅଧିକାରୀମାନଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ସମସ୍ତ ଶିକ୍ଷାନୁଷ୍ଠାନରେ କୋଭିଡ ପ୍ରୋଟୋକଲ ଯେମିତି କଡ଼ାକଡ଼ି ଭାବେ ପାଳନ କରାଯିବ, ତା’ ଉପରେ ଗୁରୁତ୍ୱ ଦେବାକୁ ସେ ସମସ୍ତଙ୍କୁ କହିଛନ୍ତି।

Related story