ରିୟଲ୍‌ ଇଷ୍ଟେଟ୍‌ ଟାଇକୁନ୍‌ ଲଳିତ ଗୋୟେଲଙ୍କୁ ବାନ୍ଧିଲା ଇଡି

ନୂଆଦିଲ୍ଲୀ: ରିୟଲ ଇଷ୍ଟେଟ ଗ୍ରୁପ୍‌ ଆଇଆରଇଓର ଉପାଧ୍ୟକ୍ଷ ଲଳିତ ଗୋୟେଲଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ତାଙ୍କ ନାଁରେ ଇଡି ପକ୍ଷରୁ ମନିଲଣ୍ଡରିଂ ମାମଲା ରୁଜୁ କରାଯାଇଥିଲା। ଏହାର ଯାଞ୍ଚ କରି ଶେଷରେ ସଂସ୍ଥା ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି। ଗତ ସପ୍ତାହରେ ସେ ଦିଲ୍ଲୀରୁ ଆମେରିକା ଯିବା ପାଇଁ ଏୟାରପୋର୍ଟରେ ପହଞ୍ଚିଥିଲେ। ତେବେ ତାଙ୍କୁ ସେଠାରେ ଅଟକ ରଖାଯାଇଥିଲା। ଏହାପୂର୍ବ ତାଙ୍କ ନାଁରେ ଇଡି ପକ୍ଷରୁ ଲୁକଆଉଟ ସର୍କୁଲାର ମଧ୍ୟ ଜାରି କରାଯାଇଥିଲା। ତାଙ୍କୁ ସେବେଠାରୁ […]

Lalit

Hemant Lenka
  • Published: Tuesday, 16 November 2021
  • , Updated: 16 November 2021, 02:00 PM IST

ନୂଆଦିଲ୍ଲୀ: ରିୟଲ ଇଷ୍ଟେଟ ଗ୍ରୁପ୍‌ ଆଇଆରଇଓର ଉପାଧ୍ୟକ୍ଷ ଲଳିତ ଗୋୟେଲଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ତାଙ୍କ ନାଁରେ ଇଡି ପକ୍ଷରୁ ମନିଲଣ୍ଡରିଂ ମାମଲା ରୁଜୁ କରାଯାଇଥିଲା। ଏହାର ଯାଞ୍ଚ କରି ଶେଷରେ ସଂସ୍ଥା ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି। ଗତ ସପ୍ତାହରେ ସେ ଦିଲ୍ଲୀରୁ ଆମେରିକା ଯିବା ପାଇଁ ଏୟାରପୋର୍ଟରେ ପହଞ୍ଚିଥିଲେ। ତେବେ ତାଙ୍କୁ ସେଠାରେ ଅଟକ ରଖାଯାଇଥିଲା।

ଏହାପୂର୍ବ ତାଙ୍କ ନାଁରେ ଇଡି ପକ୍ଷରୁ ଲୁକଆଉଟ ସର୍କୁଲାର ମଧ୍ୟ ଜାରି କରାଯାଇଥିଲା। ତାଙ୍କୁ ସେବେଠାରୁ ମାରାଥନ ଜେରା କରାଯିବା ପରେ ଶେଷରେ ଗିରଫ କରାଯାଇଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଲଳିତ ଗୋୟେଲ ତଦନ୍ତରେ ସହଯୋଗ କରୁନାହାନ୍ତି। ବର୍ତ୍ତମାନ ସେ ଗିରଫ ହୋଇଛନ୍ତି। ଗୁରୁବାର ତାଙ୍କୁ ଏୟାରପୋର୍ଟରେ ଅଟକ ରଖି ପଚରାଉଚରା କରାଯାଉଥିଲେ। ସେ ଫେରାର ହେବାକୁ ଯୋଜନା କରିଥିବାରୁ ତାଙ୍କ ଗିରଫଦାରୀ ଜରୁରୀ ଥିଲା ବୋଲି ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୦ରୁ ଆଇଆରଇଓ ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ(ଫେମା) ଉଲ୍ଲଙ୍ଘନ ମାମଲାରେ ଫସିଛି। ସେବେଠାରୁ ଏହି ଗ୍ରୁପ ତଦନ୍ତକାରୀ ଅଧିକାରୀଙ୍କ ସ୍କାନରରେ ରହିଥିଲା। ଏହି କମ୍ପାନୀ ଲୋକଙ୍କ ଠାରୁ ଘର ଦେବା ନାଁରେ ୭୭ ମିଲିୟନ ଡଲାର ନେଇ ଏହାକୁ ବିଦେଶରେ ବିନିଯୋଗ କରିଥିଲା ବୋଲି ଅଭିଯୋଗ ହୋଇଛି। ଏସବୁ ବିଷୟରେ ତଥ୍ୟ ହାସଲ କରିବାକୁ ଇଡି ଲଳିତ ଯାଦବଙ୍କୁ ଗିରଫ କରିଛି। ତେବେ ଲିଳତ ଯାଦବଙ୍କ ଓକିଲ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Related story