ପୁଲିସ୍‌ ଖୋଜୁଛି, କିନ୍ତୁ ରାଲିରେ ବୁଲୁଛି ଲାଲକିଲ୍ଲା ହିଂସା ଘଟଣାର ଅଭିଯୁକ୍ତ

ଚଣ୍ଡିଗଡ଼: ଗଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀର ଲାଲକିଲ୍ଲାରେ ଘଟିଥିବା ହିଂସା ଘଟଣାର ଅନ୍ୟତମ ଅଭିଯୁକ୍ତ ଲାଖା ସିଧାନାଙ୍କୁ ପୁଲିସ୍‌ ଖୋଜୁଛି। ଏଯାଏ ତା’ର ପତ୍ତା ମିଳି ନଥିବା ଦିଲ୍ଲୀ ପୁଲିସ୍‌ କହୁଛି। ହେଲେ ଲାଖା ବେଶ ଆରାମରେ ରାଲି କରି ସର୍ବସମ୍ମୁଖରେ ବେଫିକର ହୋଇ ବୁଲୁଛି। ମଙ୍ଗଳବାର ପଞ୍ଜାବର ମେହରାଜ ଗାଁରେ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏଥିରେ ଲାଖା ବି ସାମିଲ ହୋଇଥିଲା। ମେହରାଜ ହେଉଛି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର […]

Lakha

Lakha

Hemant Lenka
  • Published: Tuesday, 23 February 2021
  • Updated: 23 February 2021, 05:08 PM IST

Sports

Latest News

ଚଣ୍ଡିଗଡ଼: ଗଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀର ଲାଲକିଲ୍ଲାରେ ଘଟିଥିବା ହିଂସା ଘଟଣାର ଅନ୍ୟତମ ଅଭିଯୁକ୍ତ ଲାଖା ସିଧାନାଙ୍କୁ ପୁଲିସ୍‌ ଖୋଜୁଛି। ଏଯାଏ ତା’ର ପତ୍ତା ମିଳି ନଥିବା ଦିଲ୍ଲୀ ପୁଲିସ୍‌ କହୁଛି। ହେଲେ ଲାଖା ବେଶ ଆରାମରେ ରାଲି କରି ସର୍ବସମ୍ମୁଖରେ ବେଫିକର ହୋଇ ବୁଲୁଛି।

ମଙ୍ଗଳବାର ପଞ୍ଜାବର ମେହରାଜ ଗାଁରେ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏଥିରେ ଲାଖା ବି ସାମିଲ ହୋଇଥିଲା। ମେହରାଜ ହେଉଛି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ହୋମ ଟାଉନ। ଏଠାରେ ଆୟୋଜିତ ରାଲିର ନେତୃତ୍ୱ ଲାଖା ନେଇଥିଲା। ସେ ରାଲି ବେଳେ ଦିଲ୍ଲୀ ହିଂସା ଘଟଣାରେ ଗିରଫ ଲୋକଙ୍କୁ ଛାଡ଼ିବାକୁ ଦାବି କରିଥିଲା।

ଲାଖା କହିଛି, ଯଦି ଦିଲ୍ଲୀ ପୁଲିସ୍‌ ପଞ୍ଜାବରେ କାହାକୁ ଗିରଫ କରିବାକୁ ଆସିବ, ତା’ହେଲେ ଗାଁ ଲୋକ ସେମାନଙ୍କୁ ଘେରାଉ କରି ଉଚିତ ଜବାବ ଦେବେ। ଅର୍ଥାତ ସେ ଖୋଲାଖୋଲି ଭାବେ ଦିଲ୍ଲୀ ପୁଲିସ୍‌କୁ ଗରିଫ ପାଇଁ ଚ୍ୟାଲେଞ୍ଜ କରିଛି। ଦିଲ୍ଲୀ ପୁଲିସ୍‌ କେବେ ହେଲେ ପଞ୍ଜାବରେ ପ୍ରବେଶ କରି ତା’କୁ ଗିରଫ କରିପାରିବ ନାହିଁ ବୋଲି ସେ ପରୋକ୍ଷରେ ଚେତାବନୀ ଦେଇଛି।

ଗଣତନ୍ତ୍ର ଦିବସରେ ଚାଷୀମାନେ କରୁଥିବା ଟ୍ରାକ୍ଟର ରାଲି ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଥିଲେ। ଏହି ହିଂସାକାଣ୍ଡକୁ ଲାଖା ଓରଫ ଲଖବୀର ସିଂହ ଉସକାଇଥିବା ଅଭିଯୋଗ ହୋଇଛି। ଟ୍ରାକ୍ଟର ରାଲିରେ ଦିଲ୍ଲୀର ଲାଲକିଲ୍ଲା ସହ ଏକାଧିକ ସ୍ଥାନରେ ପୁଲିସ୍‌ ଓ ବିକ୍ଷୋଭକାରୀଙ୍କ ମଧ୍ୟ ସଂଘର୍ଷ ହୋଇଥିଲା।

ମେହରାଜ ଗାଁରେ ରାଲି କରିବା ପୂର୍ବରୁ ଲାଖା ଗୋଟିଏ ଭିଡିଓ ପୋଷ୍ଟ କରିଥିଲା। ଏଥିରେ ସେ କହିଥିଲା ଯେ ଆମେ ଦୀର୍ଘ ୭ ମାସ ହେଲା ବିକ୍ଷୋଭ କରୁଛୁ। ବର୍ତ୍ତମାନ ଆନ୍ଦୋଳନ ତା’ର ସର୍ବୋଚ୍ଚ ସ୍ତରରେ ରହିଛି। ଫେବୃଆରୀ ୨୩ରେ ଆମେ ଗୋଟିଏ ବିଶାଳ କାର୍ଯ୍ୟକ୍ରମ ମେହରାଜରେ କରୁଛୁ। ତେଣୁ ଏଥିରେ ବିପୁଳ ସଂଖ୍ୟାରେ ଲୋକଙ୍କୁ ଯୋଗଦେବାକୁ ସେ ଆହ୍ୱାନ ମଧ୍ୟ ଦେଇଥିଲା।

ଦିଲ୍ଲୀ ପୁଲିସ୍‌ର ୱାଣ୍ଟେଡ ଲିଷ୍ଟରେ ଲାଖା ରହିଛି। ତା’ ବିଷୟରେ ସୂଚନା ଦେଲେ ୧ ଲକ୍ଷ ଟଙ୍କା ମିଳିବ ବୋଲି ମଧ୍ୟ ପୁଲିସ୍ କହିଛି। ଲାଖା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ରାଲି କରିଥିଲା। ହେଲେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା ଚାଷୀ ସଂଗଠନ ଗୁଡ଼ିକ ତା’ ଠାରୁ ନିଜକୁ ଦୂରେଇ ରଖିଛନ୍ତି। ତା’ ସହ ଚାଷୀଙ୍କର କୌଣସି ସମ୍ପର୍କ ନଥିବା ସେମାନେ ପୂର୍ବରୁ କହି ସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story