ରାଷ୍ଟ୍ରପତି ନିର୍ବାଚନ: ଆଜି ଦିଲ୍ଲୀରେ କସରତ କରିବେ ମମତା, ଯୋଗ ଦେବେ ତ ନବୀନ ?

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀଙ୍କ ପକ୍ଷରୁ ମଙ୍ଗ ଧରିଥିବା ପଶ୍ଚିମବଙ୍ଗ ମୁଖମନ୍ତ୍ରୀ ମମତା ବାନାର୍ଜୀ ଡାକିଥିବା ବୈଠକ ଆଜି ଦିଲ୍ଲୀରେ ବସିବ। ଦିଲ୍ଲୀର କନ୍‌ଷ୍ଟିଚ୍ୟୁସନ୍‌ କ୍ଲବରେ ହେବାକୁ ଥିବା ଏହି ବୈଠକରେ ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ନେଇ କସରତ ହେବ। ଏହି ବୈଠକ ପାଇଁ ମମତା ବିରୋଧୀଙ୍କୁ ଏକାଠି କରିବାକୁ ପ୍ରୟାସ କରିଥିବା ବେଳେ ଅଣ ବିଜେପି ନେତା ଓ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୨୨ ଜଣ ନେତାଙ୍କୁ ଚିଠି ଲେଖିଥିଲେ ମମତା। ବିଜେପିକୁ ଟକ୍କର ଦେବା […]

naveen-mamata

naveen-mamata

Tapas Behera
  • Published: Wednesday, 15 June 2022
  • Updated: 15 June 2022, 11:18 AM IST

Sports

Latest News

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀଙ୍କ ପକ୍ଷରୁ ମଙ୍ଗ ଧରିଥିବା ପଶ୍ଚିମବଙ୍ଗ ମୁଖମନ୍ତ୍ରୀ ମମତା ବାନାର୍ଜୀ ଡାକିଥିବା ବୈଠକ ଆଜି ଦିଲ୍ଲୀରେ ବସିବ। ଦିଲ୍ଲୀର କନ୍‌ଷ୍ଟିଚ୍ୟୁସନ୍‌ କ୍ଲବରେ ହେବାକୁ ଥିବା ଏହି ବୈଠକରେ ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ନେଇ କସରତ ହେବ। ଏହି ବୈଠକ ପାଇଁ ମମତା ବିରୋଧୀଙ୍କୁ ଏକାଠି କରିବାକୁ ପ୍ରୟାସ କରିଥିବା ବେଳେ ଅଣ ବିଜେପି ନେତା ଓ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୨୨ ଜଣ ନେତାଙ୍କୁ ଚିଠି ଲେଖିଥିଲେ ମମତା।

ବିଜେପିକୁ ଟକ୍କର ଦେବା ପାଇଁ ଚେଷ୍ଟା କରୁଥିବା ମମତା ଗତକାଲିଠାରୁ ଏହି ବୈଠକ ପାଇଁ ଦିଲ୍ଲୀରେ ଡେରା ପକାଇଛନ୍ତି। ଗତକାଲି ମମତା ଦିଲ୍ଲୀରେ ଏନସିପି ମୁଖ୍ୟ ଶରଦପାୱାରଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ଏହି ଆଲୋଚନା ବେଳେ ବିରୋଧୀଙ୍କ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଶରଦ ପାୱାରଙ୍କୁ ମମତା ପ୍ରସ୍ତାବ ଦେଇଥିଲେ। ହେଲେ ଏହି ପ୍ରସ୍ତାବକୁ ଶରଦ ପାୱାର ପ୍ରତ୍ୟାଖ୍ୟାନ କରିଦେଥିଲେ। ଶରଦ ପାୱାର କହିଥିଲେ ଯେ, ସେ ସକ୍ରିୟ ରାଜନୀତିରେ ରହିବାକୁ ଚାହୁଁଛନ୍ତି। ତେଣୁ ସେ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଚାହୁଁନାହାନ୍ତି। କିନ୍ତୁ ସେ ଏହି ବୈଠକରେ ଯୋଗ ଦେବେ।

ପୂର୍ବରୁ ମମତା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଚିଲି ଲେଖିଛନ୍ତି। ଏଥିସହ ସେ ସିପିଆଇ-ସିପିଏମ ନେତାମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି। ଏହି ନେତାମାନଙ୍କୁ ସେ ଦିଲ୍ଲୀ କନଷ୍ଟିଚ୍ୟୁସନ୍‌ କ୍ଲବରେ ଏକାଠି ହେବାକୁ ନିବେଦନ କରିଛନ୍ତି। କୁହାଯାଉଛି ମମତା ଡାକିଥିବା ବୈଠକରେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡଗେ, ଜୟରାମ ରମେଶ ଓ ରଣଦୀପ ସୂର୍ଯ୍ୟେୱାଲା ଯୋଗଦେବେ। ସେହିପରି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ  ମଧ୍ୟ ଯୋଗ ଦେବାର ସୂଚନା ରହିଛି। ସେହିପରି ଡିଏମକେ, ଶିବସେନା, ଆରଏଲଡିର ପ୍ରତିନିଧିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ବାକି ନେତାଙ୍କ ଭଳି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ମମତା ଚିଠି ଲେଖି ବୈଠକରେ ଯୋଗ ଦେବା ପାଇଁ ଅନୁରୋଧ କରିଥିଲେ। ହେଲେ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ କି ନାହିଁ ତାହା କୌଣସି ସ୍ପଷ୍ଟ କରାଯାଇ ନାହିଁ। ଏଯାଏ ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ଶରଦ ପାୱାର ହେବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ନିଜେ ଶରଦ ପାୱାର ତାଙ୍କ ଦଳ ଏନସିପିର ନେତାମାନଙ୍କୁ ସେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ରେସ୍‌ରେ ନଥିବା କହିଛନ୍ତି।

ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ। ଏନେଇ କେନ୍ଦ୍ର ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଏହି ନିର୍ବାଚନରେ ୪୮୯୦ ଜଣ ବିଧାୟକ ଓ ଏମପି ଭୋଟ ଦାନ କରିବେ। ଆସନ୍ତା ଜୁଲାଇ ୨୪ରେ ବର୍ତ୍ତମାନ ଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତେବେ ସଂଖ୍ୟା ଦୃଷ୍ଟିରୁ ବିଜେପି ପ୍ରାର୍ଥୀ ଜିତିବାର ସମ୍ଭାବନା ଥିବା କୁହାଯାଉଛି। ହେଲେ ଏଯାଏଁ ରାଷ୍ଟ୍ରପତି ପାଇଁ କେହି ପ୍ରାର୍ଥୀ ଘୋଷଣା କରିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos