କ୍ୟାଟ୍ରିନା କୈଫଙ୍କ ଗାଲ ଭଳି ରାସ୍ତା ତିଆରି ହେବ କହିଲେ ମନ୍ତ୍ରୀ

ଜୟପୁର: ମାତ୍ର ଦୁଇ ଦିନ ତଳେ ରାଜସ୍ଥାନ ସରକାରରେ ମନ୍ତ୍ରୀ ପଦ ପାଇଥିବା ରାଜେନ୍ଦ୍ର ଗୁଡ୍ଡା ନିଜର ଅଜବ ବୟାନ ପାଇଁ ବିବାଦ ମଧ୍ୟରେ ଫସିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମନ୍ତ୍ରିମଣ୍ଡଳରେ ପଞ୍ଚାୟତରାଜ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେବା ପରେ ରାଜେନ୍ଦ୍ର ଗୁଡ୍ଡା ପ୍ରଥମଥର ନିଜ ନିର୍ବାଚନ ମଣ୍ଡଳୀକୁ ଆସିଛନ୍ତି। ଏହି ସମୟରେ ସେ ସ୍ଥାନୀୟ ଲୋକଙ୍କ ସହ ବୈଠକ କରି ସେମାନଙ୍କୁ ସମ୍ବୋଧନ କରିଥିଲେ। ଏତିକି ବେଳେ ସ୍ଥାନୀୟ ଅଞ୍ଚଳର ରାସ୍ତା ନିର୍ମାଣ କାମକୁ […]

Kaif

Hemant Lenka
  • Published: Wednesday, 24 November 2021
  • , Updated: 24 November 2021, 04:49 PM IST

ଜୟପୁର: ମାତ୍ର ଦୁଇ ଦିନ ତଳେ ରାଜସ୍ଥାନ ସରକାରରେ ମନ୍ତ୍ରୀ ପଦ ପାଇଥିବା ରାଜେନ୍ଦ୍ର ଗୁଡ୍ଡା ନିଜର ଅଜବ ବୟାନ ପାଇଁ ବିବାଦ ମଧ୍ୟରେ ଫସିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମନ୍ତ୍ରିମଣ୍ଡଳରେ ପଞ୍ଚାୟତରାଜ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେବା ପରେ ରାଜେନ୍ଦ୍ର ଗୁଡ୍ଡା ପ୍ରଥମଥର ନିଜ ନିର୍ବାଚନ ମଣ୍ଡଳୀକୁ ଆସିଛନ୍ତି।

ଏହି ସମୟରେ ସେ ସ୍ଥାନୀୟ ଲୋକଙ୍କ ସହ ବୈଠକ କରି ସେମାନଙ୍କୁ ସମ୍ବୋଧନ କରିଥିଲେ। ଏତିକି ବେଳେ ସ୍ଥାନୀୟ ଅଞ୍ଚଳର ରାସ୍ତା ନିର୍ମାଣ କାମକୁ ସେ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଗାଲ ସହ ଯୋଡ଼ିଛନ୍ତି। ଏକଥା ମନ୍ତ୍ରୀ ରାଜେନ୍ଦ୍ର କହୁଥିବା ବେଳର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ବର୍ତ୍ତମାନ ଏହା ସୋଶାଲ ମିଡିଆରେ ଭାଇରାଲ ହେଉଛି। ଲୋକମାନେ ମନ୍ତ୍ରୀଙ୍କ ଏପରି ଅଶ୍ଳୀଳ ବୟାନକୁ ତୀବ୍ର ନାପସନ୍ଦ ମଧ୍ୟ କରିଛନ୍ତି।

ମନ୍ତ୍ରୀ ରାଜେନ୍ଦ୍ର ଗୁଡ୍ଡାଙ୍କୁ ଲୋକମାନେ ସ୍ଥାନୀୟ ଅଞ୍ଚଳର ରାସ୍ତା ନିର୍ମାଣ ସମ୍ପର୍କରେ ପଚାରିଥିଲେ। ଏହି ସମୟରେ ସେ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କୁ ଇଙ୍ଗତ କରି ଥଟ୍ଟାରେ କହିଥିଲେ ଯେ “କ୍ୟାଟ୍ରିନା କୈଫଙ୍କ ଗାଲ ଭଳି ରାସ୍ତା ନିର୍ବାଚନ ମଣ୍ଡଳୀରେ ତିଆରି ହେବ।”

ସେ ଏକଥା କହିବା ବେଳେ ପ୍ରଥମେ ଅଭିନେତ୍ରୀ କ୍ୟାଟ୍ରିନାଙ୍କ ନାଁ ଭୁଲି ଯାଇଥିଲେ। ସେ ପ୍ରଥମେ କହିଥିଲେ ଯେ କେଟ କୈଫଙ୍କ ଗାଲ ଭଳି ରାସ୍ତା ହେବ। ପରବର୍ତ୍ତୀ ଅବସ୍ଥାରେ ଲୋକମାନେ ଠୋ ଠୋ ହୋଇ ହସିବା ସହ କେଟ ନୁହେଁ କ୍ୟାଟ୍ରିନା କୈଫ ବୋଲି କହିଥିଲେ। ଏଥିରେ ମନ୍ତ୍ରୀ ହଁ ଭରିଥିଲେ। ପାଓଙ୍ଖ ଗାଁରେ ସ୍ଥାନୀୟ ପ୍ରଶାସନ ଓ ଲୋକଙ୍କ ସହ ଆଲୋଚନା କରିବା ବେଳେ ମନ୍ତ୍ରୀ ଏପରି ବୟାନ ଦେଇଛନ୍ତି। ତେବେ ଏହାପରେ ରାଜସ୍ଥାନ ସରକାର କିମ୍ବା ମନ୍ତ୍ରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Related story