ଲୁଧିଆନା କୋର୍ଟ ବିସ୍ଫୋରଣ ପଛରେ ପାକିସ୍ତାନର ହାତ!

ଅମୃତସର: ପଞ୍ଜାବର ଲୁଧିଆନା ଜିଲ୍ଲା କୋର୍ଟରେ ଘଟିଥିବା ବିସ୍ଫୋରଣକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ବିସ୍ଫୋରଣ ପଛରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ହାତ ରହିଛି ବୋଲି ପଞ୍ଜାବ ଡିଜିପି ସିଦ୍ଧାର୍ଥ ଚଟ୍ଟୋପାଧ୍ୟାୟ ଆଶଙ୍କା କରିଛନ୍ତି। ଏଥିସହ ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣ ପଛରେ ଖଲିସ୍ତାନୀ, ଗ୍ୟାଙ୍ଗଷ୍ଟର ଓ ନିଶା ବେପାର କରୁଥିବା ଲୋକଙ୍କ ଭୂମିକା ରହିଥିବା ସ୍ପଷ୍ଟ ହୋଇଛି। ଘଟଣାର ଅଧିକ ତଦନ୍ତ କରାଯାଉଥିବା ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଆମେ ଘଟଣାର ତଦନ୍ତ […]

Blast

Hemant Lenka
  • Published: Saturday, 25 December 2021
  • , Updated: 25 December 2021, 06:44 PM IST

ଅମୃତସର: ପଞ୍ଜାବର ଲୁଧିଆନା ଜିଲ୍ଲା କୋର୍ଟରେ ଘଟିଥିବା ବିସ୍ଫୋରଣକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ବିସ୍ଫୋରଣ ପଛରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ହାତ ରହିଛି ବୋଲି ପଞ୍ଜାବ ଡିଜିପି ସିଦ୍ଧାର୍ଥ ଚଟ୍ଟୋପାଧ୍ୟାୟ ଆଶଙ୍କା କରିଛନ୍ତି। ଏଥିସହ ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣ ପଛରେ ଖଲିସ୍ତାନୀ, ଗ୍ୟାଙ୍ଗଷ୍ଟର ଓ ନିଶା ବେପାର କରୁଥିବା ଲୋକଙ୍କ ଭୂମିକା ରହିଥିବା ସ୍ପଷ୍ଟ ହୋଇଛି। ଘଟଣାର ଅଧିକ ତଦନ୍ତ କରାଯାଉଥିବା ସେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଆମେ ଘଟଣାର ତଦନ୍ତ କରି ବିସ୍ଫୋରଣ ପଛରେ ଖଲିସ୍ତାନୀ, ଗ୍ୟାଙ୍ଗଷ୍ଟର ଓ ନିଶା ବେପାରର ଲିଙ୍କ ରହିଥିବା ଜାଣିବାକୁ ପାଇଛୁ। ଆମ ଆଗରେ ଉଭୟ ନାର୍କୋଟିକ୍ସ ଓ ଆତଙ୍କବାଦର ଚ୍ୟାଲେଞ୍ଜ ରହିଛି। ନାର୍କୋ ଅର୍ଗାନାଇଜଡ୍‌ ଅପରାଧ ଓ ଆତଙ୍କବାଦ ବିପଦଜନକ କକଟେଲ। ଲୁଧିଆନରେ ଘଟିଥିବା ଘଟଣା ଏହା ମଧ୍ୟରୁ ଅନ୍ୟତମ।

ବିସ୍ଫୋରଣ ପଛରେ ଗଭୀର ଷଡ଼ଯନ୍ତ୍ର ରହିଛି। ଅଭିଯୁକ୍ତ ପୂର୍ବରୁ ପଞ୍ଜାବ ପୁଲିସ୍‌ରେ କାମ କରୁଥିଲା। କେମିତି ଚେକିଂ ପୋଷ୍ଟରେ ଖସିବାକୁ ହୁଏ, ସେକଥା ସେ ଭଲ ଭାବେ ଜାଣିଥିଲା। ବୋମା ସେ ତା’ ପେଟରେ ଖଞ୍ଜିଥିଲା। ବୈଦ୍ୟୁତିକ ସାମଗ୍ରୀ ଉପରେ ଅଭିଯୁକ୍ତ ଗଗନଦୀପର ଜ୍ଞାନ ରହିଥିଲା। ସେ ପୂରା ଯୋଜନାବଦ୍ଧ ଏପରି ବିସ୍ଫୋରଣ କରିଛି। ପାକିସ୍ତାନ ଆଇଏସ୍‌ଆଇ ମଧ୍ୟ ଏହା ପଛରେ ରହିଥିବା କୁହାଯାଉଛି। କିନ୍ତୁ ଏହା ବ୍ୟତୀତ ଆହୁରି ଅନେକ ଦିଗ ରହିଛି। ଅଭିଯୁକ୍ତକୁ ଆମେ ତା’ର ଟାଟୁ, ଚିରା ପୋଷାକ ଓ ସିମ କାର୍ଡରୁ ଚିହ୍ନଟ କରିଛୁ।”

ଡିସେମ୍ବର ୨୩ରେ ପଞ୍ଜାବର ଲୁଧିଆନା ଜିଲ୍ଲା ଓ ସେସନ କୋର୍ଟରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଆହତ ହୋଇଥିଲେ। ଦିନ ୧୨ଟା୧୨ରେ କୋର୍ଟ କମ୍ପ୍ଲେକ୍ସର ଦ୍ୱିତୀୟ ମହଲାର ଏକ ୱାଶରୁମରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ତୀବ୍ରତା ଏତେ ପ୍ରଭାବଶାଳୀ ଥିଲା ଯେ ସମ୍ପୂର୍ଣ୍ଣ ବିଲଡିଂକୁ ଥରାଇ ଦେଇଥିଲା।

ଏହି ବିସ୍ଫୋରଣରେ କୋର୍ଟ ବିଲଡିଂର କାନ୍ଥ ଓ କାଚ ଭାଙ୍ଗିଯିବା ସହ କୋଠାର ଅନେକ ଅଂଶ କ୍ଷତିଗ୍ରସ୍ତ ହୋଇଛି। ପ୍ରାଥମିକ ତଦନ୍ତ ପରେ ଫୋରେନ୍‌ସିକ୍‌ ଟିମ୍‌ ଓ ବମ୍ ଡିଟେକ୍ସନ୍‌ ଆଣ୍ଡ୍‌ ଡିସ୍ପୋଜାଲ୍‌ ସ୍କ୍ୱାର୍ଡ କହିଛନ୍ତି ଯେ ଅଦାଲତରେ ହୋଇଥିବା ବିସ୍ଫୋରଣରେ ବିପୁଳ ପରିମାଣର ଆଇଇଡି ବ୍ୟବହାର ହୋଇଥିଲା।

ବିସ୍ଫୋରଣ କରିଥିବା ଗଗନଦୀପ ହିଁ ଘଟଣାରେ ଏକମାତ୍ର ବ୍ୟକ୍ତି ଭାବେ ପ୍ରାଣ ହରାଇଛି। ସେ ପୁଲିସ୍‌ରେ ପୂର୍ବରୁ ଚାକିରି କରିଥିଲେ ମଧ୍ୟ ତା’କୁ ୨୦୧୭ରେ ବେଆଇନ କାମ ପାଇଁ ଗିରଫ କରାଯାଇଥିଲା। ଏହାପରେ ତା’କୁ ଚାକିରିରୁ ବହିଷ୍କୃତ କରାଯାଇଥିଲା।

Related story