ରାହୁଲ ଗାନ୍ଧିଙ୍କ ବଡ଼ ବୟାନ: ଆରଏସ୍‌ଏସ୍‌କୁ ଚାଲି ଯାଅ, ତୁମମାନଙ୍କର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ: ଦଳ ଛାଡ଼ୁଥିବା ଓ ଦଳରେ ଥାଇ ‌ଭୟରେ ମୁହଁ ଖୋଲୁ ନଥିବା ନେତାମାନଙ୍କୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆଜି କଡ଼ା ଭାଷାରେ ବଡ଼ ପରାମର୍ଶ ଦେଇଛନ୍ତି। କଂଗ୍ରେସ ଭୟ କରୁ ନଥିବା ନେତାଙ୍କୁ ଚାହେଁ। ଯେଉଁମାନେ ଦଳରେ ରହି ଡରୁଛନ୍ତି, ସେମାନଙ୍କୁ ତଡ଼ି ଦିଆଯାଉ। ଦେଶରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ କେବେ ହେଲେ ଡରନ୍ତି ନାହିଁ। କିନ୍ତୁ ସେମାନେ କଂଗ୍ରେସ ବାହାରେ ଅଛନ୍ତି। ଆମେ ସେମାନଙ୍କୁ ଦଳକୁ ଆଣିବାକୁ ପଡ଼ିବ ବୋଲି […]

Rahul-Gandhi

Hemant Lenka
  • Published: Friday, 16 July 2021
  • , Updated: 16 July 2021, 07:06 PM IST

ନୂଆଦିଲ୍ଲୀ: ଦଳ ଛାଡ଼ୁଥିବା ଓ ଦଳରେ ଥାଇ ‌ଭୟରେ ମୁହଁ ଖୋଲୁ ନଥିବା ନେତାମାନଙ୍କୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆଜି କଡ଼ା ଭାଷାରେ ବଡ଼ ପରାମର୍ଶ ଦେଇଛନ୍ତି। କଂଗ୍ରେସ ଭୟ କରୁ ନଥିବା ନେତାଙ୍କୁ ଚାହେଁ। ଯେଉଁମାନେ ଦଳରେ ରହି ଡରୁଛନ୍ତି, ସେମାନଙ୍କୁ ତଡ଼ି ଦିଆଯାଉ। ଦେଶରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ କେବେ ହେଲେ ଡରନ୍ତି ନାହିଁ। କିନ୍ତୁ ସେମାନେ କଂଗ୍ରେସ ବାହାରେ ଅଛନ୍ତି। ଆମେ ସେମାନଙ୍କୁ ଦଳକୁ ଆଣିବାକୁ ପଡ଼ିବ ବୋଲି ରାହୁଲ ଗାନ୍ଧି ଆଜି ଦଳର ସୋଶାଲ ମିଡିଆ ଗ୍ରୁପର ସଦସ୍ୟଙ୍କୁ ଏପରି  ବାର୍ତ୍ତା ଦେଇଛନ୍ତି।

ୱାୟନାଡରୁ ସାଂସଦ ହୋଇଥିବାରୁ ରାହୁଲ ଗାନ୍ଧି କହିଛନ୍ତି, “ଯେଉଁମାନେ ଆମ ଦଳରେ ରହି ବି ଡରୁଛନ୍ତି, ସେମାନଙ୍କୁ ବାହାର କରି ଦିଆଯାଉ। ଚାଲୋ ଭାୟା ଜାଓ। ଆରଏଏସ୍‌ କେ ତରଫ ଭାଗୋ( ଚାଲି ଯାଅ ଭାଇ ଚାଲି ଯାଅ। ଆରଏସ୍‌ଏସ୍‌ ଆଡ଼କୁ ଦୌଡ଼ି ପଳାଅ)। ଦଳ ତୁମାମନଙ୍କୁ ଆବଶ୍ୟକ କରୁନି। ଆମେ କେବଳ ଭୟ କରୁ ନଥିବା ଲୋକଙ୍କୁ ଚାହୁଁଛୁ। ଏହା ଆମର ଆଦର୍ଶ। ଏହା ମୋର ମୂଳ ବାର୍ତ୍ତା।”

କଂଗ୍ରେସରୁ ଜଣଙ୍କ ପରେ ଜଣେ ନେତା ବିଜେପିରେ ମିଶୁ ଥିବାରୁ ରାହୁଲ ଗାନ୍ଧି ଏପରି ବୟାନ ଦେଇଥିବା କୁହାଯାଉଛି। ପୂର୍ବରୁ ରାହୁଲଙ୍କ ଘନିଷ୍ଠ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ମିଶିଥିବା ବେଳେ ଏବେ ଜିତିନ ପ୍ରସାଦ ସମାନ ପଦକ୍ଷେପ ନେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାହୁଲ ଗାନ୍ଧି ଏପରି ବୟାନ ଦେଇଥିବା କୁହାଯାଉଛି।

ସେହିପରି ଦଳର ନେତୃତ୍ୱ ସଙ୍କଟ ନେଇ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିବା ୨୩ ଅସନ୍ତୁଷ୍ଟ ନେତାଙ୍କ ଉଦ୍ଦେଶ୍ୟରେ ମଧ୍ୟ ରାହୁଲ ଗାନ୍ଧି ଏପରି ବୟାନ ଦେଇଥିବା ଚର୍ଚ୍ଚା ହେଉଛି। ନିକଟରେ ପ୍ରଶାନ୍ତ କିଶୋର ଦିଲ୍ଲୀ ଆସି ରାହୁଲ, ସୋନିଆ ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଭେଟିଥିଲେ। ଏଠାରେ ପ୍ରସ୍ତୁତ ହୋଇଥିବା ରଣନୀତି ଆଧାରରେ ରାହୁଲ ଗାନ୍ଧି ଏପରି କହିଥିବା ମଧ୍ୟ କୁହାଯାଉଛି।

Related story