ଯୁଦ୍ଧ ସଂକଟ: ରୁଷ-ୟୁକ୍ରେନ ଆଲୋଚନା ବିଫଳ

ନୂଆଦିଲ୍ଲୀ: ଦୁଇ ସପ୍ତାହ ପୂରି, ତୃତୀୟ ସପ୍ତାହରେ ପ୍ରବେଶ କରିଛି ଋଷ-ୟୁକ୍ରେନ ଯୁଦ୍ଧ । ଦିନ ଗଡ଼ିବା ସହ ଯୁଦ୍ଧ ବିଭୀଷିକା ବଢ଼ୁଛି । ଲୋକଙ୍କ ଦୁର୍ଦ୍ଦଶା ବି ବଢ଼ୁଛି। ରୁଷ ୟୁକ୍ରେନ ନାଗରିକଙ୍କ ବିରୋଧରେ ବି ଦମନଲୀଳା ଚଳାଇଥିବା ଅଭିଯୋଗ ହେଉଥିବା ବେଳେ ମାରିଉପୋଲ ମ୍ୟାଟର୍ନିଟି ହସ୍ପିଟାଲରେ ରୁଷର ଏୟାରଷ୍ଟ୍ରାଇକ୍‌କୁ ନେଇ ବିବାଦ ଘନେଇଛି।  ସେପଟେ ତୁର୍କୀରେ ଆଜି ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ପରସ୍ପରକୁ ଭେଟି ବିବାଦର ସମାଧାନ ପାଇଁ ଆଲୋଚନା କରିଥିଲେ ମଧ୍ୟ, […]

ukraine-war

ukraine-war

Tapas Behera
  • Published: Thursday, 10 March 2022
  • Updated: 10 March 2022, 08:46 PM IST

Sports

Latest News

ନୂଆଦିଲ୍ଲୀ: ଦୁଇ ସପ୍ତାହ ପୂରି, ତୃତୀୟ ସପ୍ତାହରେ ପ୍ରବେଶ କରିଛି ଋଷ-ୟୁକ୍ରେନ ଯୁଦ୍ଧ । ଦିନ ଗଡ଼ିବା ସହ ଯୁଦ୍ଧ ବିଭୀଷିକା ବଢ଼ୁଛି । ଲୋକଙ୍କ ଦୁର୍ଦ୍ଦଶା ବି ବଢ଼ୁଛି। ରୁଷ ୟୁକ୍ରେନ ନାଗରିକଙ୍କ ବିରୋଧରେ ବି ଦମନଲୀଳା ଚଳାଇଥିବା ଅଭିଯୋଗ ହେଉଥିବା ବେଳେ ମାରିଉପୋଲ ମ୍ୟାଟର୍ନିଟି ହସ୍ପିଟାଲରେ ରୁଷର ଏୟାରଷ୍ଟ୍ରାଇକ୍‌କୁ ନେଇ ବିବାଦ ଘନେଇଛି।  ସେପଟେ ତୁର୍କୀରେ ଆଜି ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ପରସ୍ପରକୁ ଭେଟି ବିବାଦର ସମାଧାନ ପାଇଁ ଆଲୋଚନା କରିଥିଲେ ମଧ୍ୟ, କେହି କାହା ସର୍ତ୍ତ ମାନିବାକୁ ରାଜି ନହେବାରୁ ତାହା ନିଷ୍ଫଳ ହୋଇଛି ।

ଦକ୍ଷିଣ ୟୁକ୍ରେନୀୟ ସହର ମାରିଓପୋଲର ଏକ ମ୍ୟାଟର୍ନିଟି ବା ପ୍ରସୂତି ହସ୍ପିଟାଲରେ ରୁଷୀୟ ଏୟାର ଷ୍ଟ୍ରାଇକ ପରେ  ହସ୍ପିଟାଲ କୋଠା ଖିନଭିନ୍‌ ହୋଇଛି। ଆକ୍ରମଣରେ ଏକ ଶିଶୁ ସମେତ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୧୭ ଜଣ ଆହତ ହୋଇଛନ୍ତି। କେବଳ ମାରିଉପୋଲ୍ ନୁହେଁ, କିଭ୍‌ର ପଶ୍ଚିମ ପଟେ ଥିବା ଝାଇତୋମିର୍ ସହରର ୨ଟି ହସ୍ପିଟାଲ ଉପରେ ବି ବୋମା ବର୍ଷଣ କରିଛି ରୁଷ  । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ, ଯୁଦ୍ଧ ଆରମ୍ଭ ଠାରୁ ୟୁକ୍ରେନ୍‌ର ୧୮ଟି ହସ୍ପିଟାଲ ଓ ଅନ୍ୟ ସ୍ୱାସ୍ଥ୍ୟ ଭିତ୍ତିଭୂମି ରୁଷ ଆକ୍ରମଣର ଶିକାର ହୋଇଛି । ହସ୍ପିଟାଲ ଉପରେ ଆକ୍ରମଣ ଋଷର ଗଣହତ୍ୟାର ପ୍ରମାଣ ଏବଂ ଏହା ଜଘନ୍ୟ ଯୁଦ୍ଧ ଅପରାଧ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଅଭିଯୋଗ କରିଛନ୍ତି ।ଜାତିସଂଘ ମଧ୍ୟ ଏହାର ନିନ୍ଦା କରିଛି।  ଅନ୍ୟପକ୍ଷରେ କ୍ରେମ୍ଲିନ ମୁଖପାତ୍ର ଦିମିତ୍ରି ପେସ୍କୋଭ୍, ଗଣହତ୍ୟା ଅଭିଯୋଗକୁ ଖଣ୍ଡନ କରିବା ସହ ହସ୍ପିଟାଲ ଉପରେ ଆକ୍ରମଣର କାରଣ ଓ ସବିଶେଷ ସୂଚନା ରୁଷୀୟ ସେନାକୁ ମଗାଯିବ ବୋଲି କହିଛନ୍ତି।

ତେଣେ ବିବାଦର ସମାଧାନ ଲାଗି ଆଜି ପ୍ରଥମଥର ପାଇଁ ତୁର୍କୀରେ ପରସ୍ପରକୁ ଭେଟିଛନ୍ତି ୟୁକ୍ରେନ୍ ଓ ଋଷର ବୈଦେଶିକ ମନ୍ତ୍ରୀ  ଆଣ୍ଟାଲିଆରେ ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା ଓ ଋଷୀୟ ପ୍ରତିପକ୍ଷ ସର୍ଗେଇ ଲାଭ୍ରୋଭ୍ ଯୁଦ୍ଧର ସମାପ୍ତି ପାଇଁ ମୁହାଁମୁହିଁ ଆଲୋଚନା କରିଥିବା ବେଳେ, ତୁର୍କୀ ବୈଦେଶିକ ମନ୍ତ୍ରୀ ମେଭଲଟ୍ କାଭୁସୋଗ୍ଲୁ ମଧ୍ୟସ୍ଥ ଭାବେ ବୈଠକରେ ଯୋଗ ଦେଇଥିଲେ । ତେବେ ଏହି ବୈଠକ ମଧ୍ୟ ନିଷ୍ଫଳ ହୋଇଛି।  ଋଷ ୨୪ ଘଣ୍ଟା ପାଇଁ ବି ଯୁଦ୍ଧ ବିରତି ଲାଗି ରାଜି ହୋଇନଥିବା ବେଳେ, ୟୁକ୍ରେନ୍ କଦାପି ଆତ୍ମସମର୍ପଣ କରିବ ନାହିଁ ବୋଲି ଚରମବାଣୀ ଶୁଣାଇ ଦେଇଛି ।ୟୁକ୍ରେନ୍-ରୁଷିଆ ଯୁଦ୍ଧ ତୃତୀୟ ସପ୍ତାହରେ ପ୍ରବେଶ କରିଛି।  ଉଭୟ ପକ୍ଷରୁ ହଜାର ହଜାର ସୈନ୍ୟ ପ୍ରାଣ ହରାଉଥିବା ବେଳେ ସାଧାରଣ ଲୋକଙ୍କ ଜୀବନ ବି ଯାଉଛି।  ଜଣ ଜଣ କରି ମୃତକଙ୍କ ଶେଷକୃତ୍ୟ ସମ୍ଭବ ହେଉନଥିବାରୁ କୁଢ଼ କୁଢ଼ ଶବକୁ ଗାତ ଖୋଳି ଏକାଠି ପୋତାଯାଉଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story