କିଭ୍‌ ଉପରେ ବଡ଼ଧରଣର ଆକ୍ରମଣ କରିପାରେ ରୁଷ

ନୂଆଦିଲ୍ଲୀ:ଭୀଷଣ ଆକ୍ରମଣ ଅପେକ୍ଷାରେ ୟୁକ୍ରେନ ରାଜଧାନୀ କିଭ୍।  ଅସ୍ତ୍ରବିରତି ସମୟ ଶେଷ ହେଲା କ୍ଷଣି ଋଷ ସୈନ୍ୟ ପ୍ରଚଣ୍ଡ ଆକ୍ରମଣ କରିବା ଆଶଙ୍କା କରାଯାଉଛି ।  ୟୁକ୍ରେନ ରାଜଧାନୀକୁ ଦଖଲ ଲାଗି ଏହା ଋଷ ସେନାର ଫାଇନାଲ ଆସଲ୍ଟ ହେବ ବୋଲି କୁହାଯାଉଛି ।  ତେବେ ଆକାଶରୁ ନିଆଁ ବର୍ଷିବା ପୂର୍ବରୁ ଜୀବନ ବଞ୍ଚାଇ ସୁରକ୍ଷିତ ସ୍ଥାନକୁ ଚାଲି ଯାଉଛନ୍ତି ସହରବାସୀ ମାତ୍ର ପୁରୁଷମାନେ ଘରେ ରହିବା ସହ ଋଷ ସେନାର ମୁକାବିଲା ଲାଗି ନିଜକୁ ପ୍ରସ୍ତୁତ […]

ukraine-war

ukraine-war

Tapas Behera
  • Published: Wednesday, 09 March 2022
  • Updated: 09 March 2022, 09:00 PM IST

Sports

Latest News

ନୂଆଦିଲ୍ଲୀ:ଭୀଷଣ ଆକ୍ରମଣ ଅପେକ୍ଷାରେ ୟୁକ୍ରେନ ରାଜଧାନୀ କିଭ୍।  ଅସ୍ତ୍ରବିରତି ସମୟ ଶେଷ ହେଲା କ୍ଷଣି ଋଷ ସୈନ୍ୟ ପ୍ରଚଣ୍ଡ ଆକ୍ରମଣ କରିବା ଆଶଙ୍କା କରାଯାଉଛି ।  ୟୁକ୍ରେନ ରାଜଧାନୀକୁ ଦଖଲ ଲାଗି ଏହା ଋଷ ସେନାର ଫାଇନାଲ ଆସଲ୍ଟ ହେବ ବୋଲି କୁହାଯାଉଛି ।  ତେବେ ଆକାଶରୁ ନିଆଁ ବର୍ଷିବା ପୂର୍ବରୁ ଜୀବନ ବଞ୍ଚାଇ ସୁରକ୍ଷିତ ସ୍ଥାନକୁ ଚାଲି ଯାଉଛନ୍ତି ସହରବାସୀ ମାତ୍ର ପୁରୁଷମାନେ ଘରେ ରହିବା ସହ ଋଷ ସେନାର ମୁକାବିଲା ଲାଗି ନିଜକୁ ପ୍ରସ୍ତୁତ କରୁଛନ୍ତି।  ଅନ୍ୟପଟେ ଅସ୍ତ୍ରବିରତି ଲାଗୁ ସହରକୁ ଛାଡି ଅନ୍ୟାନ୍ୟ ସ୍ଥାନରେ ରୁଷର ଘନଘନ ଆକ୍ରମଣ ଜାରି ରହିଛି । ଯୁଦ୍ଧ ପାଇଁ କିଭ୍, ଚର୍ଣ୍ଣିଭ, ସୁମି, ଖାରକିଭ୍, ମାରିଓପୁଲ ଏବଂ ଝାପୋରଜିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି।  କିଭ୍ ଅଧିକାର ଲାଗି ଋଷ ସେନା ପ୍ରଚଣ୍ଡ ଆକ୍ରମଣ କରିବା ଆଶଙ୍କା ଭିତରେ ସୁରକ୍ଷିତ ସ୍ଥାନକୁ ପଳାଉଛନ୍ତି ଲୋକେ।  ତେବେ ପୁରୁଷମାନେ ୟୁକ୍ରେନ ସେନାକୁ ସହାୟତା କରିବା ଲାଗି ଜୀବନକୁ ବାଜି ଲଗାଇ ସହର ଛାଡୁନଥିବା ଦେଖିବାକୁ ମିଳିଛି।

ଅସ୍ତ୍ରବିରତି ଘୋଷିତ ସହରକୁ ଛାଡି ଅନ୍ୟାନ୍ୟ ସ୍ଥାନରେ ରୁଷର ଘନଘନ ଆକ୍ରମଣ ଜାରି ରହିଛି । ରକେଟ୍ ଓ ବୋମା ବର୍ଷଣର ଭୟଙ୍କର ଶଦ୍ଦରେ ଲୋକେ ପ୍ରମାଦ ଗଣୁଛନ୍ତି । ସେଭେରୋଡନେସ୍କ ସହରରେ ରୁଷ ଆକ୍ରମଣରେ ୧୦ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି।  ସେହିପରି ଝିଟୋମିର ସହରରେ ରୁଷର ବୋମାମାଡରେ ୪ ଜଣଙ୍କ ଜୀବନ ଯାଇଛି । ଲୋହାନସ୍କ ସହରରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ତେବେ ସିଜ୍ ଫାୟାର ଅବଧି ଶେଷ ହେଲା କ୍ଷଣି କିଭ୍ ଦଖଲ ଲାଗି ରୁଷ ସୈନ୍ୟ ନିର୍ଣ୍ଣାୟକ ଆକ୍ରମଣ କରିବେ ବୋଲି ଆଶଙ୍କା କରାଯାଉଛି ।

ସେପଟେ ନାଟୋ ପକ୍ଷରୁ ପ୍ରତ୍ୟକ୍ଷ ସହଯୋଗ ନମିଳିବା ପରେ ନିରାଶ ହୋଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନସ୍କି । ନାଟୋ ବିବାଦରେ ପଶିବାକୁ ଚାହୁଁନି ଓ ରୁଷର ମୁହାଁମୁହିଁ ହେବାକୁ ଭୟ କରୁଛି ବୋଲି କହିବା ସହ ସେ ଆଉ ମେଣ୍ଟରେ ଯୋଗ ଦେବାକୁ ଆଗ୍ରହୀ ନୁହନ୍ତି ବୋଲି ପ୍ରକାଶ କରିଛନ୍ତି। କିଛି ପାଇବା ଲାଗି ଆଣ୍ଠୁମାଡି ଭିକମାଗୁଥିବା ଏକ ଦେଶର ରାଷ୍ଟ୍ରପତି ହୋଇ ରହିବା ଲାଗି ସେ ଚାହାନ୍ତି ନାହିଁ ବୋଲି କହିଛନ୍ତି। ସେପଟେ ଯୁଦ୍ଧର ଅବସାନ ଲାଗି ଆସନ୍ତାକାଲି ତୁର୍କୀରେ ରୁଷ ଓ ୟୁକ୍ରେନ ଅଧିକାରୀଙ୍କ ମଧ୍ୟରେ ପୁଣି ବୈଠକ ହେବାର ଅଛି । ଶାନ୍ତି କଥାବାର୍ତ୍ତାରେ ଠିକ୍ ରାସ୍ତାରେ ଆଗକୁ ବଢୁଥିବା ରୁଷ କହିଛି । ତେବେ ରାଷ୍ଟ୍ରପତି ଜେଲେନ୍ସଙ୍କୁ ବିତାଡିତ କରିବା ଲାଗି କୌଣସି ଲକ୍ଷ୍ୟ ନାହିଁ ବୋଲି ମସ୍କୋ ପକ୍ଷରୁ ପୁଣି ଥରେ ସଫେଇ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story