ଟିକା ନେବା ପରେ ରୁଷିଆ ବୁଲିବାକୁ ଅଫର, ଆପଣ ଯିବେ କି?

ନୂଆଦିଲ୍ଲୀ: କରୋନା ମହାମାରୀ ବେଳେ ସର୍ବାଧିକ ପ୍ରଭାବିତ ହୋଇଛି ପର୍ଯ୍ୟଟନ ଶିଳ୍ପ। କାରଣ କରୋନାର ରୂପ ଏବଂ ଚରିତ୍ର ଏଯାବତ କେହି ଆକଳନ କରିପାରି ନାହାନ୍ତି। ତେଣୁ  ଅନ୍ତର୍ଜାତୀୟ ବିମାନ ସେବା ମଧ୍ୟ ବନ୍ଦ ରହିଛି। ଏଭଳି ସ୍ଥିତିରେ ଦେଶରେ ଟିକାକରଣକୁ ଜୋରଦାର କରୁଛନ୍ତି ସରକାର। ଟିକାକରଣ ପରେ ଦେଶର ସ୍ଥିତି ସ୍ୱାଭାବିକ ହେବ ବୋଲି ବିଶ୍ୱାସ ରହିଛି। ଏବେ ଦେଶରେ ଦୁଇଟି ଟିକା କୋଭାକ୍ସିନ ଓ କୋଭିଶିଲ୍ଡ ଟିକା ଦିଆଯାଉଛି। ଆଉ ମେଡ୍ ଇନ୍ ଋଷିଆର […]

sputnik-v

Subhransu Sekhar
  • Published: Wednesday, 19 May 2021
  • , Updated: 19 May 2021, 06:53 PM IST

ନୂଆଦିଲ୍ଲୀ: କରୋନା ମହାମାରୀ ବେଳେ ସର୍ବାଧିକ ପ୍ରଭାବିତ ହୋଇଛି ପର୍ଯ୍ୟଟନ ଶିଳ୍ପ। କାରଣ କରୋନାର ରୂପ ଏବଂ ଚରିତ୍ର ଏଯାବତ କେହି ଆକଳନ କରିପାରି ନାହାନ୍ତି। ତେଣୁ  ଅନ୍ତର୍ଜାତୀୟ ବିମାନ ସେବା ମଧ୍ୟ ବନ୍ଦ ରହିଛି। ଏଭଳି ସ୍ଥିତିରେ ଦେଶରେ ଟିକାକରଣକୁ ଜୋରଦାର କରୁଛନ୍ତି ସରକାର। ଟିକାକରଣ ପରେ ଦେଶର ସ୍ଥିତି ସ୍ୱାଭାବିକ ହେବ ବୋଲି ବିଶ୍ୱାସ ରହିଛି।

ଏବେ ଦେଶରେ ଦୁଇଟି ଟିକା କୋଭାକ୍ସିନ ଓ କୋଭିଶିଲ୍ଡ ଟିକା ଦିଆଯାଉଛି। ଆଉ ମେଡ୍ ଇନ୍ ଋଷିଆର 'ସ୍ପୁୁଟନିକ ଭି' ଟିକା ପାଇଲଟ ପ୍ରୋଜେକ୍ଟ ଭାବରେ ହାଇଦ୍ରାବାଦ ଏବଂ ବାଙ୍ଗାଲୋରରେ ଆରମ୍ଭ ହୋଇଛି। ଆଗାମୀ ଦିନରେ ଏହି ଟିକା ଭାରତରେ ତିଆରି ହେବ। ଆଉ ଦେଶର ଟିକାକରଣରେ ସାମିଲ୍ କରିବାକୁ କେନ୍ଦ୍ର ସରକାର ଯୋଜନା କରିଥିବା 'ଦ ପ୍ରିଣ୍ଟ'ର ଏକ ରିପୋର୍ଟରୁ ଜଣାପଡ଼ିଛି। ଏହାରି ଭିତରେ କିଭଳି 'ସ୍ପୁୁଟନିକ ଭି' କିଭଳି ଅଧିକରୁ ଅଧିକ ନେବେ ସେ ନେଇ ଆରମ୍ଭ ହୋଇଛି ପ୍ରତିଯୋଗିତା।

ଦୁବାଇର ଏକ ଟ୍ରାଭେଲ୍ ଏଜେନ୍ସି ଅଫର ଘୋଷଣା କରିଛି ଯେଉଁଥିରେ ଉଲ୍ଲେଖ ରହିଛି ଦିଲ୍ଲୀରୁ ମୋସ୍କୋ ସ୍ପୁଟନିକ ଭିର ଦୁଇଟି ଟିକା ନେବା ପରେ ଜଣେ ୧.୨୯ ଲକ୍ଷରେ ବୁଲି ପାରିବେ। ମୋଟ୍ ୨୪ ଦିନର ଏହି ଯାତ୍ରା ରହିବ। ଯେଉଁଥିରେ 'ସ୍ପୁୁଟନିକ ଭି' ଟିକାର ପ୍ଲାଣ୍ଟ ସହିତ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳ ବୁଲି ଦେଖାଇବ। ଏହି ଟ୍ରାଭେଲ ପ୍ୟାକେଜ ଭିତରେ ୨୦ ଦିନର ଏକ ପ୍ୟାକେଜ ରହିଛି ଯେଉଁଥିରେ ଜଣେ ପ୍ରଥମ ଡୋଜ ନେବା ପରେ ବୁଲିବାକୁ ଯାଇ ପାରିବ। ଆଉ ଋଷିଆରୁ ସ୍ୱଦେଶ ଫେରି ଦ୍ୱିତୀୟ ଡୋଜ ନେଇପାରିବ। ଏହି ୧.୨୯ ଲକ୍ଷ ପ୍ୟାକେଜରେ ଟିକାର ଦାମ ସହିତ ଅନ୍ୟାନ୍ୟ ଖର୍ଚ୍ଚ ରହିଥିବା ସୂଚନା ରହିଛି।

ତେବେ ମେ ୨୯ରେ ପ୍ରଥମ ପର୍ଯ୍ୟାୟ ଯାତ୍ରା ରହିଛି। ମୋଟ୍ ସିଟ୍ ୨୮ଟି ରହିଛି। ଦ୍ୱିତୀୟ ପର୍ଯ୍ୟାୟ ଜୁନ୍ ୭ ଏବଂ ଜୁନ୍ ୧୫ରେ ରହିଥିବା ସୂଚନା ରହିଛି। ସେହିପରି ଯଦି ଜଣେ 'ସ୍ପୁୁଟନିକ ଭି' ନେଇ ନାହିଁ ତାହେଲେ ୨୪ ଦିନିଆ ପ୍ୟାକେଜରେ ସେ ଉଭୟ ଦୁଇଟି ଯାକ ଟିକା ନେବା ସହିତ ବିଭିନ୍ନ ସ୍ଥାନ ବୁଲିପାରିବେ ବୋଲି ସୂଚନା ରହିଛି। ତେବେ ଋଷିଆ ସରକାର ମଧ୍ୟ ଭାରତୀୟ ନାଗିରକଙ୍କ ଯାତ୍ରା ଉପରେ ମଧ୍ୟ କଟକଣା ଲଗାଇ ନଥିବା ସୂଚନା ରହିଛି। ତେବେ ଦେଶରେ ମହାମାରୀର ପିକ୍ ଷ୍ଟେଜରେ ରହିଛି। ତେଣୁ ବିମାନ ଯାତ୍ରା ନେଇ ସରକାର ଆଗାମୀ ଦିନରେ କୋହଳ ନକଲେ ଏବେ ଯିବା ସମ୍ଭବ ନୁହେଁ ବୋଲି ସୂଚନା ରହିଛି।

Related story