ଆମେରିକାର ‘ମାନବାଧିକାର ଉଲ୍ଲଙ୍ଘନ’ ବୟାନକୁ କାଉଣ୍ଟର କଲେ ଜୟଶଙ୍କର

ନୂଆଦିଲ୍ଲୀ: ଭାରତରେ ‘ମାନବାଧିକାର ଉଲ୍ଲଙ୍ଘନ ମାମଲା ବୃଦ୍ଧି’ ପାଉଥିବା ନେଇ ଆମେରିକା ଦେଇଥିବା ବୟାନର କାଉଣ୍ଟର କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର। ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିନକେନ ଭାରତରରେ ବଢ଼ୁଥିବା ମାନବାଧିକାର ଉଲ୍ଲଙ୍ଘନ ମାମଲା ଉପରେ ତାଙ୍କ ଦେଶ ନଜର ରଖିଥିବା କହିଥିଲେ। ଏହାର ଜବାବ ଦେଇ ଜୟଶଙ୍କର କହିଛନ୍ତି ଭାରତ ଓ ଆମେରିକା ମଧ୍ୟରେ ଅନୁଷ୍ଠିତ ହୋଇଥିବା ୨+୨ ମନ୍ତ୍ରୀ ସ୍ତରୀୟ ବୈଠକରେ ମାନବାଧିକାର ପ୍ରସଙ୍ଗ କୌଣସି ପ୍ରକାରର ଆଲୋଚନା କରାଯାଇ ନାହିଁ। […]

US

Hemant Lenka
  • Published: Thursday, 14 April 2022
  • , Updated: 14 April 2022, 10:02 AM IST

ନୂଆଦିଲ୍ଲୀ: ଭାରତରେ ‘ମାନବାଧିକାର ଉଲ୍ଲଙ୍ଘନ ମାମଲା ବୃଦ୍ଧି’ ପାଉଥିବା ନେଇ ଆମେରିକା ଦେଇଥିବା ବୟାନର କାଉଣ୍ଟର କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର। ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିନକେନ ଭାରତରରେ ବଢ଼ୁଥିବା ମାନବାଧିକାର ଉଲ୍ଲଙ୍ଘନ ମାମଲା ଉପରେ ତାଙ୍କ ଦେଶ ନଜର ରଖିଥିବା କହିଥିଲେ। ଏହାର ଜବାବ ଦେଇ ଜୟଶଙ୍କର କହିଛନ୍ତି ଭାରତ ଓ ଆମେରିକା ମଧ୍ୟରେ ଅନୁଷ୍ଠିତ ହୋଇଥିବା ୨+୨ ମନ୍ତ୍ରୀ ସ୍ତରୀୟ ବୈଠକରେ ମାନବାଧିକାର ପ୍ରସଙ୍ଗ କୌଣସି ପ୍ରକାରର ଆଲୋଚନା କରାଯାଇ ନାହିଁ।

କିନ୍ତୁ ଯେତେବେଳେ ବି ଏହି ପ୍ରସଙ୍ଗ ଉପରେ ଆଲୋଚନା ହେବ ସେତେବେଳେ ନୂଆଦିଲ୍ଲୀ ଏହାର ଜବାବ ଦେବାକୁ କେବେ ହେଲେ ପଛାଇବ ନାହିଁ। ଆମେରିକା ସହ ହୋଇଥିବା ୨+୨ ମନ୍ତ୍ରୀ ସ୍ତରୀୟ ବୈଠକରେ ମୁଖ୍ୟତଃ ରାଜନୀତିକ ଓ ସାମରିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା ବୋଲି ସେ କହିଛନ୍ତି।

ଗୋଟିଏ ପ୍ରଶ୍ନର ଉତ୍ତରେ ଜୟଶଙ୍କର କହିଛନ୍ତି, “ବର୍ତ୍ତମାନ ମାନବାଧିକାର ପ୍ରସଙ୍ଗ ଆଦୌ ଉଠିନି। ପୂର୍ବରୁ ଆମେ ଏ ବିଷୟରେ କଥା ହୋଇଥିଲୁ। ଆମେରିକା ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିନକେନ ଯେତେବେଳେ ଭାରତ ଆସିଥିଲେ ସେତେବେଳେ ଏ ପ୍ରସଙ୍ଗ ଉଠିଥିଲା।

ଆପଣମାନଙ୍କ ମନେଥିବ ବ୍ଲିନକେନଙ୍କ ସହ ବୈଠକ କରିବା ପରେ ମୁଁ ବେଶ ଖୋଲାଖୋଲି ଭାବେ ସବୁ ବିଷୟରେ ମତ ରଖିଥିଲି। ବୈଠକର ସବୁ ତଥ୍ୟ ଦେଇଥିଲି। ଏବେ କିନ୍ତୁ ମାନବାଧିକାର ପ୍ରସଙ୍ଗ ବିଷୟରେ ଆମେରିକା ସହ ଆଲୋଚନା ହୋଇନି।”

ମାନବାଧିକାର ପ୍ରସଙ୍ଗରେ ଆମେରିକାର ସମାଲୋଚନାକୁ କାଉଣ୍ଟର କରିବାକୁ ଯାଇ ଜୟଶଙ୍କର କହିଛନ୍ତି, “ଭାରତ ସମ୍ପର୍କରେ ଲୋକମାନେ ଯେକୌଣସି ମତ ରଖିପାରିବେ। ଲବି ଓ ଭୋଟ ବ୍ୟାଙ୍କ ହିଁ ଏପରି ସମାଲୋଚନା କରିବାକୁ ବାଧ୍ୟ କରିଥାଏ। ସେମାନେ ଯେମିତି ଭାରତ ସମ୍ପର୍କରେ ମତ ରଖୁଛନ୍ତି, ଆମେ ମଧ୍ୟ ସେମାନଙ୍କ ମତ ଉପରେ ପ୍ରତିକ୍ରିୟା ରଖିବାର ହକଦାର। ଅନ୍ୟର କଥାରେ ଓ ନିଜର ଭୋଟ ବ୍ୟାଙ୍କକୁ ସୁଦୃଢ଼ କରିବାକୁ କିଛି ଲୋକ ଭାରତ ସମ୍ପର୍କରେ ବାଧ୍ୟ ହୋଇ ମତ ରଖନ୍ତି।

ତେଣୁ ଯେତେବେଳେ ବି ଏ ବିଷୟରେ ଆଲୋଚନା ହେବ, ମୁଁ ଆପଣଙ୍କୁ ନିଶ୍ଚିତ କରୁଛି ଯେ ଭାରତ କେବେ ହେଲେ ଜବାବ ଦେବାକୁ ପଛାଇବ ନାହିଁ। ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି ଯେ ଆପଣମାନେ ମଧ୍ୟ ଆମେରିକା ସମେତ ଅନ୍ୟ ଦେଶଗୁଡ଼ିକ ମାନବାଧିକାର ଉଲ୍ଲଙ୍ଘନ ସ୍ଥିତିର ବୟାନ ଆମ ଠାରୁ ନିଅନ୍ତୁ। ଫଳରେ ସେମାନେ ଦେଶକୁ ଆସିଲେ ଏ ସମ୍ପର୍କରେ ଆପଣମାନେ ସେମାନଙ୍କ ମତାମତ ନେଇପାରିବେ। ସମସ୍ତେ ଯେମିତି ଭାରତ ସମ୍ପର୍କରେ ମତ ରଖୁଛନ୍ତି, ଆମେ ମଧ୍ୟ ସେମାନଙ୍କ ସମ୍ପର୍କରେ ମତ ରଖିପାରିବୁ।”

ସୂଚନାଯୋଗ୍ୟ, ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲୟୋଡ ଅଷ୍ଟିନ, ବୈଦେଶିକ ମନ୍ତ୍ରୀ ବ୍ଲିନକେନ ଓ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିକଟରେ ୨+୨ ମନ୍ତ୍ରୀ ସ୍ତରୀୟ ବୈଠକରେ କରିଥିଲେ। ଏହାପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବ୍ଲିନକେନ କହିଥିଲେ ଯେ ନିକଟରେ ଭାରତରେ ଘଟିଥିବା କିଛି ମାନବାଧିକାର ଉଲ୍ଲଙ୍ଘନ ମାମଲା ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣା ସବୁକୁ ଆମେ ସମୀକ୍ଷା କରୁଛୁ।

ଭାରତର ସରକାରୀ ଅଧିକାରୀ, ପୁଲିସ୍‌ ଓ ଜେଲ କର୍ତ୍ତୃପକ୍ଷମାନଙ୍କ ଦ୍ୱାରା ମାନବାଧିକାର ଉଲ୍ଲଙ୍ଘନ ମାମଲା ବୃଦ୍ଧି ପାଇଛି। ଏହା ଉପରେ ଆମେରିକା ପୂରା ନଜର ରଖିଛି ବୋଲି କହିବା ପରେ ବିବାଦ ସୃଷ୍ଟି ହୋଇଥିଲା।

Related story