ମୋଦି ସରକାରଙ୍କୁ ଚାଲେଞ୍ଜ କଲେ ସଞ୍ଜୟ ରାୱତ: କହିଲେ ଆମକୁ ୪୮ ଘଣ୍ଟା ପାଇଁ ଇଡିକୁ ଦିଅ

ମୁମ୍ବାଇ: କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିକୁ ନେଇ ମୋଦି ସରକାରଙ୍କୁ ଶିବସେନା ନେତା ସଞ୍ଜୟ ରାୱତ ଟାର୍ଗେଟ କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ତାଙ୍କ ହାତକୁ ୪୮ ଘଣ୍ଟା ଦେବାକୁ ସେ ଚାଲେଞ୍ଜ କରିଛନ୍ତି। ସଞ୍ଜୟ ରାଉତ କହିଛନ୍ତି ଯେ, ଇଡିକୁ ଆମ ହାତରେ ୪୮ ଘଣ୍ଟା ଦେଇ ଦେଖନ୍ତୁ । ବିଜେପିର ଦେବେନ୍ଦ୍ର ଫଡନାଭିସ୍‌ ମଧ୍ୟ ଶିବସେନାକୁ ଭୋଟ କରିବେ।  ସେ କହିଛନ୍ତି ଯେ, ରାଜନୈତିକ ଫାଇଦା ପାଇଁ କେନ୍ଦ୍ରର ବିଜେପି ସରକାର ଇଡି ଏବଂ ସିବିଆଇକୁ ମୁଖ୍ୟ […]

sanjaya

Tapas Behera
  • Published: Sunday, 12 June 2022
  • , Updated: 12 June 2022, 06:22 PM IST

ମୁମ୍ବାଇ: କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିକୁ ନେଇ ମୋଦି ସରକାରଙ୍କୁ ଶିବସେନା ନେତା ସଞ୍ଜୟ ରାୱତ ଟାର୍ଗେଟ କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ତାଙ୍କ ହାତକୁ ୪୮ ଘଣ୍ଟା ଦେବାକୁ ସେ ଚାଲେଞ୍ଜ କରିଛନ୍ତି। ସଞ୍ଜୟ ରାଉତ କହିଛନ୍ତି ଯେ, ଇଡିକୁ ଆମ ହାତରେ ୪୮ ଘଣ୍ଟା ଦେଇ ଦେଖନ୍ତୁ । ବିଜେପିର ଦେବେନ୍ଦ୍ର ଫଡନାଭିସ୍‌ ମଧ୍ୟ ଶିବସେନାକୁ ଭୋଟ କରିବେ।  ସେ କହିଛନ୍ତି ଯେ, ରାଜନୈତିକ ଫାଇଦା ପାଇଁ କେନ୍ଦ୍ରର ବିଜେପି ସରକାର ଇଡି ଏବଂ ସିବିଆଇକୁ ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି ।  ଯେଉଁଠି ନିର୍ବାଚନ ଥିବ କିମ୍ବା କୌଣସି ରାଜ୍ୟରେ ଅସ୍ଥିରତା ସୃଷ୍ଟି ଲାଗି  କେନ୍ଦ୍ର ସରକାର ପ୍ରଥମେ ସେଠାକୁ ଇଡି ଓ ସିବିଆଇ ପଠାଉଛନ୍ତି। ହେଲେ ମହାରାଷ୍ଟ୍ର କେବେ ନଇଁବନି କି ଶିବସେନା କେବେ ଡରିବନି ବୋଲି ସଞ୍ଜୟ ରାଉତ କହିଛନ୍ତି। ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନରେ ବିଜେପି ବାଜିମାତ କରିଥିବା ୩ ଆସନକୁ ସଞ୍ଜୟ ରାୱତ ଘୋଡ଼ା ବେପାର ବୋଲି କହିଛନ୍ତି।

ସେହିପରି ମହାରାଷ୍ଟ୍ରରେ ବିରୋଧୀ ଦଳକୁ ନିର୍ବାଚନ କମିଶଦନ ସାଥ ଦେଇଥିବା ସେ ଅଭିଯୋଗ ଆଣିଛନ୍ତି। ମହାରାଷ୍ଟ୍ରରେ ରାଜ୍ୟସଭା ନିର୍ବାଚନରେ କଡ଼ା ଟକ୍କର ହୋଇଥିଲା। ମହାରାଷ୍ଟ୍ରର ୬ଟି ଆସନରୁ ମେଣ୍ଟ ସରକାର ବେଶ ଆରାମରେ ୩ଟିରେ ଓ ବିଜେପି ୨ଟିରେ ଜିତିବ ବୋଲି ସମସ୍ତେ ଜାଣିଥିଲେ। ୬ଷ୍ଠ ଆସନ ପାଇଁ ଜୋରଦାର ଲଢ଼େଇ ହୋଇଥିଲା।

ଗୋଟିଏ ପଟେ ଶିବସେନାର ସଞ୍ଜୟ ପାୱାର ଥିବା ବେଳେ ଅନ୍ୟପଟେ ଥିଲେ ବିଜେପିର ଧନଞ୍ଜୟ ମାହାଦିକ ଥିଲେ। ତେବେ ଆଶ୍ଚର୍ଯ୍ୟଜନକ ଭାବେ ଧନଞ୍ଜୟଙ୍କ ସପକ୍ଷରେ ଅତିରିକ୍ତ ୧୦ଟି ଭୋଟ ପଡ଼ିଥିଲା। ତେଣୁ ସେ ଶିବସେନାର ସଞ୍ଜୟ ପାୱାରଙ୍କୁ ହରାଇବାକୁ ସକ୍ଷମ ହୋଇଛନ୍ତି। ବିଜେପିର ଆଉ ୨ ବିଜୟୀ ପ୍ରାର୍ଥୀ ହେଲେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ ଓ ଅନୀଲ ବୋଣ୍ଡେ। ଉଭୟ ୪୮ଟି ଲେଖାଏ ଭୋଟ ପାଇଛନ୍ତି। ମେଣ୍ଟ ସରକାର ପକ୍ଷରୁ କଂଗ୍ରେସର ଇମ୍ରାନ ପ୍ରତାପଗଡ଼ି, ଏନସିପିର ପ୍ରଫୁଲ୍ଲ ପଟେଲ ଓ ଶିବସେନାର ସଞ୍ଜୟ ରାଉତ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।

Related story