ରାହୁଲ ଗାନ୍ଧିଙ୍କୁ ଭେଟିବା ପରେ କଂଗ୍ରେସକୁ ନେଇ ଏମିତି କହିଲେ ସଞ୍ଜୟ ରାଉତ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଆଜି ଶିବସେନା ସାଂସଦ ସଞ୍ଜୟ ରାଉତ ଦିଲ୍ଲୀସ୍ଥିତ ବାସଭବନରେ ଭେଟିଛନ୍ତି। ଏହି ଭେଟଘାଟ ପରେ ଶ୍ରୀ ରାଉତ କଂଗ୍ରେସକୁ ନେଇ ବଡ଼ ବୟାନ ଦେଇଛନ୍ତି। ଭେଟଘାଟ ସମୟରେ ସେ ରାହୁଲ ଗାନ୍ଧିଙ୍କ ସହିତ ଦୀର୍ଘ ସମୟ ଧରି ରାଜନୀତିକ ଚର୍ଚ୍ଚା କରିଥିଲେ। ରାହୁଲ ଗାନ୍ଧିଙ୍କ ସହ ଯାହା ବି କଥାବର୍ତ୍ତା ହୋଇଛି ସେକଥା ସଞ୍ଜୟ ରାଉତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କହିବେ ବୋଲି ସୂଚନା ଦେଇଛନ୍ତି। ଶ୍ରୀ ରାଉତ […]

sanjya

Hemant Lenka
  • Published: Tuesday, 07 December 2021
  • , Updated: 07 December 2021, 09:06 PM IST

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଆଜି ଶିବସେନା ସାଂସଦ ସଞ୍ଜୟ ରାଉତ ଦିଲ୍ଲୀସ୍ଥିତ ବାସଭବନରେ ଭେଟିଛନ୍ତି। ଏହି ଭେଟଘାଟ ପରେ ଶ୍ରୀ ରାଉତ କଂଗ୍ରେସକୁ ନେଇ ବଡ଼ ବୟାନ ଦେଇଛନ୍ତି। ଭେଟଘାଟ ସମୟରେ ସେ ରାହୁଲ ଗାନ୍ଧିଙ୍କ ସହିତ ଦୀର୍ଘ ସମୟ ଧରି ରାଜନୀତିକ ଚର୍ଚ୍ଚା କରିଥିଲେ। ରାହୁଲ ଗାନ୍ଧିଙ୍କ ସହ ଯାହା ବି କଥାବର୍ତ୍ତା ହୋଇଛି ସେକଥା ସଞ୍ଜୟ ରାଉତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କହିବେ ବୋଲି ସୂଚନା ଦେଇଛନ୍ତି।

ଶ୍ରୀ ରାଉତ କହିଛନ୍ତି, “ରାହୁଲଙ୍କ ସହ ବିରୋଧୀଙ୍କ ଏକତା ବିଷୟରେ କଥାବାର୍ତ୍ତା ହୋଇଛି। ଆମେ ପୂର୍ବରୁ ମଧ୍ୟ କହିଛୁ ଓ ଏବେ ବି କହିବାକୁ ଚାହୁଁଛୁ ଯେ ଯଦି ବିରୋଧୀଙ୍କୁ ନେଇ କୌଣସି ସାମ୍ମୁଖ୍ୟ ଗଠନ ହେବ, ତା’ହେଲେ ଏଥିରେ କଂଗ୍ରେସ ରହିବା ଜରୁରୀ। କଂଗ୍ରେସ ବିନା କୌଣସି ବିରୋଧୀ ସାମ୍ମୁଖ୍ୟ ସମ୍ଭବ ନୁହେଁ।

ଏ ବିଷୟରେ ଆଜି ଚର୍ଚ୍ଚା ହୋଇଛି। ରାହୁଲ ଗାନ୍ଧି ଖବୁଶୀଘ୍ର ମୁମ୍ବାଇ ଆସିବେ। ଏଥିପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉଛି। ମୋତେ ଲାଗୁଛି ଅଧିକ କହିବା ଏବେ ଠିକ ହେବନି। ମୁଁ ରାହୁଲ ଗାନ୍ଧିଙ୍କୁ କହିଛି ଯେ ସେ ବିରୋଧୀ ସାମ୍ମୁଖ୍ୟରେ ନେତୃତ୍ୱ ନେବା ଉଚିତ। ଆପଣଙ୍କୁ ଏ ବିଷୟରେ ଖୋଲାଖୋଲି କାମ କରିବାକୁ ହେବ। କଂଗ୍ରେସ ସହ ଏବେ ବି ଅନେକ ରାଜନୀତିକ ଦଳ ରହିଛନ୍ତି। ସେମାନଙ୍କୁ ନେଇ ବିରୋଧୀ ସାମ୍ମୁଖ୍ୟ ଗଠନ ହୋଇପାରିବ। ରାହୁଲ ମଧ୍ୟ ବିରୋଧୀ ସାମ୍ମୁଖ୍ୟ ଗଠନ ସପକ୍ଷରେ ମତ ଦେଇଛନ୍ତି। ହେଲେ ନେତୃତ୍ୱ କିଏ ନେବେ, ସେକଥା ସମସ୍ତେ ମିଳିତ ଭାବେ ବସି ନିଷ୍ପତ୍ତି ନେବା ଦରକାର ବୋଲି ସେ ମୋତେ କହିଛନ୍ତି।”

ରାହୁଲ ଓ ସଞ୍ଜୟ ରାଉତଙ୍କ ମଧ୍ୟରେ ପ୍ରାୟ ୧ ଘଣ୍ଟା ଧରି ରୁଦ୍ଧଦ୍ୱାରା ବୈଠକ ଆଜି ହୋଇଛି। କଂଗ୍ରେସ ଓ ଟିଏମସି ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିବା ବେଳେ ଶିବସେନାର ଏପରି ବୟାନ ସାମ୍ନାକୁ ଆସିଛି।

ଏବେ ଶିବସେନା-ଏନସିବି ଓ କଂଗ୍ରେସ ମହାରାଷ୍ଟ୍ରରେ କ୍ଷମତାରେ ଅଛନ୍ତି। କଂଗ୍ରେସ ବିନା ମମତା ବିରୋଧୀ ସାମ୍ମୁଖ୍ୟ ଗଠନ କରିବାକୁ ଚାହୁଁଛନ୍ତି। ହେଲେ ଶିବସେନା ସହଯୋଗୀ କଂଗ୍ରେସ ହାତ ଛାଡ଼ିବାକୁ ନାରାଜ।

Related story