ନାକରେ ସ୍ପ୍ରେ କଲେ ଘାଇଲା ହେବ କରୋନା, ସଫଳତା ହାର ୯୯.୯%

ନୂଆଦିଲ୍ଲୀ: କରୋନାରେ ସମଗ୍ର ବିଶ୍ୱ ଘାଇଲା ହୋଇଛି। ଏଥିରୁ ବାଦ୍ ପଡ଼ିନି ଭାରତ। ଏଠାରେ ପ୍ରତିଦିନ ୪ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି। ଏପରି ପରିସ୍ଥିତିରେ କରୋନାରୁ ତ୍ରାହି ପାଇବା ପାଇଁ ଲୋକେ ଟିକାକୁ ସଞ୍ଜିବନୀ ବୋଲି ଭାବୁଛନ୍ତି। ତେବେ ଟିକାଠାରୁ ଶୀଘ୍ର ଫଳପ୍ରଦ ହେଉଛି ସାନୋଟାଇଜ୍ (SaNOtize) ନାଜାଲ ସ୍ପ୍ରେ। ଯାହାକୁ ନାକରେ ସ୍ପ୍ରେ କରିବା  ମାତ୍ରେ କରୋନା ଚିତପଟାଙ୍ଗ ହେବ। ଏହାକୁ କାନାଡାର ବୈଜ୍ଞାନିକମାନେ […]

sanotize

sanotize

Subhransu Sekhar
  • Published: Saturday, 08 May 2021
  • Updated: 08 May 2021, 03:36 PM IST

Sports

Latest News

ନୂଆଦିଲ୍ଲୀ: କରୋନାରେ ସମଗ୍ର ବିଶ୍ୱ ଘାଇଲା ହୋଇଛି। ଏଥିରୁ ବାଦ୍ ପଡ଼ିନି ଭାରତ। ଏଠାରେ ପ୍ରତିଦିନ ୪ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି। ଏପରି ପରିସ୍ଥିତିରେ କରୋନାରୁ ତ୍ରାହି ପାଇବା ପାଇଁ ଲୋକେ ଟିକାକୁ ସଞ୍ଜିବନୀ ବୋଲି ଭାବୁଛନ୍ତି। ତେବେ ଟିକାଠାରୁ ଶୀଘ୍ର ଫଳପ୍ରଦ ହେଉଛି ସାନୋଟାଇଜ୍ (SaNOtize) ନାଜାଲ ସ୍ପ୍ରେ। ଯାହାକୁ ନାକରେ ସ୍ପ୍ରେ କରିବା  ମାତ୍ରେ କରୋନା ଚିତପଟାଙ୍ଗ ହେବ। ଏହାକୁ କାନାଡାର ବୈଜ୍ଞାନିକମାନେ ଏହି ରାମବାଣକୁ ଆବିଷ୍କାର କରିଛନ୍ତି। ଏହି ଔଷଧ ଖୁବଶୀଘ୍ର ଭାରତରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ଭାରତକୁ ଏହି ଔଷଧ ଆସିଲେ ବହୁ ଗୁରୁତର କରୋନା ରୋଗୀ ଆରୋଗ୍ୟ ହୋଇପାରିବେ।

ମହମାରୀ କରୋନାକୁ ମାତ୍ ଦେବା ପାଇଁ କାନାଡାର ଭାନକୋଭର ବାୟୋଟେକ୍ ଫାର୍ମ କମ୍ପାନୀ SaNOtize ସ୍ପ୍ରେ ତିଆରି କରିଛି। କମ୍ପାନୀର ଦାବି ଅନୁଯାୟୀ, SaNOtize ଏକ ନାଇଟ୍ରିକ ଏସିଡ୍ ନାଜାଲ ସ୍ପ୍ରେ। ପରୀକ୍ଷଣରୁ ଜଣାପଡ଼ିଛି, ନାକରେ ସ୍ପ୍ରେ କରିବାର ୨୪ ଘଣ୍ଟା ପୂର୍ବରୁ ଭାଇରସ ୧.୩୬୨ ଥିଲା। ଆଉ ସ୍ପ୍ରେ କରିବାର ଗୋଟିଏ ଦିନ ପରେ ଭାଇରସ ୯୫ ପ୍ରତିଶତ ହ୍ରାସ ପାଇଥିଲା। ଆଉ ୭୨ ଘଣ୍ଟା ପରେ କରୋନା ଆକ୍ରାନ୍ତଙ୍କ ଶରୀରକୁ ୯୯ ପ୍ରତିଶତ ବୃଦ୍ଧି ଫଳପ୍ରଦ ହେଉଛି ବୋଲି କମ୍ପାନୀ କହିଛି। ଏହି ସ୍ପ୍ରେକୁ ବ୍ରିଟେନ ଭେରିଆଣ୍ଟ ବିରୋଧରେ ପରୀକ୍ଷା କରାଯାଇଥିଲା। ଏବେ ଜରୁରୀକାଳୀନ ଅନୁମୋଦନ ପାଇଁ କମ୍ପାନୀ ସମଗ୍ର ବିଶ୍ୱରେ ଅନୁମୋଦନକୁ ଅପେକ୍ଷା କରିଛି।

ତେବେ ଏହି ସାନୋଟାଇଜକୁ ଭାରତରେ ଏପର୍ଯ୍ୟନ୍ତ ଅନୁମୋଦନ ମିଳିନି। କୋଭିଡ ଲଢ଼େଇରେ ଏହା ଏକ ପ୍ରମୁଖ ଅସ୍ତ୍ର ଭାବରେ ଆଗାମୀ ଦିନରେ ବ୍ୟବହାର ହେବ ବୋଲି କୁହାଯାଇଛି। ଯଦି ଭାରତ ଏହି ସ୍ପ୍ରେକୁ ଅନୁମତି ଦେବ ତାହେଲେ ଭାରତ ପାଇଁ ଗେମ୍ ଚେଞ୍ଜର ପ୍ରମାଣିତ ହୋଇପାରେ। ଇସ୍ରାଏଲ୍ ବୈଜ୍ଞାନିକ ଏହି ସ୍ପ୍ରେ ତିଆରି କରିବାରେ ସହଯୋଗ କରିଛନ୍ତି।

ସାନୋଟାଇଜର ସିଇଓ ତଥା ସହ-ପ୍ରତିଷ୍ଠାତା ଡକ୍ଟର ଗିଲି ରେଗେ କହିଛନ୍ତି ଯେ ଆମେ ଭାରତରେ ଅଂଶୀଦାର ଖୋଜୁଛୁ। ଆଶା କରୁଛୁ ଯେ ଏହି ସ୍ପ୍ରେକୁ ଭାରତରେ ଚିକିତ୍ସା ଉପକରଣ ଭାବରେ ଅନୁମୋଦନ କରାଯିବ। ସେ ଭାରତର କିଛି ବଡ ଫାର୍ମା କମ୍ପାନୀ ସହିତ ଆଲୋଚନା ଆରମ୍ଭ କରିଛନ୍ତି। କିନ୍ତୁ ଏହି ସମୟରେ ସେ ସରକାର କିମ୍ବା ନିୟାମକଙ୍କ ସହ ଯୋଗାଯୋଗ କରିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos