ଫୋନର ପାସୱାର୍ଡ ନ ଦେବାରୁ ଛାତ୍ରଙ୍କୁ ତଣ୍ଟିଚିପି ହତ୍ୟା

ନୂଆଦିଲ୍ଲୀ: ସାମାନ୍ୟ ଫୋନ୍‌ର ଫାସୱାର୍ଡ ନ ଦେବାରୁ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଛି। ଦିଲ୍ଲୀର ପିତମପୁର ଅଞ୍ଚଳରେ ଥିବା ଗୋଟିଏ ପାର୍କରେ ଛାତ୍ର ଜଣଙ୍କୁ ତାଙ୍କର ଜଣେ ୨୦ ବର୍ଷୀୟ ବନ୍ଧୁ ଏପରି ନିର୍ମମ ଭାବେ ହତ୍ୟା କରିଛନ୍ତି। ଏପ୍ରିଲ ୨୧ରେ ଏଠାରେ ଥିବା ଗୋଟିଏ ପାର୍କରେ ଏପରି ଘଟଣା ଘଟିଛି। ଅଭିଯୁକ୍ତ ମୟଙ୍କ ସିଂହ ରୋହିନୀରେ ଥିବା ମହାରାଜା ଆଗ୍ରାସେନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଷ୍ଟଟିଜ୍‌ରେ ବିବିଏ କରୁଛନ୍ତି। ତାଙ୍କୁ ପୁଲିସ୍‌ […]

police

Hemant Lenka
  • Published: Thursday, 29 April 2021
  • , Updated: 29 April 2021, 05:13 PM IST

ନୂଆଦିଲ୍ଲୀ: ସାମାନ୍ୟ ଫୋନ୍‌ର ଫାସୱାର୍ଡ ନ ଦେବାରୁ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଛି। ଦିଲ୍ଲୀର ପିତମପୁର ଅଞ୍ଚଳରେ ଥିବା ଗୋଟିଏ ପାର୍କରେ ଛାତ୍ର ଜଣଙ୍କୁ ତାଙ୍କର ଜଣେ ୨୦ ବର୍ଷୀୟ ବନ୍ଧୁ ଏପରି ନିର୍ମମ ଭାବେ ହତ୍ୟା କରିଛନ୍ତି। ଏପ୍ରିଲ ୨୧ରେ ଏଠାରେ ଥିବା ଗୋଟିଏ ପାର୍କରେ ଏପରି ଘଟଣା ଘଟିଛି।

ଅଭିଯୁକ୍ତ ମୟଙ୍କ ସିଂହ ରୋହିନୀରେ ଥିବା ମହାରାଜା ଆଗ୍ରାସେନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଷ୍ଟଟିଜ୍‌ରେ ବିବିଏ କରୁଛନ୍ତି। ତାଙ୍କୁ ପୁଲିସ୍‌ ସୋମବାର ଉତ୍ତର ପ୍ରଦେଶରୁ ଗିରଫ କରିଛି।

ହତ୍ୟାର ଶିକାର ହୋଇଥିବା ଛାତ୍ର ଜଣଙ୍କ ବାପା ଗୋଟିଏ ଫ୍ୟାକ୍ଟ୍ରିରେ କାମ କରନ୍ତି। ପୁଅ ଘରକୁ ନ ଫେରିବାରୁ ସେ ପୁଲିସ୍‌ରେ ନିଖୋଜ ମାମଲା ରୁଜୁ କରିଥିଲେ। ଏପ୍ରିଲ ୨୧ ତାରିଖ ସକାଳୁ ପୁଅ ଘରୁ ବାହାରି ଆଉ ଫେରିନଥିବା ସେ କହିଥିଲେ। ରବିବାର ପୁଲିସ୍‌ ପାର୍କରେ ପଚିବାକୁ ବସିଥିବା ଗୋଟିଏ ଶବ ପଡ଼ିଥିବା ଖବର ପାଇଥିଲା।

ଶବ ପାଖରେ ଗୋଟିଏ ବଡ଼ ଟେଡ୍ଡୀ ପଡ଼ିଥିବା ଲୋକେ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ଶବ ନିକଟରୁ ଡ୍ରଗ୍ସ ମଧ୍ୟ ମିଳିଥିଲା। ମୃତକଙ୍କ ବିଷୟରେ ଜାଣିବା ପାଇଁ ପୁଲିସ ପ୍ରାୟ ୧୦୦ଟି ସିସିଟିଭିର ଯାଞ୍ଚ କରିଥିଲା। ଏହି ସମୟରେ ଅଭିଯୁକ୍ତଙ୍କ ସହ ଛାତ୍ର ଜଣଙ୍କ ପାର୍କରେ ପ୍ରବେଶ କରୁଥିବା ଦେଖିବାକୁ ପାଇଥିଲା।

ଅଭିଯୁକ୍ତ ମୟଙ୍କ ସିଂହ ମଧ୍ୟ ଏପ୍ରିଲ ୨୩ରୁ ଘରକୁ ଫେରି ନଥିବା ପରିବାର ଲୋକ କହିଥିଲେ। ତେବେ ପୁଲିସ ତଦନ୍ତ କରି ଉତ୍ତର ପ୍ରଦେଶର ପିଲଖୁୱା ଅଞ୍ଚଳର ଗୋଟିଏ ଗାଁରୁ ତାଙ୍କୁ ଗିରଫ କରିଥିଲା। ମୟଙ୍କ ଉକ୍ତ ଛାତ୍ରଙ୍କୁ ଫୋନର ପାସୱାର୍ଡ ମାଗିଥିଲେ। ହେଲେ ସେ ପାସୱାର୍ଡ ଶେୟାର କରିବେ ନାହିଁ ବୋଲି କହିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

ସ୍ଥିତି ଏପରି ହୋଇଥିଲା ଯେ ପ୍ରଥମେ ମୟଙ୍କ ତାଙ୍କ ବନ୍ଧୁଙ୍କୁ ପଥରରେ ଆକ୍ରଣ କରିଥିଲେ। ଆକ୍ରମଣରେ ସେ ତଳେ ପଡ଼ିଯିବାକୁ କପଡ଼ା ବ୍ୟବହାର କରି ତଣ୍ଟି ଚିପି ଜୀବନରୁ ମାରିଦେଇଥିଲେ ବୋଲି ପୁଲିସ୍‌ କହିଛି।

Related story