କେବେ କମିବ କରୋନାର କୋପ ?

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଯେଉଁ କ୍ଷୀପ୍ର ଗତିରେ ବ୍ୟାପିବାରେ ଲାଗିଛି, ତାକୁ ରୋକିବା ଏବେ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। କିନ୍ତୁ ଏହାରି ଭିତରେ ଏକ ଭଲ ଖବର ଆସିଛି। ଜଣାଶୁଣା ଭିରୋଲୋଜିଷ୍ଟ ଡାକ୍ତର ଗଗନଦୀପ କାଙ୍ଗଙ୍କ କହିବା ଅନୁଯାୟୀ, ମେ’ ମଧ୍ୟଭାଗ କିମ୍ବା ଶେଷ ଆଡ଼କୁ କୋଭିଡ୍‌-୧୯ ସ୍ଥିତିରେ ସୁଧାର ଆସିପାରେ । ଗଗନଦୀପ କାଙ୍ଗ କହିଛନ୍ତି, କରୋନା ଭାଇରସ୍ ମାମଲା ବର୍ତ୍ତମାନ ଯେଉଁ ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଏହା ମେ’ ମଧ୍ୟରୁ […]

corona

corona

Ranjit Kumar Jena
  • Published: Thursday, 06 May 2021
  • Updated: 06 May 2021, 11:29 PM IST

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଯେଉଁ କ୍ଷୀପ୍ର ଗତିରେ ବ୍ୟାପିବାରେ ଲାଗିଛି, ତାକୁ ରୋକିବା ଏବେ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। କିନ୍ତୁ ଏହାରି ଭିତରେ ଏକ ଭଲ ଖବର ଆସିଛି। ଜଣାଶୁଣା ଭିରୋଲୋଜିଷ୍ଟ ଡାକ୍ତର ଗଗନଦୀପ କାଙ୍ଗଙ୍କ କହିବା ଅନୁଯାୟୀ, ମେ’ ମଧ୍ୟଭାଗ କିମ୍ବା ଶେଷ ଆଡ଼କୁ କୋଭିଡ୍‌-୧୯ ସ୍ଥିତିରେ ସୁଧାର ଆସିପାରେ ।

ଗଗନଦୀପ କାଙ୍ଗ କହିଛନ୍ତି, କରୋନା ଭାଇରସ୍ ମାମଲା ବର୍ତ୍ତମାନ ଯେଉଁ ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଏହା ମେ’ ମଧ୍ୟରୁ ଶେଷ ଭିତରେ ନିମ୍ନଗାମୀ ହୋଇପାରେ । କରୋନା ଭାଇରସ୍ ମାମଲା ଆଉ ଥରେ କିମ୍ବା ଦୁଇଥର ଊର୍ଦ୍ଧ୍ୱଗାମୀ ହୋଇପାରେ, କିନ୍ତୁ ବର୍ତ୍ତମାନ ସମୟ ଭଳି ସେତେଟା ଖରାପ ହେବ ନାହିଁ । ଗତବର୍ଷ ଯେଉଁ ଅଞ୍ଚଳରେ କରୋନା ପହଞ୍ଚିପାରିନଥିଲା, ଏବେ ତାହା ସେହି ଆଡ଼େ ଗତି କରୁଛି ଅର୍ଥାତ୍ ମଧ୍ୟବର୍ଗକୁ କରୋନା ଏବେ ତା’ର ଶିକାର ବନାଉଛି । କରୋନା ଏବେ ଗ୍ରାମାଞ୍ଚଳରେ ତା’ର ପ୍ରଭାବ ପକାଉଛି, କିନ୍ତୁ ସେଠାରେ ଭାଇରସର ବେଶୀ ଦିନ ରହିବା ସମ୍ଭାବନା କମ୍ ।

ଇଣ୍ଡିଆନ୍ ୱିମେନ୍ କର୍ପୋରେସନର ଭର୍ଚୁଆଲ୍ ବୈଠକରେ ଯୋଗ ଦେବା ଅବସରରେ ଗଗନଦୀପ କହିଛନ୍ତି, ବିଭିନ୍ନ ମଡେଲ୍ ଅନୁଯାୟୀ କରୋନା ଜୁନ୍ ମାସରେ କରୋନାର କୋପ କମିବ । କିନ୍ତୁ ଆମେ ଯାହା ଦେଖୁଛୁ, ଏହା ମେ’ ମଧ୍ୟରୁ ଶେଷ ଭିତରେ କମିପାରେ । ହେଲେ ଏବେ ଯେଉଁ ମାତ୍ରାରେ ମାମଲା ସାମ୍ନାକୁ ଆସୁଛି, ତାହା ଚିନ୍ତାଜନକ ବୋଲି ଗଗନଦୀପ କହିଛନ୍ତି ।

ସେହିପରି କରୋନା ଟିକାକୁ ନେଇ ଗଗନଦୀପ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, କରୋନା ଟିକା ପ୍ରଭାବଶାଳୀ ଏବଂ ଟିକାକରଣ ଅଭିଯାନକୁ ଆହୁରି ତୀବ୍ରତର କରିବାକୁ ପଡ଼ିବ । ଏହି ଭ୍ୟାକସିନ୍ ରୋଗ ଓ ଗୁରୁତର ରୋଗ ବିରୋଧରେ ବହୁତ ମାତ୍ରାରେ ସୁରକ୍ଷା ଦେଇଥାଏ । ଭ୍ୟାକସିନ୍ ଅଧିକ ସଂକ୍ରମିତ ଓ ମୃତ୍ୟୁ ବିରୋଧରେ ଭଲ କାମ ଦେଉଛି । ହୁଏତ ଭ୍ୟାକସିନ୍ ସଂକ୍ରମଣରୁ ସମ୍ପୂର୍ଣ୍ଣ ରକ୍ଷା କରିନପାରେ, କିନ୍ତୁ ଏହା ସଂକ୍ରମଣ ନିଶ୍ଚୟ କମ୍ କରିବ । ତେଣୁ ସମସ୍ତେ ଟିକାକରଣକୁ ସମର୍ଥନ କରିବା ଦରକାର ବୋଲି ଗଗନଦୀପ କହିଛନ୍ତି ।

ଗଗନଦୀପ ଆହୁରି କହିଛନ୍ତି, ଯଦି ଆପଣ ସଂକ୍ରମଣରୁ ସୁରକ୍ଷିତ ଅଛନ୍ତି, ତେବେ ଆପଣ ଏହାକୁ ଅନ୍ୟ ବ୍ୟକ୍ତିଙ୍କୁ ଦିଅନ୍ତୁ ନାହିଁ । ଟେଷ୍ଟିଂ କମ୍ ହେବା ସତ୍ତ୍ୱେ ଦୈନିକ ୪ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସୁଛି । ବର୍ତ୍ତମାନ ପରିସ୍ଥିତିରେ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ୍ ନିଶ୍ଚିତ ଉପକାରୀ ସାବ୍ୟସ୍ତ ହେବ । ଯଦି ଆମକୁ ଆଗାମୀ ଦୁଇ-ତିନି ସପ୍ତାହ ପରେ କମ୍ ମାମଲା ଦେଖିବାକୁ ଚାହୁଁଛୁ, ତାହେଲେ ଆଜିଠାରୁ ହିଁ ଲକଡାଉନ୍ କରିବା ଦରକାର ବୋଲି ଗଗନଦୀପ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos