ଓମିକ୍ରନ ନେଲା ଆଉ ଜଣଙ୍କ ଜୀବନ!

ଉଦୟପୁର: ଭାରତରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ରାଜସ୍ଥାନର ଉଦୟପୁରରେ ଜଣେ ବୃଦ୍ଧଙ୍କର ଓମିକ୍ରନରେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଏଥିସହ ଭାରତରେ ଓମିକ୍ରନରେ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି। ଏହା ପୂର୍ବରୁ ମହାରାଷ୍ଟ୍ରରେ ଓମିକ୍ରନରେ ଜଣଙ୍କର ମୃତ୍ୟୁ ହୋଇଥିଲା। ସୂଚନା ମୁତାବକ, ରାଜସ୍ଥାନର ଉଦୟପୁରରେ ଓମିକ୍ରନରେ ପ୍ରାଣ ହରାଇଥିବା ବୃଦ୍ଧଙ୍କର ବୟସ ୭୩ ବର୍ଷ ହେବ। ତାଙ୍କର ଉଦୟପୁରର ମହାରାଣା ଭୁପାଲ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ଦିନକ ତଳେ […]

omicron

omicron

Ranjit Kumar Jena
  • Published: Friday, 31 December 2021
  • Updated: 31 December 2021, 01:25 PM IST

Sports

Latest News

ଉଦୟପୁର: ଭାରତରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ରାଜସ୍ଥାନର ଉଦୟପୁରରେ ଜଣେ ବୃଦ୍ଧଙ୍କର ଓମିକ୍ରନରେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଏଥିସହ ଭାରତରେ ଓମିକ୍ରନରେ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି। ଏହା ପୂର୍ବରୁ ମହାରାଷ୍ଟ୍ରରେ ଓମିକ୍ରନରେ ଜଣଙ୍କର ମୃତ୍ୟୁ ହୋଇଥିଲା।

ସୂଚନା ମୁତାବକ, ରାଜସ୍ଥାନର ଉଦୟପୁରରେ ଓମିକ୍ରନରେ ପ୍ରାଣ ହରାଇଥିବା ବୃଦ୍ଧଙ୍କର ବୟସ ୭୩ ବର୍ଷ ହେବ। ତାଙ୍କର ଉଦୟପୁରର ମହାରାଣା ଭୁପାଲ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ଦିନକ ତଳେ ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା। ଡିସେମ୍ବର ୧୫ ତାରିଖରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଯେଉଁଠାରେ ତାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା। ତେବେ ୨୫ ତାରିଖରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା।

ତାଙ୍କର ସାମ୍ପଲକୁ ଜିନୋନ ସିକ୍ୱେନ୍ସିଂ ପାଇଁ ପୁଣେ ପଠାଯାଇଥିଲା। ଯାହା ପରେ ସେଥିରେ ଓମିକ୍ରନ ସଂକ୍ରମଣ ଥିବା ସ୍ପଷ୍ଟ ହୋଇଥିଲା। ତେବେ ପରେ ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା। ହେଲେ ଏବେ ତାଙ୍କର ମୃତ୍ୟୁ ପରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି।

ସ୍ୱାସ୍ଥ୍ୟ ବିଭାଗର କହିବା ଅନୁଯାୟୀ, ପୋଷ୍ଟ କୋଭିଡ୍ ନିମୋନିଆ କାରଣରୁ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ଏପରିକି ତାଙ୍କର ହାଇପରଟେନସନ୍ ଓ ହାଇ ଡାଇବେଟିସ୍ ମଧ୍ୟ ଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos