ବିଧାନସଭା ଭିତରେ ଗୁପ୍ତ ସୁଡ଼ଙ୍ଗ, ଲମ୍ବ ୭ କିଲୋମିଟର୍

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ଦେଖିବାକୁ ମିଳିଛି ଏକ ରହସ୍ୟମୟ ସୁଡ଼ଙ୍ଗ। ବିଧାନସଭାର ଏକ ପାର୍ଶ୍ୱରୁ ଏହାର ପ୍ରବେଶ ପଥ ଚିହ୍ନଟ ହୋଇଛି। ଏହି ସୁଡଙ୍ଗର ଲମ୍ବା ପାଖାପାଖି ୭ କିଲୋମିଟର୍ ହେବ ବୋଲି କୁହାଯାଉଛି, ଯାହା ଏଠାରୁ ଲାଲକିଲ୍ଲାକୁ ସଂଯୋଗ କରିଛି। ପ୍ରାୟ ତିନି ଫୁଟ୍ ଓସାରର ଏହି ସୁଡ଼ଙ୍ଗ ବ୍ରିଟିଶ ସମୟର ବୋଲି ଅନୁମାନ କରାଯାଉଛି। ଗୁରୁବାର ଏହା ଉପରେ ଦିଲ୍ଲୀ ବିଧାନସଭାର ଅଧ୍ୟକ୍ଷ ରାମ ନିବାସ ଗୋୟଲ୍ କହିଛନ୍ତି, ଏହି ସୁଡ଼ଙ୍ଗ ଲାଲକିଲ୍ଲାକୁ ସଂଯୋଗ […]

tunnel

tunnel

Ranjit Kumar Jena
  • Published: Friday, 03 September 2021
  • Updated: 03 September 2021, 05:36 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ଦେଖିବାକୁ ମିଳିଛି ଏକ ରହସ୍ୟମୟ ସୁଡ଼ଙ୍ଗ। ବିଧାନସଭାର ଏକ ପାର୍ଶ୍ୱରୁ ଏହାର ପ୍ରବେଶ ପଥ ଚିହ୍ନଟ ହୋଇଛି। ଏହି ସୁଡଙ୍ଗର ଲମ୍ବା ପାଖାପାଖି ୭ କିଲୋମିଟର୍ ହେବ ବୋଲି କୁହାଯାଉଛି, ଯାହା ଏଠାରୁ ଲାଲକିଲ୍ଲାକୁ ସଂଯୋଗ କରିଛି। ପ୍ରାୟ ତିନି ଫୁଟ୍ ଓସାରର ଏହି ସୁଡ଼ଙ୍ଗ ବ୍ରିଟିଶ ସମୟର ବୋଲି ଅନୁମାନ କରାଯାଉଛି।

ଗୁରୁବାର ଏହା ଉପରେ ଦିଲ୍ଲୀ ବିଧାନସଭାର ଅଧ୍ୟକ୍ଷ ରାମ ନିବାସ ଗୋୟଲ୍ କହିଛନ୍ତି, ଏହି ସୁଡ଼ଙ୍ଗ ଲାଲକିଲ୍ଲାକୁ ସଂଯୋଗ କରୁଛି। ସୁଡ଼ଙ୍ଗର ଗୋଟିଏ ଅଂଶ ତ ମିଳିଗଲା, କିନ୍ତୁ ଏହାକୁ ଆଉ ଆଗକୁ ଖୋଳାଯାଇନାହିଁ। କାରଣ ମେଟ୍ରୋ ଓ ସିଭର ଭଳି ପରିଯୋଜନା କାରଣରୁ ସୁଡ଼ଙ୍ଗର ସମସ୍ତ ରାସ୍ତା ଶେଷ ହୋଇଯାଇଥିବ। ଏହି ସୁଡ଼ଙ୍ଗକୁ ନେଇ ଇତିହାସ ପୃଷ୍ଠାରେ ସେଭଳି କୌଣସି ଉଲ୍ଲେଖ କରାଯାଇନାହିଁ। କିନ୍ତୁ ଯେଉଁଭଳି ଭାବେ ଏହାର ଷ୍ଟ୍ରକଚର ଅଛି, ଏଥିରୁ ଅନୁମାନ କରାଯାଇପାରେ ଯେ ଏହା ଇଂରେଜଙ୍କ ଦ୍ୱାରା ବ୍ୟବହାର କରାଯାଉଥିବ।

ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏହାର ଖୋଦେଇ କାମ ଆରମ୍ଭ ହୋଇଛି। କିଛି ଫୁଟ୍ ଖୋଲା ଯିବା ପରେ ଏଥରେ ପଥର ପ୍ୟାକିଂ ଥିବା ଦେଖିବାକୁ ମିଳିଛି। ତେଣୁ ଏହାକୁ ଆହୁରି ଗବେଷଣା କରାଯିବା ପରେ ଅନୁଧ୍ୟାନ କରିବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି। ୧୯୯୦ ମସିହାରେ ଦିଲ୍ଲୀ ବିଧାନସଭାରେ ଏକ ସୁଢ଼ଙ୍ଗ ଥିବା ଚର୍ଚ୍ଚା ହୋଇଥିଲା। ତେବେ ଏହା ସଠିକ୍ ଭାବେ କେଉଁଠି ଥିଲା ସେ ସମ୍ପର୍କରେ କୌଣସି ସୂଚନା ମିଳିନଥିଲା ବୋଲି କହିଛନ୍ତି ଦିଲ୍ଲୀ ବାଚସ୍ପତି ରାମ ନିବାସ ଗୋଏଲ।

https://twitter.com/ANI/status/1433553399367155713?s=20

ଦିଲ୍ଲୀ ବିଧାନସଭା ଅଧ୍ୟକ୍ଷ ରାମ ନିବାସ କହିଛନ୍ତି ଯେ ଦିଲ୍ଲୀ ବିଧାନସଭା ଭିତରେ ଥିବା ସୁଡ଼ଙ୍ଗ ଓ ଫାଶୀ ଘରକୁ ସାଧାରଣ ଲୋକଙ୍କ ପାଇଁ ଖୋଲିବା ପାଇଁ ପ୍ରସ୍ତୁତ ଅଛି। ସେ କହିଛନ୍ତି, ପର୍ଯ୍ୟଟନ ବିଭାଗ ଶନିବାର ଓ ରବିବାର ବିଧାନସଭାରେ ଲୋକଙ୍କୁ ଆସିବା ପାଇଁ ଅନୁମତି ଦିଆଯିବା ଦରକାର। ଏହି ଆଧାରରେ ବିଧାନସଭାର ଫର୍ମାଟ୍ ପ୍ରସ୍ତୁତ କରାଯାଉଛି ବୋଲି ରାମନିବାସ କହିଛନ୍ତି।

ସ୍ୱାଧୀନତା ସଂଗ୍ରାମୀଙ୍କଠୁ ବର୍ତ୍ତିବା ପାଇଁ ଓ ଲାଲକିଲ୍ଲାରୁ ଏହି ଅଞ୍ଚଳକୁ ଖୁବ୍ କମ୍ ସମୟରେ ଚଳପ୍ରଚଳ କରିବାକୁ ଏହି ଟନେଲକୁ ଆପଣାଉଥିଲେ। କୋଲକାତାରୁ ଦିଲ୍ଲୀକୁ ରାଜଧାନୀ ୧୯୧୨ରେ ସ୍ଥାନାନ୍ତର ହୋଇଥିଲା। ସେହି ସମୟରେ ଏହି କୋଠା ସେଣ୍ଟ୍ରାଲ ଲେଜିସଲେଟିଭ୍ ଭାବେ କାର୍ଯ୍ୟ ଚାଲୁଥିଲା। ପରେ ୧୯୨୬ରେ ଏହି କୋଠା ଇଂରେଜ ସରକାରଙ୍କ କୋର୍ଟ ଭାବେ କାର୍ଯ୍ୟ କରୁଥିଲା। ତେଣୁ କଏଦୀଙ୍କୁ ଏହି ରାସ୍ତା ଦେଇ ଲାଲକିଲାକୁ ନିଆଯାଇ ବନ୍ଦୀ ରଖାଯାଉଥିଲା ବୋଲି ବି ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos