ଅଜଣା ଯାତ୍ରୀଙ୍କ ଟାର୍ଗେଟରେ ଅମ୍ବାନୀଙ୍କ ଘର! ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ମୁମ୍ବାଇ: ଜଣେ ଟ୍ୟାକ୍ସି ଡ୍ରାଇଭରଙ୍କ ଠାରୁ ସମ୍ଭାବ୍ୟ ବିପଦର ସୂଚନା ମିଳିବା ପରେ ପୂରା ମୁମ୍ବାଇର ହଇଚଇ ସୃଷ୍ଟି ହୋଇଛି। ବିଶେଷ କରି ଦୁଇ ଜଣ ଅଜଣା ଯୁବକ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ବାସଭବନକୁ ଟାର୍ଗେଟ କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି। ଏଥିପାଇଁ ଆଣ୍ଟିଲିଆ ବାହାରେ ସୁରକ୍ଷା ବ୍ୟବସ୍ଥାକୁ ହଠାତ୍‌ ମୁମ୍ବାଇ ପୁଲିସ୍‌ ବୃଦ୍ଧି କରିଛି। ମୁମ୍ବାଇ ପୁଲିସ୍‌ର କଣ୍ଟ୍ରୋଲ ରୁମକୁ ସମ୍ଭାବ୍ୟ ବିପଦ ସମ୍ପର୍କରେ ଫୋନ କଲ୍‌ ଆସିଥିଲା। ଏହାପରେ ହିଁ ଆଣ୍ଟିଲିଆ […]

ambani

Hemant Lenka
  • Published: Monday, 08 November 2021
  • , Updated: 08 November 2021, 06:08 PM IST

ମୁମ୍ବାଇ: ଜଣେ ଟ୍ୟାକ୍ସି ଡ୍ରାଇଭରଙ୍କ ଠାରୁ ସମ୍ଭାବ୍ୟ ବିପଦର ସୂଚନା ମିଳିବା ପରେ ପୂରା ମୁମ୍ବାଇର ହଇଚଇ ସୃଷ୍ଟି ହୋଇଛି। ବିଶେଷ କରି ଦୁଇ ଜଣ ଅଜଣା ଯୁବକ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ବାସଭବନକୁ ଟାର୍ଗେଟ କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି।

ଏଥିପାଇଁ ଆଣ୍ଟିଲିଆ ବାହାରେ ସୁରକ୍ଷା ବ୍ୟବସ୍ଥାକୁ ହଠାତ୍‌ ମୁମ୍ବାଇ ପୁଲିସ୍‌ ବୃଦ୍ଧି କରିଛି। ମୁମ୍ବାଇ ପୁଲିସ୍‌ର କଣ୍ଟ୍ରୋଲ ରୁମକୁ ସମ୍ଭାବ୍ୟ ବିପଦ ସମ୍ପର୍କରେ ଫୋନ କଲ୍‌ ଆସିଥିଲା। ଏହାପରେ ହିଁ ଆଣ୍ଟିଲିଆ ଆଗରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

କଣ୍ଟ୍ରୋଲ ରୁମକୁ ଜଣେ ଟ୍ୟାକ୍ସ ଡ୍ରାଇଭର ଫୋନ କରିଥିଲେ। ସେ କହିଥିଲେ ଯେ ତାଙ୍କ ଟ୍ୟାକ୍ସିରେ ଆଜି ଦୁଇ ଜଣ ଯୁବକ ଆସି ବସିଥିଲେ। ସେମାନେ ତାଙ୍କୁ ମୁକେଶ ଅମ୍ବାନୀଙ୍କ ଘର ଠିକଣା ପଚାରିଥିଲେ। ସେମାନଙ୍କ କାନ୍ଧରେ ଦୁଇଟି ବଡ଼ବଡ଼ ବ୍ୟାଗ ରହିଥିଲା। ସମ୍ଭବତଃ ସେମାନେ ମନ୍ଦ ଉଦ୍ଦେଶ୍ୟ ରଖି ମୁମ୍ବାଇ ଆସିଛନ୍ତି ଓ ମୁକେଶ ଅମ୍ବାନୀଙ୍କୁ ଟାର୍ଗେଟ କରିବାକୁ ଯୋଜନା କରିଛନ୍ତି ବୋଲି ଟ୍ୟାକ୍ସି ଡ୍ରାଇଭର ଜଣଙ୍କ ପୁଲିସ୍‌କୁ ସୂଚନା ଦେଇଥିବା ଜଣାପଡ଼ିଛି।

ବର୍ତ୍ତମାନ ଟ୍ୟାକ୍ସ ଡ୍ରାଇଭର ଜଣଙ୍କ ଆଜାଦ ମୈଦାନ ଥାନାରେ ରହିଛନ୍ତି। ସେଠାରେ ତାଙ୍କର ବୟାନ ରେକର୍ଡ କରାଯାଉଛି। ପୁଲିସ୍‌ ତାଙ୍କ ବୟାନର ସତ୍ୟାସତ୍ୟ ଯାଞ୍ଚ କରୁଛି। ତଥାପି ବିଭିନ୍ନ ସ୍ଥାନରେ ବ୍ୟାରିକେଡ ଲଗାଇ ଦୁଇ ସନ୍ଦିଗ୍ଧ ଯାତ୍ରୀଙ୍କ ତଲାସ କରାଯାଉଛି। ବିଶେଷ କରି ଅମ୍ବାନୀଙ୍କ ବାସଭବନକୁ ସଂଯୋଗ କରୁଥିବା ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃଆରୀ ୨୫ରେ ଆଣ୍ଟିଲିଆ ଚର୍ଚ୍ଚାକୁ ଆସିଥିଲେ। ଏହି ସମୟରେ ଗୋଟିଏ ପରିତ୍ୟକ୍ତ ସ୍କ୍ରପିଓ ଆଣ୍ଟିଲିଆ ଆଗରୁ ଠାବ ହୋଇଥିଲା। ଏଥିରେ ବିପୁଳ ପରିମାଣର ଜିଲୋଟିନ, ଗୋଟିଏ ଧମକପୂର୍ଣ୍ଣ ଚିଠି ଓ ଅମ୍ବାନୀଙ୍କ ପରିବାର ସଦସ୍ୟଙ୍କ ଗୋଟିଏ କାର୍‌ର ନମ୍ବର ପ୍ଲେଟ ମିଳିଥିଲା।

ଏନଆଇଏ ଘଟଣାର ତଦନ୍ତ କରି ମୁମ୍ବାଇ ପୁଲିସ୍‌ର ନିଲମ୍ବିତ ଆସିସଷ୍ଟାଣ୍ଟ ସବ ଇନସପେକ୍ଟର ସଚିନ ବାଜେଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ଅବସ୍ଥାରେ ବିସ୍ଫୋରକ ଖଚିତ ସ୍କପ୍ରିଓଟି ଥାନେର କାର୍‌ ଡିଲର ମୁନସୁଖ ହିରେନଙ୍କର ବୋଲି ଜଣାପଡ଼ିଥିଲା। ତେବେ ମାର୍ଚ୍ଚ ୫ରେ ମନସୁଖଙ୍କ ମୃତଦେହ ଗୋଟିଏ ନାଳରୁ ମିଳିଥିଲା।

Related story