ପୁଣି ବନ୍ଦେ ଭାରତ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ, ମାସକ ମଧ୍ୟରେ ତୃତୀୟ ଘଟଣା

ନୂଆଦିଲ୍ଲୀ: ପୁଣିଥରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବନ୍ଦେ ଭାରତ ଏକ୍ସପ୍ରେସ। ଗୁଜରାଟର ଗାନ୍ଧିନଗର ଓ ମୁମ୍ବାଇ ରୁଟରେ ସେବା ଯୋଗାଉଥିବା ଏହି ସେମି ହାଇସ୍ପିଡ ଟ୍ରେନର ଧକ୍କା ଆଜି ଗୋଟିଏ ଷଣ୍ଢ ସହ ହୋଇଛି। ଗୁଜରାଟର ଅତୁଲ ରେଳ ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି। ସକାଳ ୮.୧୫ରେ ଘଟଣା ଘଟିଥିଲା। ଦୁର୍ଘଟଣା ଯୋଗୁ ଟ୍ରେନର ସାମ୍ନା ପଟ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ଟ୍ରେନଟି ପ୍ରାୟ ୧୫ ମିନିଟ୍‌ କାଳ ଟ୍ରାକରେ ଅଟକି ରହିଥିଲା। ଏହାପରେ ପୁଣିଥରେ […]

accident

  • Published: Saturday, 29 October 2022
  • , Updated: 29 October 2022, 02:21 PM IST

ନୂଆଦିଲ୍ଲୀ: ପୁଣିଥରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବନ୍ଦେ ଭାରତ ଏକ୍ସପ୍ରେସ। ଗୁଜରାଟର ଗାନ୍ଧିନଗର ଓ ମୁମ୍ବାଇ ରୁଟରେ ସେବା ଯୋଗାଉଥିବା ଏହି ସେମି ହାଇସ୍ପିଡ ଟ୍ରେନର ଧକ୍କା ଆଜି ଗୋଟିଏ ଷଣ୍ଢ ସହ ହୋଇଛି। ଗୁଜରାଟର ଅତୁଲ ରେଳ ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି। ସକାଳ ୮.୧୫ରେ ଘଟଣା ଘଟିଥିଲା।

ଦୁର୍ଘଟଣା ଯୋଗୁ ଟ୍ରେନର ସାମ୍ନା ପଟ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ଟ୍ରେନଟି ପ୍ରାୟ ୧୫ ମିନିଟ୍‌ କାଳ ଟ୍ରାକରେ ଅଟକି ରହିଥିଲା। ଏହାପରେ ପୁଣିଥରେ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଇଥିଲା। ଏହି ଘଟଣାରେ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ।

ମାସକ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ତୃତୀୟ ଥର ପାଇଁ ଦୁର୍ଘଟଣାଗ୍ରସ୍ତ ହୋଇଛି। ଚଳିତ ମାସ ପ୍ରାରମ୍ଭରେ ଗୁଜରାଟର ଆନନ୍ଦ ନିକଟରେ ବନ୍ଦେ ଭାରତ ଏକ୍ସପ୍ରେସ ଗୋଟିଏ ଗାଈକୁ ଧକ୍କା ଦେଇଥିଲା। ସେହିପରି ଏହାର ଦିନକ ପରେ ଏକ୍ସପ୍ରେସର ଧକ୍କା ୪ଟି ମଇଁଷି ସହ ହୋଇଥିଲା।

ଅନ୍ୟପକ୍ଷରେ କିଛି ଦିନ ତଳେ ବନ୍ଦେ ଭାରତ ଏକ୍ସପ୍ରେସର ଦୁର୍ଘଟଣାକୁ ନେଇ ପ୍ରତିକ୍ରିୟା ରଖିଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେ କହିଥିଲେ ଯେ ଟ୍ରାକରେ ପଶୁଙ୍କ ସହ ଟ୍ରେନର ଧକ୍କା ହେବା ଘଟଣାକୁ ଏଡ଼ାଇ ଦିଆଯାଇ ପାରିବନି। ଖାସ ଏହାକୁ ଦୃଷ୍ଟିରେ ରଖି ସେମି ହାଇସ୍ପିଡ ଟ୍ରେନର ଡିଜାଇନକୁ ପ୍ରସ୍ତୁତ କରାଯାଇଛି।

Related story