ସ୍ପୁଟନିକ-ଭି ଟିକା ଭାରତରେ ଉତ୍ପାଦନ କରିବାକୁ ଅନୁମତି ମାଗିଲା ସେରମ

ନୂଆଦିଲ୍ଲୀ: ଭାରତରେ କୋଭିସିଲ୍ଡ ଟିକା ଉତ୍ପାଦନ କରୁଥିବା ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏବେ ରୁଷ ପ୍ରସ୍ତୁତ କରିଥିବା ଟିକାର ଉତ୍ପାଦନ କରିବାକୁ ଚାହୁଁଛି। ରୁଷ ଟିକା ସ୍ପୁଟନିକ-ଭିକୁ ଭାରତରେ ବ୍ୟବହାର ପାଇଁ ଅନୁମତି ମିଳିଛି। ଡା.ରେଡ୍ଡି ଲ୍ୟାବକୁ ଏହାର ଉତ୍ପାଦନ ଦାୟିତ୍ୱ ମିଳିଛି। ତେବେ ସେରମ ମଧ୍ୟ ଏହାର ଉତ୍ପାଦନ କରିବାକୁ ଚାହୁଁଥିବା ଡିସିଜିଆକୁ ଅବଗତ କରାଇଛି। ଏଥିପାଇଁ ଅନୁମତି ଦେବାକୁ ମଧ୍ୟ ସେରମ ଆବେଦନ କରିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା […]

serum

Hemant Lenka
  • Published: Thursday, 03 June 2021
  • , Updated: 03 June 2021, 05:01 PM IST

ନୂଆଦିଲ୍ଲୀ: ଭାରତରେ କୋଭିସିଲ୍ଡ ଟିକା ଉତ୍ପାଦନ କରୁଥିବା ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏବେ ରୁଷ ପ୍ରସ୍ତୁତ କରିଥିବା ଟିକାର ଉତ୍ପାଦନ କରିବାକୁ ଚାହୁଁଛି। ରୁଷ ଟିକା ସ୍ପୁଟନିକ-ଭିକୁ ଭାରତରେ ବ୍ୟବହାର ପାଇଁ ଅନୁମତି ମିଳିଛି। ଡା.ରେଡ୍ଡି ଲ୍ୟାବକୁ ଏହାର ଉତ୍ପାଦନ ଦାୟିତ୍ୱ ମିଳିଛି।

ତେବେ ସେରମ ମଧ୍ୟ ଏହାର ଉତ୍ପାଦନ କରିବାକୁ ଚାହୁଁଥିବା ଡିସିଜିଆକୁ ଅବଗତ କରାଇଛି। ଏଥିପାଇଁ ଅନୁମତି ଦେବାକୁ ମଧ୍ୟ ସେରମ ଆବେଦନ କରିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, “ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ(ଏସଆଇଆଇ) ଗୋଟିଏ ଆବେଦନ ପତ୍ର ଡସିଜିଆଇ ନିକଟକୁ ପଠାଇଛି। ଏଥିରେ ସେରମ କରୋନା ଟିକା ସ୍ପୁଟନିକ-ଭିର ଉତ୍ପାଦନ କରିବାକୁ ଚାହୁଁଥିବା ଉଲ୍ଲେଖ କରିଛି। ସେରମ ଟେଷ୍ଟ ଆନାଲିସିସ ପାଇଁ ବି ଅନୁମତି ମାଗିଛି।”

ଯଦି ଡିସିଜିଆଇ ଅନୁମତି ଦେବ, ତା’ହେଲେ ସେରମ ଏହାର କ୍ଲିନିକାଲ ଟ୍ରାଏଲ ଭାରତରେ କରିପାରେ। ସେହିପରି ୭ନଂ କମ୍ପାନୀମାନେ ସେରମ ସ୍ପୁଟନିକ-ଭି ଟିକାର ଉତ୍ପାଦନ ମଧ୍ୟ କରିବ। ସେରମ ଜୁନ୍‌ ମାସରେ ୧୦ କୋଟି କୋଭିସିଲ୍ଡ ଟିକା ଉତ୍ପାଦନ କରିବ ବୋଲି ଭାରତ ସରକାରଙ୍କୁ କହିଛି। ଏଥିସହ ନୋଭାକ୍ସ ଟିକା ମଧ୍ୟ ସେରମ ଉତ୍ପାଦନ କରୁଛି। ଏବେ କମ୍ପାନୀ ସ୍ପୁଟନିକ-ଭି ଉତ୍ପାଦନ କରିବାକୁ ମନବଳାଇଛି।

ଅନ୍ୟପକ୍ଷରେ ବିଶ୍ୱସ୍ତରରେ ସ୍ପୁଟନିକ ଭିର ମାର୍କେଟିଂ କରୁଥିବା ରୁଷିଆର ଆରଡିଆଇଏଫ ଭାରତରେ ଏହାର ଉତ୍ପାଦନ ପାଇଁ ୬ଟି କମ୍ପାନୀ ସହ ଚୁକ୍ତି କରିଛି। ଏମାନଙ୍କ ମଧ୍ୟରେ ଡା ରେଡ୍ଡି ଲ୍ୟାବ, ଗ୍ଲାଣ୍ଡ ଫାର୍ମା, ହେଟ୍ରୋ ବାୟୋଫାର୍ମା, ପାନେସିୟା ବାୟୋଟେକ, ଷ୍ଟେଲିସ ବାୟୋଫାର୍ମା ଓ ଭୀରକୋ ବାୟୋଟେକ ରହିଛନ୍ତି।

ସୂଚନାଯୋଗ୍ୟ, ଡା ରେଡ୍ଡି ଲ୍ୟାବ ପ୍ରଥମ ଦଫାରେ ରୁଷରୁ ଆସୁଥିବା ସ୍ପୁଟନିକ ଭିର ଡୋଜ ପିଛା ଦାମ ୯୯୫ ରଖିଛି। ତେବେ ହସ୍ପିଟାଲରେ ଜଣେ ବ୍ୟକ୍ତି ଗୋଟିଏ ଡୋଜ୍‌ ନେବା ବେଳେ ୧୧୯୫ ଟଙ୍କା ଦେବେ। କାରଣ ଟିକାକରଣ ପାଇଁ ହସ୍ପିଟାଲକୁ ୨୦୦ ଟଙ୍କା ମିଳିବ।

Related story