ରାୟପୁର: ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ଗୁଜରାଟର ସୁରତ ଅଭିମୁଖେ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଛତିଶଗଡ଼ର ରାୟପୁର ନିକଟସ୍ଥ ଚେରିଖେଡ଼ି ଅଞ୍ଚଳରେ ଆଜି ଭୋରରେ ଏକ ଟ୍ରକ୍ ସହିତ ବସ୍ଟିର ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ସେହିପରି ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖପ୍ରକାଶ କରିଛନ୍ତି ଏବଂ ସେମାନଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ଏହା ସହିତ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଆହତମାନଙ୍କୁ ମାଗଣାରେ ଚିକିତ୍ସାସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଯଥାଶୀଘ୍ର ରାୟପୁର ଯାଇ ଆହତମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତା’ସହିତ ଛତିଶଗଡ଼ ଡିଜିପିଙ୍କ ସହିତ ଯୋଗାଯୋଗରେ ରହିବାକୁ ରାଜ୍ୟ ଡିଜିପିଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଡିଜିପି ଅଭୟ କହିଛନ୍ତି ଯେ ସେମାନେ ଛତିଶଗଡ଼ର ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛନ୍ତି। ପଦ୍ମପୁର SDPOଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ରାୟପୁର ଯାଇଛି।
An Odisha police team under SDPO Padampur is rushing to Raipur to assist Police authorities .Fifty nine remaining labours are safe and under care of Raipur admn/Police .2/2
— DGP, Odisha (@DGPOdisha) September 5, 2020
ଡିଜିପି ଆହୁରି କହିଛନ୍ତି, ୭ ଗୁରୁତରଙ୍କୁ ରାୟପୁର ମେଡିକାଲ କଲେଜ୍ ନିଆଯାଇଛି। ବସ୍ରେ ଥିବା ବାକି ୫୯ ଯାତ୍ରୀ ସୁରକ୍ଷିତ ଅଛନ୍ତି।
In the meantime number of dead has increased to eight as per info rec'd from Raipur police.
Accident took place early morning around 330 AM.— DGP, Odisha (@DGPOdisha) September 5, 2020
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।