ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଜିତେନ୍ଦ୍ର ଆୱାଦ ଗିରଫ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଜିତେନ୍ଦ୍ର ଆୱାଦଙ୍କୁ ଗିରଫ କରିଛି ପୁଲିସ। ଶିବାଜୀଙ୍କ ପ୍ରତିକୃତୀ ଉପରେ ନିର୍ମିତ ମରାଠୀ ଚଳଚ୍ଚିତ୍ରର ସ୍କ୍ରିନିଂ ବନ୍ଦ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଏଥିସହ ତାଙ୍କର ନଅ ଜଣ ସମର୍ଥକଙ୍କୁ ମଧ୍ୟ ଗିରଫ କରାଯାଇଛି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ସୋମବାର ରାତିରେ ଥାଣେରେ ଏକ ମଲ୍ଟିପ୍ଲେକ୍ସରେ ‘ହର ହର ମହାଦେବ’ ସିନେମା ସ୍କ୍ରିନିଂ ହେଉଥିଲା। ଏହି ସମୟରେ ଜିତେନ୍ଦ୍ର ଏବଂ ତାଙ୍କ ସମର୍ଥକମାନେ ଜବରଦସ୍ତ ହଲ ଭିତରେ […]

789

  • Published: Friday, 11 November 2022
  • , Updated: 11 November 2022, 06:37 PM IST

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଜିତେନ୍ଦ୍ର ଆୱାଦଙ୍କୁ ଗିରଫ କରିଛି ପୁଲିସ। ଶିବାଜୀଙ୍କ ପ୍ରତିକୃତୀ ଉପରେ ନିର୍ମିତ ମରାଠୀ ଚଳଚ୍ଚିତ୍ରର ସ୍କ୍ରିନିଂ ବନ୍ଦ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଏଥିସହ ତାଙ୍କର ନଅ ଜଣ ସମର୍ଥକଙ୍କୁ ମଧ୍ୟ ଗିରଫ କରାଯାଇଛି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ସୋମବାର ରାତିରେ ଥାଣେରେ ଏକ ମଲ୍ଟିପ୍ଲେକ୍ସରେ ‘ହର ହର ମହାଦେବ’ ସିନେମା ସ୍କ୍ରିନିଂ ହେଉଥିଲା। ଏହି ସମୟରେ ଜିତେନ୍ଦ୍ର ଏବଂ ତାଙ୍କ ସମର୍ଥକମାନେ ଜବରଦସ୍ତ ହଲ ଭିତରେ ପଶି ଭଙ୍ଗାରୁଜା କରିଥିଲେ। ଇତିହାସକୁ ବିକୃତ କରି ଏହି ଫିଲ୍ମରେ ପ୍ରଦର୍ଶନ କରଯାଇଥିବ ଅଭିଯୋଗ  କରି ସେମାନେ ଏହାକୁ ବିରୋଧ କରଥିଲେ।  ଶୋ’କୁ ଜବରଦସ୍ତ ବନ୍ଦ କରାଯାଥିବା ବେଳେ ଦର୍ଶକଙ୍କ ସହ ଧସ୍ତାଧସ୍ତି ହୋଇଥିଲା। କେତେକ ଦର୍ଶକଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ମୁମ୍ବାଇ-କଲୱା ନିର୍ବାଚନମଣ୍ଡଳୀରୁ ବିଧାୟକ ଥିବା ଜିତେନ୍ଦ୍ର ଟ୍ୱିଟ୍ କରି କହିଛନ୍ତି ଯେ ଆଜି ଅପରାହ୍ନରେ ତାଙ୍କୁ ଭର୍ତ୍ତକ ନଗର ପୁଲିସ ଷ୍ଟେସନକୁ ଡକାଯାଇ ଗିରଫ କରାଯାଇଛି।

ଭାରତୀୟ ପେନାଲ କୋଡ୍ ଧାରା ୩୨୩ (ଆକ୍ରମଣ) ଏବଂ ୫୦୪ (ଶାନ୍ତି ଉଲ୍ଲଂଘନ କରିବା ଉଦ୍ଦେଶ୍ୟରେ ଉଦ୍ଦେଶ୍ୟମୂଳକ ଅପମାନ)ରେ ମକଦ୍ଦମା ରୁଜୁ କରାଯାଇଛି। ପୁଲିସ ଚାପରେ ପଡ଼ି ଜିତେନ୍ଦ୍ରଙ୍କୁ ଗିରଫ କରିଥିବା  ଏନସିପି ନେତା ତଥା ସାଂସଦ ସୁପ୍ରିୟା ସୁଲେ କହିଛନ୍ତି। ଆଜି ଜିତେନ୍ଦ୍ରଙ୍କୁ  ପୁଲିସ ସମନ କରିଥିଲା। କିନ୍ତୁ ରାଜନୈତିକ ଚାପରେ  ଆସି ପୁଲିସ ତାଙ୍କୁ ଗିରଫ କରିଥିବା ସୁଲେ କହଇଛନ୍ତି। ଶ୍ରୀ ଜିତେନ୍ଦ୍ର ରାଜ୍ୟରେ ପୂର୍ବରୁ ଶିବସେନା-ଏନସିପି-କଂଗ୍ରେସ ସରକାରରେ ଗୃହମନ୍ତ୍ରୀ ଥିଲେ। ଏହାପୂର୍ବରୁ ମଙ୍ଗଳବାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଥିଲେ ଯେ, ହର ହର ମହାଦେବ ସିନେମା ଦେଖିବା ପାଇଁ ଆସିଥିବା ଦର୍ଶକଙ୍କ ସହ ହୋଇଥିବା ଅତ୍ୟାଚାରକୁ ସହ୍ୟ କରାଯିବ ନାହିଁ। ଏଭଳି ଘଟଣାରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଲୋକେ  ଗଣତାନ୍ତ୍ରିକ ଉପାୟରେ ସେମାନଙ୍କ ବିରୋଧ କରିପାରିବେ। କିନ୍ତୁ ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ବୋଲି ସେ କହିଥିଲେ।

Related story