ଶ୍ରଦ୍ଧା ହତ୍ୟାକାଣ୍ଡ: ଜାମିନ ଆବେଦନ ଫେରାଇ ନେଲା ଅଭିଯୁକ୍ତ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଶ୍ରଦ୍ଧା ୱକର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫତାବ ଅମୀନ ପୁନାୱାଲା ଜେଲ୍‌ରୁ ମୁକୁଳିବାକୁ ଚାହୁଁନାହାନ୍ତି। ଏଥିପାଇଁ ସେ ନିଜ ଜାମିନ ଆବେଦନକୁ ଫେରାଇ ନେଇଛନ୍ତି। ଅଫତାବ ଓ ତାଙ୍କ ଓକିଲଙ୍କ ମଧ୍ୟରେ ବୁଝାମଣା ଠିକ୍ ନଥିବା ଯୋଗୁ ସେ ନିଜ ଜାମିନ ଫେରସ୍ତ କରିନେଇଥିବା ଜଣାପଡିଛି। ଗିରଫ ହେବା ପରେ ଦିଲ୍ଲୀ ସାକେତ କୋର୍ଟରେ ଜାମିନ ଆବେଦନ କରିଥିଲେ ଅଫତାବ। ଗୁରୁବାର ପୂର୍ବାହ୍ନ ୧୧ ଟାରୁ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି […]

shraddha-murder-case

Madhupriya Mistry
  • Published: Thursday, 22 December 2022
  • , Updated: 22 December 2022, 12:43 PM IST

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଶ୍ରଦ୍ଧା ୱକର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫତାବ ଅମୀନ ପୁନାୱାଲା ଜେଲ୍‌ରୁ ମୁକୁଳିବାକୁ ଚାହୁଁନାହାନ୍ତି। ଏଥିପାଇଁ ସେ ନିଜ ଜାମିନ ଆବେଦନକୁ ଫେରାଇ ନେଇଛନ୍ତି। ଅଫତାବ ଓ ତାଙ୍କ ଓକିଲଙ୍କ ମଧ୍ୟରେ ବୁଝାମଣା ଠିକ୍ ନଥିବା ଯୋଗୁ ସେ ନିଜ ଜାମିନ ଫେରସ୍ତ କରିନେଇଥିବା ଜଣାପଡିଛି।

ଗିରଫ ହେବା ପରେ ଦିଲ୍ଲୀ ସାକେତ କୋର୍ଟରେ ଜାମିନ ଆବେଦନ କରିଥିଲେ ଅଫତାବ। ଗୁରୁବାର ପୂର୍ବାହ୍ନ ୧୧ ଟାରୁ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଆରମ୍ଭ ହୋଇଥିଲା। ଅଫତାବଙ୍କ ଆଇନଜୀବୀ ପହଞ୍ଚି ନ ଥିଲେ। ଏହାପୂର୍ବରୁ ଡିସେମ୍ବର ୧୭ରେ ଅଫତାବଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ସାକେତ କୋର୍ଟରେ ଅତିରିକ୍ତ ସେସନ ଜଜ ବୃନ୍ଦା କୁମାରୀଙ୍କ ନିକଟରେ ହାଜର କରାଯାଇଥିଲା।

ଅଫତାବଙ୍କ ଓକିଲ ଡିସମ୍ବେର ୧୭ ତାରିଖରେ ହୋଇଥିବା ଶୁଣାଣି ସମୟରେ ନିଜ କ୍ଲାଇଣ୍ଟ ସହ ଆଲୋଚନା କରିବାକୁ ସମୟ ମାଗିଥିଲେ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ହାଜର ହୋଇ ଶୁଣାଣି ସମୟରେ ଅଭିଯୁକ୍ତ ଅଫତାବ କୋର୍ଟଙ୍କୁ କହିଥିଲେ ଯେ ସେ ଜାମିନ ଆବେଦନ ବିଷୟରେ ଜାଣି ନାହାଁନ୍ତି। ସେ କେବଳ ୱକାଲତନାମାରେ ସ୍ୱାକ୍ଷର କରିଥିଲେ, କିନ୍ତୁ ଜାମିନ ଆବେଦନ କରିବା ବିଷୟରେ କୌଣସି ସୂଚନା ତାଙ୍କ ପାଖରେ ନଥିଲା।

ସେପଟେ ଅଫତାବର ଭଏସ ନମୂନା ନେବାକୁ ଅନୁମତି ଲୋଡ଼ି ଦିଲ୍ଲୀ ପୁଲିସ ସାକେତ କୋର୍ଟରେ ଆବେଦନ କରିଛି। ଏହାପୂର୍ବରୁ ଦିଲ୍ଲୀ ପୁଲିସ ସାକେତ କୋର୍ଟରେ ନିଜ ଜବାବ ଦାଖଲ କରି ଅଫତାବଙ୍କୁ ଜାମିନ ନଦେବା ପାଇଁ କହିଥିଲା। କାରଣ ସେ କରିଥିବା ଅପରାଧ ସମାଜକୁ ଗଭୀର ଭାବେ ପ୍ରଭାବିତ କରିଛି ବୋଲି ପୁଲିସ କୋର୍ଟଙ୍କୁ କହିଥିଲା।

ଉଲ୍ଲେଖଯୋଗ୍ୟ, ଅଫତାବ ନିଜ ଲିଭ୍‌-ଇନ୍ ପାର୍ଟନର୍ ଶ୍ରଦ୍ଧା ୱକରଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଥିଲା। ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ସେ ତାଙ୍କ ମରଶରୀରକୁ ୩୫ ଖଣ୍ଡ କରି ଫ୍ରିଜରେ ରଖିଥିଲା। ଏହାପରେ ପ୍ରତିଦିନ ରାତିରେ ଶ୍ରଦ୍ଧାଙ୍କ ମର ଶରୀରର ମାଂସ ଖଣ୍ଡକୁ ଜଙ୍ଗଲକୁ ନେଇ ଫିଙ୍ଗୁଥିଲା। ଏହି ନୃଶଂସ ହତ୍ୟା ମାମଲା ସାମ୍ନାକୁ ଆସିବା ପରେ ପୁଲିସ ତାଙ୍କୁ ଗିରଫ କରିଛି।

Related story