ସୁଧୁରିବ କି କଂଗ୍ରେସ କଳି, ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ଭେଟିଲେ ସିଦ୍ଧୁ

ନୂଆଦିଲ୍ଲୀ: ପଞ୍ଜାବର କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ନିଜ ପଦ ଛାଡ଼ିବା ପରେ ସୃଷ୍ଟି ହୋଇଥିବା ରାଜନୀତିକ ହଟଚମଟରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ସମ୍ଭାବନା ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ବୁଧବାର ସିଦ୍ଧୁଙ୍କୁ ଆଲୋଚନା ଦ୍ୱାରା ବିବାଦର ସମାଧାନ କରାଯାଇ ପାରିବେ ବୋଲି କହିଥିଲେ। ଏହି ବୟାନ ପରେ ଆଜି ସିଦ୍ଧୁ ଚଣ୍ଡିଗଡ଼ ଆସି ଚନ୍ନିଙ୍କ ସହ ବୈଠକ କରିଛନ୍ତି। ଦୀର୍ଘ ସମୟ ଧରି ଉଭୟ ନେତା ପରସ୍ପର ସହ ଆଲୋଚନା ଜାରି ରଖିଛନ୍ତି। […]

sidhu

Hemant Lenka
  • Published: Thursday, 30 September 2021
  • , Updated: 30 September 2021, 05:02 PM IST

ନୂଆଦିଲ୍ଲୀ: ପଞ୍ଜାବର କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ନିଜ ପଦ ଛାଡ଼ିବା ପରେ ସୃଷ୍ଟି ହୋଇଥିବା ରାଜନୀତିକ ହଟଚମଟରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ସମ୍ଭାବନା ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ବୁଧବାର ସିଦ୍ଧୁଙ୍କୁ ଆଲୋଚନା ଦ୍ୱାରା ବିବାଦର ସମାଧାନ କରାଯାଇ ପାରିବେ ବୋଲି କହିଥିଲେ।

ଏହି ବୟାନ ପରେ ଆଜି ସିଦ୍ଧୁ ଚଣ୍ଡିଗଡ଼ ଆସି ଚନ୍ନିଙ୍କ ସହ ବୈଠକ କରିଛନ୍ତି। ଦୀର୍ଘ ସମୟ ଧରି ଉଭୟ ନେତା ପରସ୍ପର ସହ ଆଲୋଚନା ଜାରି ରଖିଛନ୍ତି। ବୈଠକ ସମୟରେ ଚନ୍ନି ନିଜ ତରଫରୁ ସିଦ୍ଧୁଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି। ସିଦ୍ଧୁ ମଧ୍ୟ ସକାରାତ୍ମକ ସଙ୍କେତ ଦେଇଛନ୍ତି। ଏଥିସହ ସିଦ୍ଧୁଙ୍କ ପରାମର୍ଶକ୍ରମେ ମନ୍ତ୍ରୀ ପଦ ଓ ରାଜ୍ୟର ସରକାରୀ ସ୍ତରରେ ହୋଇଥିବା ନିଯୁକ୍ତିରେ ମଧ୍ୟ ପରିବର୍ତ୍ତନ ହେବ ବୋଲି କୁହାଯାଉଛି।

ସିଦ୍ଧୁ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ଭେଟିବାକୁ ଯିବା ପୂର୍ବରୁ ତାଙ୍କ ସହଯୋଗୀ ବଡ଼ ବୟାନ ଦେଇଥିଲେ। ସିଦ୍ଧୁଙ୍କ ସହଯୋଗୀ ମହମ୍ମଦ ମୁସ୍ତାଫା କହିଛନ୍ତି ଯେ ସିଦ୍ଧୁ ପଞ୍ଜାବ କଂଗ୍ରେସର ମୁଖ୍ୟ ହୋଇ ରହିବେ। ଏଥିସହ ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ବେଳେ କଂଗ୍ରେସର ନେତୃତ୍ୱ ନେବେ।

ବର୍ତ୍ତମାନ ସୃଷ୍ଟି ହୋଇଥିବା ବିବାଦ ଖୁବଶୀଘ୍ର ସମାଧାନ ହେବ। କଂଗ୍ରେସ ନେତୃବୃନ୍ଦ ସିଦ୍ଧୁଙ୍କୁ ବୁଝିଛନ୍ତି। ସେ ଅମରିନ୍ଦର ସିଂହ ନୁହନ୍ତି। ଅମରିନ୍ଦର ସିଂହ କେବେ ହେଲେ କଂଗ୍ରେସ କିମ୍ବା ଏହାର ନେତୃତ୍ୱକୁ ଆଦୌ ଖାତିର କରନ୍ତି ନାହିଁ। ସିଦ୍ଧୁ ଆଦୌ ସେମିତି ନୁହନ୍ତି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ପୂର୍ବରୁ ସିଦ୍ଧୁଙ୍କ ସହଯୋଗୀଙ୍କ ଏପରି ବୟାନ ବିବାଦ ସମାଧାନର ସଙ୍କେତ ଦେଇଛି।

ସେହିପରି କ୍ୟାପ୍ଟେନ ଅମରିନ୍ଦର ସିଂହ ମଧ୍ୟ କଂଗ୍ରେସରେ ଆଉ ରହିବେ ନାହିଁ ବୋଲି କହି ସାରିଛନ୍ତି। ତେଣୁ ସିଦ୍ଧୁ ଏବେ କଂଗ୍ରେସରେ ନେତୃତ୍ୱ ନେବାକୁ ଆଗ୍ରହୀ ଦେଖାଇ ପାରନ୍ତି ବୋଲି କୁହାଯାଉଛି। ୭୨ ଦିନ ଯାଏ ପଞ୍ଜାବ କଂଗ୍ରେସ ମୁଖ୍ୟ ଭାବେ ରହିବା ପରେ ସିଦ୍ଧୁ ହଠାତ୍‌ ସୋମବାର ନିଜ ପଦରୁ ଇସ୍ତଫା ଦେଇଥିଲେ।

ତାଙ୍କ ସହ ଅନେକ ପଦାଧିକାରୀ ମଧ୍ୟ ନିଜ ନିଜ ପଦ ଛାଡ଼ିବା ଆରମ୍ଭ କରିଥିଲେ। ଏହାପୂର୍ବରୁ ସିଦ୍ଧୁଙ୍କ ସହ ବିବାଦ କାରଣରୁ ଗତ ୧୮ ତାରିଖରେ କ୍ୟାପ୍ଟେନ ଅମରିନ୍ଦର ସିଂହ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ଗତକାଲି ସେ ବିଜେପି ନେତା ଅମିତ ଶାହଙ୍କ ସହ ଆଲୋଚନା କରିଛନ୍ତି। ଏହାପରେ ସେ କଂଗ୍ରେସରେ ଆଉ ରହିବେନି କିମ୍ବା ବିଜେପିରେ ମିଶିବେନି ବୋଲି ଘୋଷଣା କରିଛନ୍ତି।

Related story