ସିକ୍କିମ ପୁଲିସ ଗୁଳି ମାଡ଼ରେ ୨ ସହଯୋଗୀ ମୃତ, ଜଣେ ଆହତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନିଯୁକ୍ତ ହୋଇଥିବା ଜଣେ ସିକ୍କିମ ପୁଲିସ ତାଙ୍କର ୩ ସହଯୋଗୀଙ୍କୁ ଗୁଳି କରିଛନ୍ତି। ଏଥିରେ ୨ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ  ଜଣେ ଆହତ ହୋଇଛନ୍ତି। ଦିଲ୍ଲୀର ହରିଦେରପୁର ୱାଟେର ପ୍ଲାଣ୍ଟରେ ଏହି ଘଟଣା ଘଟିଛି। ଗୁଳି କରିବା ପରେ ସମ୍ପୃକ୍ତ ଅଭିଯୁକ୍ତ ପୁଲିସ ଆତ୍ମସମର୍ପଣ କରିଛି । ତେବେ ଗୁଳି ମାଡ଼ର କାରଣ ଜଣାପଡ଼ି ନାହିଁ। ଦିଲ୍ଲୀ ପୁଲିସ ଅଭିଯୁକ୍ତଙ୍କୁ ନିଜ ହେପାଜତକୁ ନେଇ ତଦନ୍ତ ଜାରି ରଖିଛି। ଦୁଇଦିନ ପୂର୍ବେ ଜମ୍ମୁ-କଶ୍ମୀରରେ ସମାନ ଘଟଣା ଘଟିଥିଲା। ଜଣେ ଇଣ୍ଡୋ-ତିବତ୍ତୀୟ ସୀମା ପୁଲିସ (ଆଇଟିବିପି) ୩ ଜଣ ସହଯୋଗୀଙ୍କୁ ଗୁଳି କରିବା ପରେ ନିଜକୁ ଗୁଳି କରିଛନ୍ତି।  ଏଥିରେ ତାଙ୍କ ୩ ଜଣ ସହଯୋଗୀ ଗୁରୁତର ହୋଇଥିବା ବେଳେ ସେ କିନ୍ତୁ ନିଜେ ମୃତ୍ୟୁବରଣ କରିଛନ୍ତି। ଜମ୍ମୁକଶ୍ମୀରିର ଉଧମପୁର ଜିଲ୍ଲାରେ ଏହି ଘଟଣା ଘଟିଛି। ସେହିପରି ପୁଞ୍ଚ ଇଲାକାରେ ସମାନ ଘଟଣା ଘଟି ୨ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଯବାନ ଗୁରୁତର ହୋଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।