ସରିଲା ସିଦ୍ଧୁ ମୁସେୱାଲାଙ୍କ ଅନ୍ତିମ ସଂସ୍କାର, ଭୋଭୋ ହୋଇ କାନ୍ଦିଲେ ବାପା ମା’

ମାନସା: ନିଜ ଜନ୍ମ ମାଟି ପଞ୍ଜାବର ମାନସାରେ ସରିଛି କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲଙ୍କ ଅନ୍ତିମ ସଂସ୍କାରର। ହଜାର ହଜାର ଲୋକଙ୍କ ଭିଡ଼ ମଧ୍ୟରେ ପଞ୍ଚଭୂତରେ ଲୀନ ହୋଇଛନ୍ତି ମୁସେୱାଲା। ମୁସେୱାଲଙ୍କ ପାର୍ଥିବ ଶରୀର ତାଙ୍କ ଗାଁର ଜାୱାହାରକେଠାରେ ଥିବା ଶ୍ମଶାନକୁ ବିରାଟ ଶୋଭାଯାତ୍ରା ମଧ୍ୟରେ ନିଆ ଯାଇଥିଲା। ଏହି ସମୟରେ ହଜାର ହଜାର ଲୋକ ନିଜ ପ୍ରିୟ କଣ୍ଠଶିଳ୍ପୀଙ୍କୁ ଶେଷ ଦର୍ଶନ ଓ ବିଦାୟକ ଜଣାଇବାକୁ ଏକାଠି ହୋଇଥିଲେ। ଭିଡ଼କୁ ଦେଖି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ […]

mossewala

mossewala

Hemant Lenka
  • Published: Tuesday, 31 May 2022
  • Updated: 31 May 2022, 04:27 PM IST

Sports

Latest News

ମାନସା: ନିଜ ଜନ୍ମ ମାଟି ପଞ୍ଜାବର ମାନସାରେ ସରିଛି କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲଙ୍କ ଅନ୍ତିମ ସଂସ୍କାରର। ହଜାର ହଜାର ଲୋକଙ୍କ ଭିଡ଼ ମଧ୍ୟରେ ପଞ୍ଚଭୂତରେ ଲୀନ ହୋଇଛନ୍ତି ମୁସେୱାଲା। ମୁସେୱାଲଙ୍କ ପାର୍ଥିବ ଶରୀର ତାଙ୍କ ଗାଁର ଜାୱାହାରକେଠାରେ ଥିବା ଶ୍ମଶାନକୁ ବିରାଟ ଶୋଭାଯାତ୍ରା ମଧ୍ୟରେ ନିଆ ଯାଇଥିଲା। ଏହି ସମୟରେ ହଜାର ହଜାର ଲୋକ ନିଜ ପ୍ରିୟ କଣ୍ଠଶିଳ୍ପୀଙ୍କୁ ଶେଷ ଦର୍ଶନ ଓ ବିଦାୟକ ଜଣାଇବାକୁ ଏକାଠି ହୋଇଥିଲେ।

ଭିଡ଼କୁ ଦେଖି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଥିଲା। ଅନ୍ତିମ ଯାତ୍ରାରେ ପୁଅ ଯାଉଥିବା ବେଳେ ତାଙ୍କ ପାର୍ଥିବ ଶରୀର ନିକଟରେ ବାପା ମା’ ବସିଥିଲେ। ପୁଅକୁ କଫିନରେ ଦେଖି ସେମାନେ ଭୋ ଭୋ ହୋଇ କାନ୍ଦି ପକାଇଥିଲେ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ମୁସେୱାଲାଙ୍କ ବାପା କାନ୍ଦୁ ଥିବା ବେଳେ ମା’ ତାଙ୍କୁ ବୁଝାଉଛନ୍ତି। ଆଉ ଗୋଟିଏ ଭିଡିଓରେ ମୁସେୱାଲାଙ୍କ ବାପା ପଗଡ଼ି ଖୋଲି ଭିଡ଼କୁ ଦେଖାଇଥିଲେ। ଏହାପରେ କାନ୍ଦି କାନ୍ଦି ମୋ ପୁଅକୁ ଫେରାଇ ଦିଅ ବୋଲି ଆକୁଳ ନିବେଦନ କରିଥିଲେ।

ଏହାପୂର୍ବରୁ ମାନସା ସଭିଲ ହସ୍ପିଟାଲରେ ୫ ଜଣିଆ ଡାକ୍ତରୀ ଟିମ୍ ମୁସେୱାଲଙ୍କ ଶବ ବ୍ୟବଚ୍ଛେଦ କରିଥିଲେ। ଏହାପରେ ମର ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ବ୍ୟବଚ୍ଛେଦରୁ ସ୍ପଟ ହୋଇଛି ଯେ ମୁସେୱାଲାଙ୍କ ଶରୀରରେ ପ୍ରାୟ ୨୪ଟି ଗୁଳି ମାଡ଼ ହୋଇଛି। ୨୩ଟି ଗୁଳି ତାଙ୍କ ଦେହରେ ମାଡ଼ ହୋଇଥିବା ବେଳେ ଗୋଟିଏ ତାଙ୍କ ମୁଣ୍ଡରେ ବାଜିଛି।

ରବିବାର ସନ୍ଧ୍ୟାରେ ମୁସେୱାଲା ଗାଡ଼ିରେ ଯାଉଥିବା ବେଳେ ତାଙ୍କ ଉପରେ ଆଖି ବୁଜା ଗୁଳି ମାଡ଼ ହୋଇଥିଲା। ମାତ୍ର ୨ ମିନିଟରୁ କମ ସମୟ ମଧ୍ୟରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ୩୦ରୁ ଅଧିକ ରାଛଣ୍ଡ ଗୁଳି ମାଡ଼ କରିଥିଲେ। ଘଟଣା ପରେ ମୁସେୱାଲାଙ୍କୁ ହସ୍ପିଟାଲ ନିଆ ଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣା ପଛରେ କାନାଡା ଭିତ୍ତିକ ଗୋଟିଏ ଗ୍ୟାଙ୍ଗର ହାତ ଥିବା ଜଣାପଡ଼ିଛି। ପଞ୍ଜାବ ଏସଟିଏଫ ଉତ୍ତରାଖଣ୍ଡ ପୁଲିସ୍‌ର ସହାୟତାରେ ମୋଟ ୬ ଜଣଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି। ଏହାର ଚେର ଦିଲ୍ଲୀର ତିହାର ଜେଲ ଯାଏ ବ୍ୟାପିଥିବା ସନ୍ଦେହ କରାଯାଉଛି।

ସେହିପରି ପଞ୍ଜାବ ସରକାର ଘଟଣାର ନ୍ୟାୟିକ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ଶେଷ ହୋଇଥିବା ପଞ୍ଜାବ ବିଧାନସଭା ନିର୍ବାଚନ ବେଳେ ମୁସେୱାଲା କଂଗ୍ରେସକୁ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ତାଙ୍କୁ ମାନସାରୁ ହାରିବାକୁ ପଡ଼ିଥିଲା।

ଘଟଣାର ଦିନକ ପୂର୍ବରୁ ତାଙ୍କୁ ମୁଳିଥିବା ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ପ୍ରତ୍ୟାହାର କରି ନିଆଯାଇଥିଲା। ପ୍ରତ୍ୟାହାରର ଗୋଟିଏ ଦିନ ପରେ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story