ବିବାହ ଉତ୍ସବକୁ ଆସିଥିବା ୬ ବର୍ଷର ଝିଅକୁ ଦୁଷ୍କର୍ମ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଦିଲ୍ଲୀର ରଞ୍ଜିତ ନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ବାପା-ମା’ଙ୍କ ସହ ବିବାହ ଉତ୍ସବକୁ ଆସିଥିବା ଜଣେ ୬ ବର୍ଷର ଝିଅ ଦୁଷ୍କର୍ମର ଶିକାର ହୋଇଛନ୍ତି। ବିବାହ ଉତ୍ସବରେ  ଜଣେ ବ୍ୟକ୍ତି ତାଙ୍କୁ ବହିପତ୍ର ଦେବା ବାହାନା କରି ଏକ ନିଛାଟିଆ କୋଠରୀକୁ ନେଇ ଯାଇଥିଲା। ସେଠାରେ ଦୁଷ୍କର୍ମ କରି ବ୍ୟକ୍ତି ଜଣକ ଫେରାର ହୋଇଯାଥିଲା। ତେବେ ଝିଅକୁ ନପାଇ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଏହି ସମୟରେ ଏକ ଅନ୍ଧାରୀ କୋଠରୀରେ ଝିଅଟି ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା।

ତାକୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା।  ସେଠାରେ ତାର ଏବେ  ଚିକିତ୍ସା ଚାଲିଛି । ତେବେ ଘଟଣାକୁ ନେଇ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପୁଲିସ ସିସିଟିଭ ଫୁଟେଜ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କାରିଥିଲା।  ଅଭିଯୁକ୍ତ ଜଣକ ହେଚନ୍ତି ପୁଷା ରୋଡ଼ରେ ରହୁଥିବା ୨୮ ବର୍ଷୀୟ ନରେଶ କୁମାର। ପୋଲିସ ପକ୍ସୋ ଆକ୍ଟରେ ମାମଲା କରି ଅଭିଯୁକ୍ତୁ ଗିରଫ କରିଛି।

ସୂଚନାଅନୁସାରେ, ନଗର ଅଞ୍ଚଳରେ ପିଡ଼ୀତାଙ୍କ ପରିବାର ରୁହନ୍ତି। ରବିବାର ପରିବାର ସହ ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ସେହି ଅଞ୍ଚଳର ଏକ କମ୍ୟୁନିଟି ହଲକୁ ଯାଇଥିଲେ। ଏହି ସମୟରେ ପରିବାର ଖାଇବା ପିଇବାରେ ବ୍ୟସ୍ଥ ଥିଲେ।  ସେଠାରେ ଝିଅଟି ଖେଳିବା ଆରମ୍ଭ କରିଥିଲା। ସେଠାରେ ଅଭିଯୁକ୍ତ ନରେଶ କୁମାର ମଧ୍ୟ ଉପସ୍ଥିତ ଥିଲେ। ପରେ ଝିଅଟିକୁ ଲୋଭ ଦେଖାଇ ଏକ ନିଛାଟିଆ ଜାଗାକୁ ନେଇ ଅପରାଧ ଘଟାଇଥିଲା। ବିବାହ ସମାରୋହରେ ପ୍ରାୟ ୨୦୦ ଲୋକ ଯୋଗ ଦେଇଥିଲେ। ପୋଲିସ୍ ସିସିଟିଭି ଫୁଟେଜ୍ ଯାଞ୍ଚ କରି ଅଭିଯୁକ୍ତକୁ ଧରିଥିଲା। ଅଭିଯୁକ୍ତ ଜଣକ ବିବାହିତ ବୋଲି ପୁଲିସ ଜାଣିବାକୁ ପାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।